ମଦ ପିଇ ସ୍କୁଲ ଆସୁଥିଲେ ସାବଧାନ, ସତର୍କ କରାଇଲେ ନିତ୍ୟାନନ୍ଦ ଗଣ୍ଡ
by Argus News
Wed, Sep 18 | 5:43 p.m.

 ଭୁବନେଶ୍ୱର:   ମଦ ପିଇ ସ୍କୁଲ ଆସୁଥିଲେ ସାବଧାନ । ଶିକ୍ଷକଙ୍କୁ ସତର୍କ କରାଇଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେମାନଙ୍କ ବିରୋଧରେ ବିଭାଗ ନେବ କଠୋରରୁ କଠୋର ପଦକ୍ଷେପ । ପିଲାଙ୍କୁ ସ୍କୁଲ ନେଇ ଯାଉଥିବା ବସର ଡ୍ରାଇଭର ମଦ ପିଇ ଗାଡ଼ି ଚଳାଇଲେ ହେବ କାର୍ଯ୍ୟାନୁଷ୍ଠାନ । ଶିକ୍ଷକମାନେ ନିଶାମୁକ୍ତ ରହିବା ଏକାନ୍ତ ଆବଶ୍ୟକ । ଶିକ୍ଷାଦାନ କରୁଥିବା ଶିକ୍ଷକ ଯଦି ମଦ ପ୍ରତି ଆସକ୍ତ ରହିବେ ତାହା ଶିକ୍ଷା ଉପରେ ପ୍ରଭାବ ପକାଇବ ।

ବିଭାଗ ଏହା ପାଇଁ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ କରିବ । ଯଦି ମାତାଲ୍ ହୋଇ ଶିକ୍ଷକ ସ୍କୁଲରେ ରହୁଛନ୍ତି ଅଘଟଣ ଘଟିବାର ସମ୍ଭାବନା ରହୁଛି । ମଦୁଆ ଶିକ୍ଷକ ପାଇଁ ଲିଖିତ ଆକାରରେ ମଧ୍ୟ ଆଗକୁ ଦେବୁ । ଶିକ୍ଷା ସହ ଯୋଡ଼ି ହୋଇଥିବା କୌଣସି ବ୍ୟକ୍ତି କିମ୍ବା ଏହାର ଆଖପାଖ ଅଞ୍ଚଳ ମଦ ମୁକ୍ତ ହେବା ଦରକାର । ସ୍କୁଲ ଛୋଟ ଛୋଟ ପିଲାଙ୍କ ସହ ଜଡ଼ିତ । ତେଣୁ ପିଲାଙ୍କୁ ନେବା ଆଣିବା କରୁଥିବା ଗାଡ଼ିର ଚାଳକ ମଦ ପିଇବା ଦୁର୍ଘଟଣା ଆଶଙ୍କା ବଢ଼ାଇଥାଏ । ତେଣୁ ବିଭାଗ  କଡା ଆଭିମୁଖ୍ୟ ଗ୍ରହଣ କରିବ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ