ପୁଣି ଆସୁଛି କାଳବୈଶାଖୀ, ଏହି ଜିଲ୍ଲାରେ ରହିବ ପ୍ରଭାବ
by Argus News
Thu, Mar 28 | 8:04 p.m.

 ଅର୍ଗସ ବ୍ୟୁରୋ : ପ୍ରଚଣ୍ଡ ରୁଦ୍ର ତାପ ସହ ଜଳୁଛି ରାଜଧାନୀ ଭୁବନେଶ୍ୱର। ପାରଦ ଉପର ମୁହାଁ ଥିବା ବେଳେ  ନିଆଁର  ଝୁଲରେ ସିଜୁଛନ୍ତି ସହରବାସୀ। ଗତ କିଛିଦିନର ବର୍ଷା ପ୍ରଭାବରେ  ଆକାଶ ନିର୍ମଳ ସହ ରାଜ୍ୟରେ  କୌଣସି ନିଦିଷ୍ଟ ପାଣିପାଗ ସକ୍ରିୟ ନଥିବା ବେଳେ ପାଗ ଶୁଖିଲା  ରହିଛି। ଯେଉଁଥିପାଇଁ ଗରମ  ସହ ଅତ୍ୟଧିକ ଖରା ଯୋଗୁ  ସିଜୁଛି ଟ୍ୱଇନ୍ସିଟି। ସାରା ରାଜ୍ୟରେ ଶୁଖିଲା ପାଗ ସହ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଆଗାମୀ ୨୪ ଘଂଟାରେ ଉତ୍ତର ଓଡିଶା  କେନ୍ଦୁଝର ମୟୁରଭଞ୍ଜ ବାଲେଶ୍ୱର ସୁନ୍ଦରଗଡ  ଗଜପତି  ରାୟଗଡା  କୋରାପୁଟ  ଜିଲ୍ଲାର କିଛି ସ୍ଥାନରେ ବର୍ଷାରେ ହେବାର ସମ୍ଭାବନା ରହିଛି ଥିବା ବେଳେ ଅବଶିଷ୍ଟ ଜିଲ୍ଲାରେ  ପାଗ  ଶୁଖିଲା ରହିବ ।

ଅଧିକ ପଢନ୍ତୁ : 

ବର୍ଷା ର ସମ୍ଭାବନାକୁ ନେଇ ଆସନ୍ତା ୨୪ ଘଂଟାରେ  ୬ ଜିଲ୍ଲା କେନ୍ଦୁଝର,  ମୟୁରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ , ଗଜପତି  ରାୟଗଡା କୁ  ୟେଲୋ ବର୍ଣ୍ଣିଙ୍ଗ ଜାରିକରିଛି  ପାଣିପାଗ ବିଭାଗ । ସେହିପରି  ଦୁଇଦିନ  ଯାଏ ଶୁଖିଲା  ପାଗ  ରହିବା ସହ ୩୦ ତାରିଖ ପରଠୁଁ  ନିମ୍ନ ଚାପରେଖା ଓ ପଶ୍ଚିମା ଝଡ଼ ପ୍ରଭାବରେ କିଛି ସ୍ଥାନରେ ବର୍ଷା ର ସମ୍ଭାବନା ରହିଛି । ୩୦ ତାରିଖ ଦିନ ବିଜୁଳି ଘଡଘଡି  ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଆଜି ଭୁବନେଶ୍ୱର ରେ ନିଅ ବର୍ଷା ହୋଇଥିବା ବେଳେ ରାଜଧାନୀରେ  ଅସ୍ତବ୍ୟସ୍ତ ଜନଜୀବନ। ଖରାରରୁ ତ୍ରାହି ପାଇଁ ମୃଦୁପାନୀୟ  ଦୋକାନରେ  ଲାଗିଛି  ଲୋକଙ୍କ  ଭିଡ । ସେପଟେ ଗତା ୨୪ ଘଂଟାରେ  କିଛି  ସ୍ଥାନରେ  ହାଲୁକରୁ ମଧ୍ୟମ ଧରଣର  ବର୍ଷା ହୋଇଥୁବା ବେଳେ ୧୩ ଟି ସହରରେ  ୩୭ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି। ମୟୁରଭଞ୍ଜ ର ଉଦଳାରେରେ ସର୍ବାଧିକ  ୨୧.୦ ମିମି ବର୍ଷା ରେକର୍ଡ ହୋଇଛି  ସେହିପରି ବୌଦ୍ଧରେ ୩୮.୫  ସର୍ଵଚ ତାପମାତ୍ରା  ରେକର୍ଡ  ହୋଇଛି । 
 

BJP PRESS MEET
10m ago
ବିଜେଡି ବିରୋଧରେ CECଙ୍କ ନିକଟରେ ଫେରାଦ ହେଲା ବିଜେପି
ଭୁବନେଶ୍ୱର: ନବରଙ୍ଗପୁର ଲୋକସଭାର ବିଜେଡ଼ି ପ୍ରାର୍ଥୀ ପ୍ରଦୀପ ମାଝୀ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମିଛ ଅଡିଓ ଦେଖାଇ ଲୋକଙ୍କୁ ଭଡକାଇଲେ । ଆଦିବାସୀମାନଙ୍କୁ ଧମକ ଦେଲେ ପ୍ରଦୀପ ମାଝୀ । ବିଜେପ
HEALTH
19m ago
ଏହି ସବୁ କରନ୍ତୁ ସମାସ୍ୟା ଦୂର ହେବ
ଅର୍ଗସ ବ୍ୟୁରୋ: କିଛି ଲୋକଙ୍କର ଶୀତ ଦିନ ହେଉକି ଖରା ଦନ ସବୁ ବେଳେ ମୁହଁ ଶୁଖୁଲା ଦେଖାଯାଇଥାଏ । ଏହାକୁ ନେଇ ଅନେକ ଜଣ ଟେନସନରେ ମଧ୍ୟ ରୁହନ୍ତି । ଆଉ କିଛି ଲୋକତ ଲସୋନ ଲଗେଇବା ପର
ଭାରତରେ ୫ଲକ୍ଷ ଚାକିରି
ଭାରତରେ ୫ଲକ୍ଷ ଚାକିରି ଦେବ ବିଶ୍ବର ସବୁଠୁ ବଡ଼ କମ୍ପାନୀ: କମ ଯୋଗ୍ୟତା ଥିବା ଯୁବକଯୁବତୀଙ୍କୁ ମିଳିବ ସୁଯୋଗ
ଅର୍ଗସ ବ୍ୟୁରୋ: ଚାକିରି ପାଇଁ ଆଗାମୀ ସମୟ ବହୁତ ଭଲ ହେବାକୁ ଯାଉଛି। ବିଶ୍ୱର ଅଗ୍ରଣୀ ଟେକ୍ କମ୍ପାନୀ ଆପଲ୍ ଭାରତରେ ଲକ୍ଷ ଲକ୍ଷ ଚାକିରି ଯୋଗାଇବାକୁ ଘୋଷଣା କରିଛି। ସରକାରଙ୍କ ଦ୍ୱାର