ବିଜେପି ସରକାରରେ ଚଳିବନି ଗାଦି ମଡା ଅଧିକାରୀଙ୍କ ହାକିମାତି
by Argus News
Sun, Jun 16 | 10:12 a.m.

ଅର୍ଗସ ବ୍ୟୁରୋ: ନୂଆ ବିଜେପି ସରକାରକୁ ବଦନାମ କରିବା ପାଇଁ ଷଡଯନ୍ତ୍ର । ସୋସିଆଲ୍ ମିଡ଼ିଆରେ ବିଭିନ୍ନ ଯୋଜନା ବନ୍ଦ ନେଇ ହେଉଥିବା ଗୁଜବ ଉପରେ ବଡ଼ ବୟାନ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅର୍ଗସକୁ ଦେଇଥିବା ତାଙ୍କ ପ୍ରଥମ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁରେ ମୁଖ୍ୟମନ୍ତ୍ରୀ କହିଛନ୍ତି ତାଙ୍କୁ ଓ ତାଙ୍କ ସରକାରଙ୍କୁ ବଦନାମ କରିବା ପାଇଁ ହେଉଛି ଚକ୍ରାନ୍ତ । ଏହାର ତଦନ୍ତ ହେବ ।

ସେହିଭଳି ଗୋଟିଏ ବିଭାଗରେ ଦୀର୍ଘବର୍ଷ ଧରି ରହୁଥିବା ବାବୁମାନଙ୍କ କାର୍ଯ୍ୟକଳାପର ସମୀକ୍ଷା ହେବ ବୋଲି କହିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୋଟିଏ ବିଭାଗରେ ଲମ୍ବା ସମୟ ଧରି ରହିଥିବା ବାବୁମାନଙ୍କୁ ନେଇ ପ୍ରଶ୍ନ ଉଠୁଛି । ଆଇଏଏସ ଅଫିସର ଜି. ମାଥିଭାଥନନ ନଗର ଉନ୍ନୟନ ବିଭାଗରେ 10 ବର୍ଷ ଏବଂ ସଂସଦୀୟ ବ୍ୟାପାର ବିଭାଗରେ 13 ବର୍ଷ ହେଲା ପ୍ରମୁଖ ସଚିବ ଦାୟିତ୍ବରେ ରହିଲେଣି । ସେମିତି ଆଇଏଏସ ରୂପା ରୋଶନ ସାହୁ 2015ରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ କିଛି ଦିନ ତଳେ ତାଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । 

ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ 2018ରୁ ଅବସ୍ଥାପିତ ହୋଇଛନ୍ତି ଆଇଏଏସ ଆର. ଭିନିଲକ୍ରିଷ୍ଣା । ଏହାସହ କ୍ରୀଡା ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ ଅଛନ୍ତି ଏହି ଅଧିକାରୀ । କେବଳ ଆଇଏଏସ ନୁହେଁ, ଏମିତି ଭାବେ ଦୀର୍ଘ ବର୍ଷ ଧରି ଗୋଟିଏ ପଦବୀକୁ ମାଡି ବସିଥିଲେ କିଛି ଆଇପିଏସ ଅଫିସର । ଯେମିତି ଅତିରିକ୍ତ ପୋଲିସ ଡିଜି ଡି.ଏସ୍ କୁଟ୍ଟେ । ଦୀର୍ଘ ୧୪ ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ସଚିବ ଭାବେ ଦାୟିତ୍ଵରେ ଥିଲେ । 

ଆହୁରି ପଢନ୍ତୁ ଓଡିଶା ଖବର...

ଚାଲେଞ୍ଜ
33m ago
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
51m ago
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ