ଟି-୨୦ରେ ଆଜିଠୁ ନୂଆ ଅଧିନାୟକ ଯୁଗ
by Argus News
Sat, Jul 27 | 10:45 a.m.


ଅର୍ଗସ ବ୍ୟୁରୋ: ଟି-୨୦ରେ କମାଲ କରିବେ ଗମ୍ଭୀର-ସୂର୍ଯ୍ୟଙ୍କ ଯୋଡି। ଭାରତ ଓ ଶ୍ରୀଲଙ୍କା ପଲ୍ଲେକେଲରେ ହେବେ ମୁହାଁମୁହିଁ। ୩ଟି ଟି-୨୦ ମ୍ୟାଚ୍ ଖେଳିବେ ଦୁଇ ଦଳ। ଭାରତର ଟି-୨୦ ଅଧିନାୟକ ଭାବେ ସୂର୍ଯ୍ୟ କୁମାର ଏବଂ ହେଡ୍ କୋଚ ଭାବେ ନଜର ଆସିବେ ଗମ୍ଭୀର। ୨୦୨୭ ଦିନିକିଆ ବିଶ୍ବକପ୍ ଯାଏ ରହିଛି ଗମ୍ଭୀରଙ୍କ କାର୍ଯ୍ୟକାଳ,ଭାରତ ତାଙ୍କଠୁ ଅନେକ କିଛି ଆଶା ରଖିଛି, ଟି-୨୦ ବିଶ୍ବକପ୍ ଏବଂ ଦିନିକିଆ ବିଶ୍ବକପ୍ ,ବିଶ୍ବ ଟେଷ୍ଟ ଚମ୍ପିୟାନସିପ ଏବଂ  ଚମ୍ପିୟାନ ଟ୍ରଫି ଖେଳିବ ଭାରତ।

ଗମ୍ଭୀରଙ୍କ ପାଇଁ ଆଗାମୀ ୨୦୨୬ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ଲାଗି ଦୃଢ଼ ଦଳ ଗଠନ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ବିଶ୍ୱକପ୍‌ରେ ଉପଅଧିନାୟକ ଥିବା ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ବଦଳରେ ସୂର୍ଯ୍ୟଙ୍କ ଉପରେ ଭରସା କରିଛି ବିସିସିଆଇ। ଏହା ପୂର୍ବରୁ ୨୦୨୩ ଜାନୁଆରିରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍ ଖେଳାଯାଇଥିଲା। ଏହି ସିରିଜରେ ଭାରତ ୨-୧ରେ ବିଜୟୀ ହୋଇଥିଲା। ତେବେ ଏହାପରେ ଭାରତ ଘରୋଇ ମାଟିରେ ଖେଳିଥିଲା ସିରିଜ୍ ।

ଏଥର ସିରିଜ୍ ଶ୍ରୀଲଙ୍କାରେ ଖେଳାଯାଉଛି।୩ଟି ଟି- ଟ୍ୱେଣ୍ଟି ପରେ, ୩ଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳାଯିବ ଶ୍ରୀଲଙ୍କାରେ। କଲମ୍ବୋରେ ଖେଳାଯିବାକୁ ଥିବା ଏହି  ସିରିଜରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳିବ ଟିମ୍ ଇଣ୍ଡିଆ। ଉଭୟ ଟି-୨୦ ଓ ଦିନିକିଆ ପାଇଁ ଶୁବମନ୍ ଗିଲ୍ ହୋଇଛନ୍ତି ଉପଅଧିନାୟକ। 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା