ରାଉରକେଲାରେ ଝାଡ଼ାବାନ୍ତି ନେଲାଣି 9 ଜଣଙ୍କ ଜୀବନ
by Argus News
Tue, Dec 19 | 10:09 a.m.

ରାଉରକେଲା:  ରାଉରକେଲାରେ ଏବେ ବି ସୁଧୁରିନି ସ୍ଥିତି । ଇସ୍ପାତ ସହରରେ ଏବେବି ଜାରି ରହିଛି ଝାଡ଼ାବାନ୍ତି ଆତଙ୍କ । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆଉ ଜଣେ ରୋଗୀର ମୃତ୍ୟୁ ହୋଇଛି । ଯଦିଓ ସରକାରୀ ତଥ୍ୟ ଅନୁସାରେ ମୃତ୍ୟୁ ସଂଖ୍ୟା 6 ରହିଛି ହେଲେ ବେସରକାରୀ ତଥ୍ୟ କହୁଛି ରାଉରକେଲାରେ ଝାଡ଼ାବାନ୍ତି ନେଲାଣି 9 ଜଣଙ୍କ ଜୀବନ । 

ସ୍ମାର୍ଟସିଟିରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା । ଖାଲି ସହର କାହିଁକି ରାଜ୍ୟର କୋଣ ଅନୁକୋଣରେ ଏବେ ଲୋକେ ଜଳ ସମସ୍ୟାରେ ଜୁଝି ହେଉଛନ୍ତି । କିଛି ଦିନ ପୂର୍ବେ ସମ୍ବଲପୁର ହୀରାକୁଦ ସ୍ଥିତ ମହମ୍ମଦପୁର ଗାଁରେ ଉତ୍କଟ ରୂପ ନେଇଥିବା ପାନୀୟ ଜଳ ସମସ୍ୟା । ଦୂଷିତ ପାଣି ପିଇ ହଇଜା ଭଳି ମାରାତ୍ମକ ରୋଗ ଶିକାର ହେଇଥିଲେ 43 ରୁ ବି ଉର୍ଦ୍ଧ୍ବ ଗ୍ରାମବାସୀ । 

ଅନେକ ଗୁରୁତର ହୋଇ ଯମ ଯନ୍ତ୍ରଣା ଭୋଗିଥିବାବେଳେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଚଳିତ ବର୍ଷ ରାୟଗଡ଼ା କାଶୀପୁର ଠାରୁ ଆରମ୍ଭ କରି ନବରଙ୍ଗପୁର ଏବଂ କୋରାପୁଟ ଜୟପୁର ବ୍ଲକ ଅନ୍ତର୍ଗତ ଡ଼ଙ୍ଗର ଚିଞ୍ଚିରେ ବ୍ୟାପିଥିଲା ହଇଜା । ଏହି ଅଞ୍ଚଳରେ 10 ରୁ ଉର୍ଦ୍ଧ୍ବ ଲୋକ ଜୀବନ ହାରିଥିଲେ । ସବୁଠୁ ବଡ଼ କଥା ହେଉଛି ଦୂଷିତ ଜଳ ପିଇ ରୋଗର ଶିକାର ପାଲଟିଛନ୍ତି ରାଜ୍ୟର ଅନେକ ଆଦିବାସୀ । 

କେନ୍ଦୁଝରରେ ଦୂଷିତ ପାଣି ପିଇ ଅଜଣା ରୋଗରେ 11 ରୁ ଉର୍ଦ୍ଧ୍ବ ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ହୋଇଛି । ଦେଶବାସୀଙ୍କୁ ବିଶୁଦ୍ଧ ଜଳ ଯୋଗାଇ ଦେବାକୁ କେନ୍ଦ୍ର ସରକାର ହର ଘର ଜଳ ଯୋଜନା ଆପଣାଇଥିବାବେଳେ ଏହାକୁ ରାଜ୍ୟରେ ଲାଗୁ କରୁ ନାହାନ୍ତି ରାଜ୍ୟ ସରକାର । ନା ନିଯେ ଯୋଗାଉଛନ୍ତି ନା କେନ୍ଦ୍ର ଦେଉଥିବା ସୁବିଧା ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

ଆହୁରି ପଢନ୍ତୁ ଓଡିଶା ଖବର...

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ