ପ୍ଲାଟଫର୍ମ ଟିକେଟ ଉପରରୁ ଟିକସରେ ରିହାତି
by Argus News
Sun, Jun 23 | 8:06 a.m.

ଅର୍ଗସ ବ୍ୟୁରୋ:  ନୂଆଦିଲ୍ଲୀରେ 53ତମ ଜିଏସଟି ପରିଷଦ ବୈଠକରେ ବଡ଼ ନିଷ୍ପତ୍ତି । ପ୍ଲାଟଫର୍ମ ଟିକେଟ ଉପରରୁ ଟିକସରେ ରିହାତି ସହ ଫେକ୍ ଇନଭଏସ ଉପରେ ଲାଗିବ ଲଗାମ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜିଏସଟି ପରିଷଦ ବୈଠକରେ ଜିଏସଟି ରିଟର୍ଣ୍ଣ ଫାଇଲିଂରେ ପରିବର୍ତ୍ତନ ପ୍ରସ୍ତାବ ସମ୍ପର୍କରେ ବିଚାର କରାଯାଇଛି। ପ୍ରଥମ ଥର ଲାଗି ଜିଏସଟି ରେଜିଷ୍ଟ୍ରେସନ ଲାଗି ଆଧାର ବାୟୋମେଟ୍ରିକ ଅଥେନଟିକେସନ ବ୍ଯବସ୍ଥା ଲାଗୁ ପାଇଁ ବୈଠକରେ ନିଷ୍ପତ୍ତି ନେଇଛି ଅର୍ଥ ମନ୍ତ୍ରଣାଳୟ । ଦେଶରେ ଅନଲାଇନ ଗେମିଂ ଶିଳ୍ପ ଲାଗି ଜିଏସଟି ଆଇନ- ୨୦୧୭ ସଂଶୋଧନ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଛି ।

ଇ-ଗେମିଂ, କାସିନୋ, ହର୍ଷ ରେସିଂ ଆଦି କ୍ଷେତ୍ରରେ ୨୮ ପ୍ରତିଶତ ଜିଏସଟିକୁ ପରିବର୍ତ୍ତନ ପାଇଁ ଦାବି ହୋଇଆସୁଥିଲା । ଜିଏସଟି ଆପେଲେଟ ଟ୍ରିବ୍ଯୁନାଲ ବା ଜିଏସଟିଏଟି, ହାଇକୋର୍ଟ, ସୁପ୍ରିମକୋର୍ଟ ଦ୍ବାରା ଗ୍ରହଣ କରାଯାଉଥିବା ମାମଲାଗୁଡିକରେ ଆର୍ଥିକ ସୀମା ନିର୍ଦ୍ଧାରଣ କରିବା ଲାଗି ମଧ୍ଯ ପରିଷଦରେ ଆଲୋଚନା ହୋଇଛି । ବଜେଟ ଅଧିବେଶନ ପରେ ଜିଏସଟି ବୈଠକରେ ଏନେଇ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ ଦେଶ ଖବର:

NAVEEN PATNAIK
1m ago
ସ୍ଥିତି ସମ୍ଭାଳିବାକୁ ନବୀନ ଡାକିଲେ ମିଟିଂ, ସବୁ ଓଲଟପାଲଟ ହେଲା...
ଅର୍ଗସ ବ୍ୟୁରୋ: ୨୪ ବର୍ଷର ଶାସନ ପରେ ଶାସକ ଦଳରୁ ଯାଇ ବିରୋଧୀ ଦଳରେ ବସିଲା ବିଜେଡି । କ୍ଷମତା ଚାଲିଯିବା ପରେ ଏବେ ଚିନ୍ତାରେ ନେତା ଓ କର୍ମୀ । କାରଣ ନିର୍ବାଚନରେ ବିଜେଡି ହାରିବା ପର
ଯକୃତ
4m ago
ଦେଶରେ ୬୬ ପ୍ରତିଶତ ମୃତ୍ୟୁର କାରଣ ଯକୃତ
ଅର୍ଗସ ବ୍ୟୁରୋ: ଦେଶରେ ୬୬ ପ୍ରତିଶତ ମୃତ୍ୟୁର କାରଣ ଯକୃତ । ଭାରତରେ ମୁଖ୍ୟତଃ ମେଦବହୁଳତା ସମସ୍ୟା ଯୋଗୁଁ ଅଣସଂକ୍ରାମକ ରୋଗ ଓ ମୃତ୍ୟୁ ବଢିବାରେ ଲାଗିଛି । ଏଥିରେ ଯକୃତ ସ୍ବାସ୍ଥ୍ୟ ଏ
JAJPUR
6m ago
ଯାଜପୁରରେ ବିକାଶ ନାଁରେ କୋଟି କୋଟି ଦୁର୍ନୀତି ! ୫ ବର୍ଷରେ ୧୦୦ କୋଟି ଖର୍ଚ୍ଚ, ଫଳ ଶୂନ
ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଯାଜପୁର । ଗତ ୫ ବର୍ଷରେ ଜିଲ୍ଲାରେ ବିକାଶ ନାଁରେ ପାଖାପାଖି ୧୦୦ କୋଟି ଖର୍ଚ୍ଚ କରିଥିଲା ବିଜେଡି । ହେଲେ ବିକାଶ କଣ ହେବ ବରଂ ଠିକାଦାର ଓ ନେତା ଉଭୟ