ଆଜିଠୁ ବାର୍‌ରେ ଗୀତ ବାଜିବ, ହେଲେ ନାଚିବା ମନା ?
by Argus News
Sun, Sep 01 | 6:43 p.m.

ଅର୍ଗସ ବ୍ୟୁରୋ: ଆଜିଠୁ ରାଜ୍ୟରେ ଲାଗୁ ହେଲା ନୂଆ ଅବକାରୀ ନୀତି । ଆଇନ ଲାଗୁ ହେବା ପରେ କେବଳ ବାର୍‌ରେ ଗୀତ ବାଜିବାକୁ ଅନୁମତି ଦିଆଯାଇଛି ହେଲେ ନାଚିବାକୁ ମନା । କାରଣ ରାଜ୍ୟରେ ଯେଉଁପରି ଭାବରେ ମଦ ବର୍ଷା ହେଉଥିଲା ସେଥିରୁ ଗୋଟିଏ କଥା ସ୍ପଷ୍ଟ ମଦ ଲାଗି ବର୍ବାଦ ହେଉଥିଲା ଶହଶହ ପରିବାର । ସେଇଥି ଲାଗି ତ ରାଜ୍ୟରେ ଅଧିକ ମଦ ଦୋକାନ ନଖୋଲିବାକୁ ନିଷ୍ପତ୍ତି ନେଇଛି ନୂଆ ସରକାର । ସେପଟେ, ଦୁର୍ଗାପୂଜା ଭସାଣିରେ ଡିଜେ ସମ୍ପୂର୍ଣ୍ଣ ବାରଣ କହିଲେ ପୋଲିସ କମିଶନର । କାରଣ ମଦ ଦୋକାନ ଅତ୍ୟଧିକ ଖୋଲିଥିବାରୁ ମଦ ପିଇ ଡିଜେରେ ଉତ୍ପାତ ହେଉଥିଲେ ଅସାମାଜିକ ଯୁବକ । ହେଲେ ବେଆଇନ ମଦ ଦୋକାନ ବନ୍ଦ ହେବା ପରେ ଏବେ ଭସାଣ ବି ଶୃଙ୍ଖଳାରେ ହେବ ବୋଲି ଚର୍ଚ୍ଚା ହେଉଛି । 

ନିଶା ସେବନରେ ଓଡ଼ିଶା ବର୍ବାଦ ହେଉଥିଲା । କାରଣ ବିଜେଡି ସରକାର ବେଳେ ପ୍ରବଳ ମଦ ଦୋକାନ ଖୋଲିଥିଲା । ଯାହା ଫଳରେ ଶହଶହ ପରିବାରରେ ଅଶାନ୍ତି ହେଉଥିଲା । ଖାଲି ମଦ ବିକ୍ରି ହେଉଥିଲା ତାହା ନୁହେଁ ବରଂ ଚୋରା ମଦ ବେପାର ବି ସାଙ୍ଘାତିକ ବିକ୍ରି ଚାଲିଥିଲା ।  ତେଣୁ ଚୋରା ମଦ କାରବାର ଉପରେ ରୋକ୍ ଲଗାଇବାକୁ ମୋହନ ସରକାରଙ୍କ ଉଦ୍ୟମ କରିଥିଲେ । ତେଣୁ ରାଜ୍ୟର ୧୬ଟି ଜିଲ୍ଲା ୨୫ ନୂଆ ଅବକାରୀ ଥାନା ଖୋଲିବା ନେଇ ସରକାର ପ୍ଲାନ କରିଛନ୍ତି । ଖାଲି ଏତିକି ନୁହେଁ ବରଂ ନୂଆ ଦୋକାନ ଖୋଲିବା ଉପରେ ବି ଲଗାଇଛନ୍ତି ରୋକ୍  । ଏହାସହ ବାରରେ ଡ୍ୟାନ୍ସ ମନା, କେବଳ ସଙ୍ଗୀତ ପରିବେଷଣ ପାଇଁ ଅନୁମତି ଦିଆଯାଇଛି । ନିଶା ସେବନ ବିରୋଧରେ ସଚେତନତା ପାଇଁ ସ୍ଵତନ୍ତ୍ର ଫଣ୍ଡର ବ୍ୟବସ୍ଥା ବି ହୋଇଛି ।  

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ପୂର୍ବରୁ ନବୀକରଣ ହୋଇନଥିବା ୫୭ ଟି ମଦ ଦୋକାନର ଲାଇସେନ୍ସ ଆଉ ନବୀକରଣ ହୋଇ ପାରିବ ନାହିଁ । ସେହିପରି ସବୁଠାରୁ ବେଶୀ ବେଆଇନ ବିକ୍ରି ହେଉଥିବା ଭାଙ୍ଗ ,ତାଡି ଓ ପୋଚ ପାଇଁ ଅବକାରୀ ବିଭାଗ ଠାରୁ ସ୍ଵତନ୍ତ୍ର ଲାଇସେନ୍ସ ଆଣିବାକୁ ପଡ଼ିବ। ସେହିପରି ପର୍ଯ୍ୟଟନର ପ୍ରସାର ପାଇଁ ବେଳାଭୂମିରେ ଖୋଲିବ ମଦ କ୍ୟାବିନ । ଯାହା ପର୍ଯ୍ୟଟନ ବିଭାଗର ପ୍ରତ୍ୟକ୍ଷ ତଦାରଖରେ ହେବ ।  

ସେପଟେ, ଗଞ୍ଜାମ ଚିକିଟି ବିଶାକ୍ତ ମଦମୃତ୍ୟୁ ଘଟଣାରେ ଗତକାଲି ଆଉ ଜଣଙ୍କ ମୁଣ୍ଡ ନେଇଛି । ଆଇସିୟୁ ରେ ଚିକିତ୍ସାଧୀନ ଥିବା  ଲକ୍ଷ୍ମଣ ବେହେରାଙ୍କ ଜୀବନ ଯାଇଛି...ଗତ 30 ବର୍ଚୋଷ ଭିତରେ ବିଷାକ୍ତ ମଦ ନେଇଛି 231 ଜୀବନ.. ବେଆଇନ ମଦ ବିକୁଥିବା ବେପାରୀ ଙ୍କୁ ସାବାଡ କରିବାକୁ ବଡ ପଦକ୍ଷେପ ନେଇଛି ଅବକାରୀ ବିଭାଗ । ରାଜ୍ୟର ୧୬ ଟି ଜିଲ୍ଲାରେ ଖୋଲିବ ୨୫ଟି ନୂଆ ଅବକାରୀ ଥାନା । ଗତ ୧୧ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧ ଲକ୍ଷ ୪୮ହଜାର ୨୨୫ ଲିଟର ବେଆଇନ ମଦ ଓ ୧୩ ଲକ୍ଷ ୬୯ ହଜାର ୩୮୦ କେଜି ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି । ସେହିପରି ୧୬୦୭ ଜଣଙ୍କୁ ଗିରଫ କରି ମାଫିଆଙ୍କ ଘରେ ବୁଲଡୋଜର ଚଳାଇଛି ଅବକାରୀ ବିଭାଗ।  
 

ପେଜର ବିସ୍ଫୋରଣ
4m ago
ଲେବାନନରେ ଭୟଙ୍କର "ପେଜର ବିସ୍ଫୋରଣ", ଗଲା ୧୧ ଜଣଙ୍କ ଜୀବନ
ଅର୍ଗସ ବ୍ୟୁରୋ : ଲେବାନନରେ ଭୟଙ୍କର ପେଜର ବିସ୍ଫୋରଣ । ନିମିଷକେ ଚାଲିଗଲା ୧୧ ଜଣଙ୍କ ପ୍ରାଣ । ଏହାସହିତ ୪ ହଜାରରୁ ଅଧିକ ଆହତ ବି ହୋଇଛନ୍ତି । ଲେବନାନରେ ଥିବା ହିଜବୁଲ୍ଲାରର ସଦସ୍ୟ ଉପର
ପ୍ରଧାନମନ୍ତ୍ରୀ
11m ago
ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନକୁ କ୍ୟାବିନେଟ୍ ମଞ୍ଜୁରୀ
ଅର୍ଗସ ବ୍ୟୁରୋ : ଆଦିବାସୀଙ୍କ ଉନ୍ନତି ଉପରେ ମୋଦି ସରକାରଙ୍କ ଫୋକସ୍ । ଆଦିବାସୀ ବହୁଳ ଅଞ୍ଚଳରେ ବିକାଶ ମୂଳକ କାମକୁ ଗତି ଦେବାକୁ ଆରମ୍ଭ ହେଉଛି ବଡ଼ ଯୋଜନା । ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନ
ନିର୍ବାଚନ
30m ago
ସାରା ଦେଶରେ ଏକାସାଙ୍ଗରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ
ନୂଆଦିଲ୍ଲୀ : ଦେଶରେ ଏକା ସାଙ୍ଗରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। ଏ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପ୍ରସ୍ତାବକୁ ମିଳିଛି ମୋଦ