ସାଧାରଣ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଲୁଟିବାରେ ଲାଗିଛନ୍ତି ଅଜଣା ବାବୁ
by Argus News
Fri, Dec 08 | 5:18 p.m.

ଅର୍ଗସ ବ୍ୟୁରୋ : ଅଫିସରେ କାମ କରୁଛନ୍ତି ଅଜଣା ଲୋକ l ସାଧାରଣ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଲୁଟିବାରେ ଲାଗିଛନ୍ତି ଅଜଣା ଲୋକ । କାହା ଆଦେଶରେ କାମ କରୁଛନ୍ତି  ଏହି ଅଜଣା ବାବୁ ଜଣକ । ଅଫିସ ଭିତରେ ପଶି ଲାପଟପ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକରୁଛନ୍ତି ବାବୁ ଜଣକ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଅଫିସରେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ନିଶ୍ଚିନ୍ତକୋଇଲି ଆରଆଇ ଅଫିସରେ ଗତ କିଛି ଦିନ ହେବ ସିଲୁ ବୋଲି ଜଣେ ଅଜଣା ଯୁବକ ଅଫିସ ଭିତରେ ପଶି କାର୍ଯ୍ୟକରୁଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ଼ କଥା ହେଲା ନିଶ୍ଚିନ୍ତକୋଇଲି ତହସିଲ ଅଫିସର ନାକ ତଳେ ରହିଛି ଏହି ଅଫିସ । କିନ୍ତୁ କେମିତି ଜାଣିପାରିଲେ ନାହିଁ ତହସିଲଦାର ବାବୁ । ଏପଟେ ଏହି ଅଜଣା ଲୋକଟି ସାଧାରଣ ଗରିବ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ମଧ୍ୟ ହୋଇଛି । ଏହି ଘଟଣାକୁ ତଦନ୍ତ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

ରାଜ୍ୟରେ ଲାଗୁ ହେବ
27m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର