ବିଶୁଦ୍ଧ ପାନୀୟ ଜଳ ନମିଳିଲେ ବିକଳ୍ପ ସରକାର ଗଢିବାର ଚେତାବନୀ ଦେଲେ ଗ୍ରାମବାସୀ
by Argus News
Mon, May 27 | 6:53 p.m.

ଅର୍ଗସ ବ୍ୟୁରୋ:  ପାଣି ନାହିଁ ତ ଭୋଟ ନାହିଁ। ବିଶୁଦ୍ଧ ପାନୀୟ ଜଳ ନମିଳିଲେ ବିକଳ୍ପ ସରକାର ଗଢିବାର ଚେତାବନୀ ଦେଲେ ଗ୍ରାମବାସୀ।  ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗମ୍ଭାରିଆ ଗ୍ରାମପଞ୍ଚାୟତ କାଦୁଆଣୀ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଚବିଶ ବର୍ଷର ସ୍ଥିର ସରକାର ପରେ ବି  ଏଠାରେ ଯାଉନି ଜଳ ଦୁର୍ଦ୍ଦଶା। ପାନୀୟ ଜଳ ପାଇଁ ଡହଳ ବିକଳ ଲୋକେ। ଦୀର୍ଘ ଏକବର୍ଷ ପୁର୍ବରୁ ଏଠାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ବସୁଧା ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ। କେଉଁଠି ପାଚେରୀ ଫାଟି ଆଁ କଲାଣି ତ କେଉଁଠି ପାଣି ଟାଙ୍କି ଫାଟିଲାଣି। ପାଇପ ତ ବିଛାଯାଇଛି ହେଲେ କେଉଁଠି ପାଇପ ଉପାଡ଼ି ପଡ଼ିଛି ତ କେଉଁଠି ଭାଙ୍ଗି ଗଲାଣି। କେବଳ ଗୋଟିଏ ମାତ୍ର ସୋଲାର ଜଳ ପ୍ରକଳ୍ପ ଦୂର କରୁଛି ଗ୍ଚାରାମରେ ବାସ କରୁଥିବା ଚାରି ଶହରୁ ଅଧିକ ପରିବାରଙ୍କ ଜଳ କଷ୍ଟ।

ଗୋଟିଏ ସୋଲାର ଜଳ ପ୍ରକଳ୍ପ ଦୀର କରିପାରୁନି ପୁରା ଗାଁର ଜଳ କଷ୍ଟ। ତେଣୁ ବାଧ୍ୟ ହୋଇ ମହିଳାମାନେ ଅଳ୍ପ ପାଣି ବାହାରୁ ଥିବା ନଳକୂପରୁ ଧାଡ଼ିବାନ୍ଧି ପାଣି ନେଉଥିବା ଦେଖାଦେଇଛି। ସେପଟେ ପୋଖରୀରେ ୟେଉଁ ପାଣିକୁ ଗୋରୁ, ଗାଈ ,ଘୁଷୁରୀ ବ୍ୟବହାର କରୁଛନ୍ତି ତାକୁ ମଧ୍ୟ ଆଣି ଘରର ପ୍ରତ୍ୟେକଟି କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଏନେଇ ଗ୍ରାମବାସୀ, ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ବାରମ୍ବାର ଅବଗତ କରାଇଥିଲେ ସୁଦ୍ଧା ଫଳ ଶୂନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ