ଚାଷୀଙ୍କୁ ବିଷ ପିଆଇ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ
by Argus News
Fri, Feb 02 | 7:16 p.m.

ଅର୍ଗସ ବ୍ୟୁରୋ:  ଆସନ୍ତାକାଲି ପଶ୍ଚିମ ଓଡ଼ିଶାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଚାଷୀ ଓ କୃଷି ମୋଦିଙ୍କ ପ୍ରାଥମିକତା । ମୋଦି ସରକାରରେ ଚାଷୀଙ୍କୁ ଋଣ ସହ ଫସଲ ବୀମା ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇଦେବା ଉପରେ ଦିଆଯାଉଛି ଗୁରୁତ୍ବ । ହେଲେ ମୋଦି ପଶ୍ଚିମ ଓଡ଼ିଶାକୁ ଆସିବାର ଦିନ କେଇଟା ପୂର୍ବରୁ ଭେଡେନରେ ଚାଷୀଙ୍କୁ ବିଜେଡି ନେତା ବିଷ ପିଆଇ ହତ୍ୟା କରିଥିବାର ଆସିଛି ସାଘାଂତିକ ଅଭିଯୋଗ । ଏବେ ଏହି ମାମଲାରେ ଅର୍ଗସ ହାତରେ ଲାଗିଛି ବଡ଼ ଲିଙ୍କ୍ । ହତ୍ୟା ପରେ ଯେଉଁ ରୁଟ୍ ଦେଇ ଚାଷୀ ହତ୍ୟାକାରୀ ଫେରାର୍ ହୋଇଛି ବିଶେଷ ସୂତ୍ରରୁ ତାର ତଥ୍ୟ ହସ୍ତଗତ ହୋଇଛି । ସାଲେପାଲିରୁ ପ୍ରଥମେ ଭେଡେନ୍। ପରେ ଭେଡେନରୁ ରାମପୁର... ରାମପୁରରୁ ବିନିକା... ଏବଂ ବିନିକାରୁ ମହାଦେବପାଲି ଦେଇ ସୋନପୁର ଖସି ପଳାଇଛି ଚାଷୀ ହତ୍ୟାକାରୀ ।

ସେପଟେ ଆଉ ଗୋଟେ ବଡ଼ ତଥ୍ୟ ମଧ୍ୟ ଲାଗିଛି ଅର୍ଗସ୍ ହାତରେ । ଭେଡେନରେ ବିଜେଡିର ବ୍ଲକ ଉପାଧ୍ୟକ୍ଷ ଡୋଲାମଣୀ କ୍ଷେତିଙ୍କ ଘରେ ସୁନାଧର ଆଶ୍ରୟ ନେଇଥିବା ନେଇ ଅର୍ଗସରେ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଋଣ ସୁଝି ନପାରିବାରୁ ଚାଷୀଙ୍କୁ ବିଷ ପିଆଇ ସାହୁକାର ସୁନାଧର ହତ୍ୟା କରିଥିବାର ପରିବାର ଲୋକେ ଅଭିଯୋଗ ଆଣିଥିବାବେଳେ ଫେରାର୍ ଅଛି ମୁଖ୍ୟ ଅଭିଯୁକ୍ତ । ଅଭିଯୋଗ ହେଉଛି, ସୁନାଧର ବିଧାୟିକା ସ୍ନେହାଙ୍ଗିନୀଙ୍କ ଖାସ୍ ହୋଇଥିବାରୁ ପୋଲିସ ମୁହଁରେ ତୁଣ୍ଡି । ଆଉ ପୋଲିସର ବଡ ନୀରବତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

ବଡ ପ୍ରଶ୍ନ, ବିଧାୟିକାଙ୍କ ଖାସ୍ ବୋଲି ସୁନାଧରଙ୍କ ପାଖ ମାଡୁନି କି ପୋଲିସ ? ନା ଅଭିଯୁକ୍ତକୁ ଗିରଫ ନ କରି ମାହାଜନୀ କାରବାରକୁ ପ୍ରୋତ୍ସାହିତ କରୁଛି ବିଜେଡି ସରକାର ? ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ମୁଖ୍ୟମନ୍ତ୍ରୀ
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ