ବନ୍ଦ ଘରେ ଦମ୍ପତିଙ୍କ ମୃତଦେହ
by Argus News
Mon, May 27 | 9:12 a.m.

ବାଲେଶ୍ୱର: ଦମ୍ପତିଙ୍କ ଆତ୍ମହତ୍ୟା ।  ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତ ପାର୍ବତୀପୁର ଗାଁର ମେନା ମହାକୁଡଙ୍କ ପୁଅ ମନୋଜ ମହାକୁଡ ଏବଂ ବୋହୂ ସସ୍ମିତା ମହାକୁଡ ଗତ ରାତିରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମନୋଜ ଓ ସସ୍ମିତା ଗତ କାଲି ଖାଇସାରି ଘରେ ଶୋଇଥିଲେ । ସସ୍ମିତାଙ୍କ ଭଉଣୀ ଓ ଭିଣୋଇ ଆସି ପହଞ୍ଚିବା ପରେ ଘର କବାଟ ବାଡେଇ ଡାକିଥିଲେ। 

ମାତ୍ର କବାଟ ନଖୋଲିବାରୁ ସନ୍ଦେହ କରି ପରିବାର ଲୋକ କବାଟକୁ ଭାଙ୍ଗିଦେଇଥିଲେ । କବାଟ ଖୋଲିବାରୁ ବିଦ୍ୟୁତ ତାର ଦୁଇ ଜଣଙ୍କ ବେକରେ ଗୋଡାଇ ହୋଇଥିବା ଦେଖିବାକୁ ପାଇଥିଲେ । ଦୁଇ ଜଣ ବିଦ୍ୟୁତ ଆଘାତରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ସିମୁଳିଆ ପୁଲିସ ଘଟଣାର ତଦନ୍ତ ଚଳାଇଛି । ତେବେ କେଉଁ କାରଣରୁ ଦୁହେଁ ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି