'ଅଭିଭାବକମାନେ ପିଲାମାନଙ୍କୁ ସ୍କୁଲ ବ୍ୟାଗରେ ପାଣି ଦେଇ ଛାଡନ୍ତୁ'
by Argus News
Fri, Mar 01 | 2:57 p.m.

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହକୁ ଦେଖି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନୂଆ ଗାଇଡ଼ଲାଇନ । ୨୦୨୪ର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସଚେତନତା ମୂଳକ ପଦକ୍ଷେପ ନେଇଛି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ । ପ୍ରତ୍ୟେକ ବିଦ୍ୟାଳୟ, କଲେଜ , ଏମିତିକି ସବୁ ଶିକ୍ଷାନୁଷ୍ଠାନରେ ଛାତ୍ର ଛାତ୍ରୀମାନଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା କରିବେ କର୍ତ୍ତୃପକ୍ଷ । ଆବଶ୍ୟକ ସ୍ଥଳେ ORS ବ୍ୟବସ୍ଥା ମଧ୍ୟ କରିବେ । ଅତ୍ୟଧିକ ଖରାକୁ ଦୃଷ୍ଟିରେ ରଖି ଆଉଟ ଡୋର୍ କାର୍ଯ୍ୟକ୍ରମ ବନ୍ଦ କରିବେ । 

ଅଭିଭାବକମାନେ ନିଜ ପିଲାମନଙ୍କୁ ସ୍କୁଲ ବ୍ୟାଗରେ ପାଣି ବୋତଲ ଦେଇ ଛାଡିବେ । ଆବଶ୍ୟକ ସ୍ଥଳେ ସ୍କୁଲ କର୍ତ୍ତୃପକ୍ଷ ପିଲାମାନଙ୍କୁ ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ସଚେତନତା ଟିପସ ଜଣାଇବେ । 

ବର୍ତ୍ତମାନ ଉତ୍ତରାୟଣ ଗତି କରୁଛି ସୂର୍ଯ୍ୟ । ତାପମାତ୍ରା ବୃଦ୍ଧି ପାଉଛି । ଦକ୍ଷିଣ ଆନ୍ଧ୍ରପ୍ରଦେଶର ସ୍ଥଳ ଭାଗ ଦେଇ ଆସୁଛି ଗୁରୁଚାପ । ଯାହାକି ଓଡ଼ିଶାର ଦକ୍ଷିଣ ପଶ୍ଚିମ ଦିଗରେ ପବନ ବହୁଛି ।  ଯାହା ଫଳରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଛି । ତେବେ ଏଭଳି ସ୍ଥିତି ଆସନ୍ତା ୩ ତାରିଖ ଯାଏଁ ରହିବ । ୪,୫ ଓ ୬ ସାମାନ୍ୟ କମିପାରେ ତାପମାତ୍ରା  । ପୁଣି ୭ ରୁ ବଢ଼ିବ ତାପମାତ୍ରା । ସେହିପରି ଚଳିତ ବର୍ଷ ମନ୍ ସୁନ୍ ବେଳକୁ ଏଲିନୋର ପ୍ରଭାବ କମିବ । ଜୁଲାଇ ବେଳକୁ ରହିବନି ଏଲିନୋର ପ୍ରଭାବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । 

ଆହୁରି ପଢନ୍ତୁ ଓଡିଶା ଖବର...

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ