ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଗାଁକୁ ଫିଟିନି ରାସ୍ତା
by Argus News
Sun, Feb 11 | 6:53 p.m.

ଅର୍ଗସ ବ୍ୟୁରୋ:  ରାଜ୍ୟ ସରକାରଙ୍କ ଯୋଜନା ପ୍ରବଳ କାମ ଦୁର୍ବଳ । ଏହାର ଉଦାହରଣ ହେଉଛି ମାଲକାନାଗି ଜିଲ୍ଲା ଖଇରପୁଟ ବ୍ଲକ ହଣ୍ଡ୍ରାହାଲ ପଞ୍ଚାୟତର ପାତ୍ରପୁଟ ଗାଁ।  ବଣ ପାହାଡ ମଧ୍ୟରେ ରହିଛି ପାତ୍ରପୁଟ ଗାଁ । ଗାଁକୁ ଲାଗି ରହିଛି ଆନ୍ଧ୍ରପ୍ରଦେଶ । କାହିଁ କେଉଁ ଅମଳରୁ ଏଠାରେ ବସବାସ କରି ଆସୁଛନ୍ତି 65 ଆଦିମ ଜନଜାତି ପରିବାର। ମାତ୍ର ଗାଁକୁ ଯିବା ପାଇଁ ଏହି ଖାଲଖମା ଭରା ପଥୁରିଆ ରାସ୍ତା ହିଁ ସହାଭାରସା। ବିପଦ ସଂକୁଳ ଅବସ୍ଥାରେ ଥିବା ଏହି ରାସ୍ତାରେ ନୀତିଦିନ ଯିବା ଆସିବା କରନ୍ତି ସ୍ଥାନୀୟ ଲୋକେ।

ସରକାରୀ ସହାୟତା ରୁପେ ଗାଁକୁ ମିଳିଛି କେବଳ ଗୋଟିଏ ନଳକୂପ। ସେଥିରୁବି ଯଥେଷ୍ଟ ପରିମାଣରେ ପାଣି ବାହାରୁ ନାହିଁ । ଫଳରେ ଏବେବି ନଦୀ ପାଣି ମେଣ୍ଟାଉଛି ପାତ୍ରପୁଟବାସୀଙ୍କ ଶୋଷ। ପାଣିର କୌଣସି ବିକଳ୍ପ ନଥିବାରୁ ଅଞ୍ଚଳବାସୀଙ୍କୁ ପ୍ରତିଦିନ ପାଣି ହାଣ୍ଡି ମୁଣ୍ଡରେ ବୋହି ପ୍ରାୟ କୋଡିଏ ଫୁଟ ଘାଟି ଚଢିବାକୁ ପଡିଥାଏ।

ସରକାରଙ୍କ ଯୋଜନାର ଲମ୍ବା ତାଲିକା ମଧ୍ୟରେ ପାତ୍ରପୁଟ ଗାଁ ସରକାରଙ୍କ ଦୃଷ୍ଟି ଅଡୁଆଳରେ ରହିଯାଇଛି।  ବର୍ଷ ତମାମ ଏଠାରେ ସରାକାରୀ ବାବୁଙ୍କ ପାଦ ପଡିନାହିଁ । ଯଦି ଆଗାମୀ ଦିନରେ ଦାବି ପୂରଣ ନହେଲେ ଅଞ୍ଚଳବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ