ଆସ୍ଥା ଭୋଟରେ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଓରଫ ପ୍ରଚଣ୍ଡ
by Argus News
Fri, Jul 12 | 9:33 p.m.

ଅର୍ଗସ ବ୍ୟୁରୋ: ଭାରତର ପଡ଼ୋଶୀ ଦେଶ ନେପାଳରେ ଜାରି ରହିଛି ରାଜନୈତିକ ହଲଚଲ୍ । ଆସ୍ଥା ଭୋଟରେ ହାରିଯାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଓରଫ ପ୍ରଚଣ୍ଡ । ଆଜି ନେପାଳ ସଂସଦରେ ହୋଇଥିବା ଆସ୍ଥା ଭୋଟରେ ସେ ପରାସ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । 

୬୯ ବର୍ଷୀୟ ପ୍ରଚଣ୍ଡ ନେପାଳର କମ୍ୟୁନିଷ୍ଟ ପାର୍ଟିର ନେତା CPN-UMLର ସମର୍ଥନରେ ସରକାର ଗଠନ କରିଥିଲେ । ହେଲେ କିଛି ଦିନ ତଳେ CPN-UML ପ୍ରଚଣ୍ଡଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲା । ଫଳରେ ୨ ବର୍ଷ ମଧ୍ୟରେ ୫ମ ଥର ପାଇଁ ପ୍ରଚଣ୍ଡଙ୍କୁ ସଂସଦରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିଥିଲା । 

ପୂର୍ବରୁ ୪ ଥର ଆସ୍ଥା ରଖିବାକୁ ସକ୍ଷମ ହୋଇଥିବା ପ୍ରଚଣ୍ଡ ଏଥର ଫେଲ୍ ମାରିଛନ୍ତି । ୨୭୫ ଆସନ ବିଶିଷ୍ଟ ନେପାଳ ସଂସଦର ମାତ୍ର ୬୩ ଜଣ ସଦସ୍ୟ ପ୍ରଚଣ୍ଡଙ୍କ ସମର୍ଥନ କରିଥିଲେ । ତାଙ୍କ ବିରୋଧରେ ୧୯୩ ଖଣ୍ଡ ଭୋଟ୍ ପଡ଼ିଛି । ଜଣେ ସଦସ୍ୟ ଭୋଟ ଦାନରୁ ଦୂରେଇ ରହିଥିଲେ । ଯାହା ପରେ ଏବେ ପ୍ରଶ୍ନ ଉଠିଛି ଯେ ନେପାଳର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ।

ଆହୁରି ପଢନ୍ତୁ ବିଦେଶ ଖବର...
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା