କେବଳ ଶ୍ରୀକ୍ଷେତ୍ର ନୁହଁ ଓଡ଼ିଶାର ପୁରପଲ୍ଲୀରେ ବି ଓଡ଼ିଆ ଅସ୍ମିତାର ଯାତ୍ରା
by Argus News
Sat, Jun 22 | 7:38 p.m.

ଭୁବନେଶ୍ୱର:  କେବଳ ଶ୍ରୀକ୍ଷେତ୍ର ନୁହଁ ଓଡ଼ିଶାର ପୁରପଲ୍ଲୀରେ ବି ଓଡ଼ିଆ ଅସ୍ମିତାର ଯାତ୍ରା । ମୟୂରଭଞ୍ଜରୁ ମାଲକାନଗିରିରୁ କଟକରୁ କୋରାପୁଟ, ସ୍ନାନପୂର୍ଣ୍ଣିମାରେ ସବୁଠି ମହାପ୍ରଭୁଙ୍କ ଭକ୍ତିରେ ତଲ୍ଲୀନ ଭକ୍ତଗଣ । ଘଣ୍ଟ ଘଣ୍ଟା, ଖୋଳ ତାଳ, ହରିବୋଲ, ହୁଳୁହୁଳି ଧ୍ବନି ଭିତରେ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରରେ ଭକ୍ତିମୟ ପରିବେଶ ।  ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ବିଶ୍ବର ଆରାଧ୍ୟ ଦେବତା । ପୁରୀରେ ମହାବାହୁଙ୍କ ଏ ଲୀଳାଖେଳା ଦେଖିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ । କେବଳ ମୂଳପୀଠ ଶ୍ରୀକ୍ଷେତ୍ର ନୁହଁ ଓଡ଼ିଶାର ପୁରପଲ୍ଲୀରେ ବି ଓଡ଼ିଆ ଅସ୍ମିତାର ଯାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିରରେ ଚାଲିଛି ସ୍ନାନଯାତ୍ରା । ମୟୂରଭଞ୍ଜରୁ ମାଲକାନଗିରିରୁ କଟକରୁ କୋରାପୁଟ ସବୁଠି ୧୦୮ ଗରା ଜଳରେ ସ୍ନାନ କରିଛନ୍ତି ଶ୍ରୀଜୀଉ । ଘଣ୍ଟ ଘଣ୍ଟା ଓ ଖୋଳ ତାଳ ଓ ହରିବୋଲ, ହୁଳହୁଳି ଧ୍ବନିରେ ପ୍ରକମ୍ପିତ ପୁରା ପରିବେଶ । ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଚତୁର୍ଦ୍ଧା ମୁରତୀ ଆଜି ସ୍ନାନ ମଣ୍ଡପରେ ବିଜେ କରିଛନ୍ତି । ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରଳ ଜନସମାଗମ ହୋଇଛି । ବାଲେଶ୍ବର ଇମାମି ଜଗନ୍ନାଥ ମନ୍ଦିରରେ ବି  ସ୍ନାନ ମଣ୍ଡପରେ ବିଜେ କରିଛନ୍ତି ମହାବାହୁ । ପ୍ରଭୁଙ୍କର ଦିବ୍ୟ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ।
କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ବିରାଜିତ ବଡଠାକୁର ପ୍ରଭୁ ବଳଦେବଜୀୟୁଙ୍କର ସ୍ନାନ ଉତ୍ସବ ପାଳିତ ହୋଇଯାଇଛି  । ଅପରାହ୍ନରେ ସ୍ନାନମଣ୍ଡପରେ ଶ୍ରୀଜୀୟୁ ମାନଙ୍କୁ ୧୦୮ କଳସିରେ ସୁବାସିତ ଜଳ ଦ୍ବାରା ମହାସ୍ନାନ କରାଯାଇଥିଲା । 

ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ  ମହାପ୍ରଭୁଙ୍କ ସ୍ନାନପୂଣ୍ଣିମା ପାଳିତ ହୋଇଯାଇଛି । ଏହି ଅବସରରେ  ହରଭଙ୍ଗା ବ୍ଲକ ସ୍ଥିତ ଠିଡିକାଜୋର ଶ୍ରୀ ପୁରୁଷୋତ୍ତମ ଦେବ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ଗଜାନନ ବେଶ ମହାଆଡମ୍ବର ଭାବେ ପାଳିତ ହୋଇଯାଇଛି । ଜଗତର ନାଥ ଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ରରେ ରୀତିନୀତି ଅନୁସାରେ ପବିତ୍ର ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ଏହି ସ୍ନାନ ଯାତ୍ରା ଦେଖିବା ପାଇଁ ଦୂର ଦୁରାନ୍ତରୁ ଭକ୍ତ ଶ୍ରଦ୍ଧାଳୁ ମାନେ ଧାଇଁ ଆସିଥିଲେ ।
ରାୟଗଡ଼ା ସ୍ଥିତ ଶରଧା ଶ୍ରୀକ୍ଷେତ୍ରରେ ମହା ଆଡମ୍ବରରେ ପାଳିତ ହୋଇଛି ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା । ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ମହାପ୍ରଭୁ ଖୋଲା ଆକାଶ ତଳେ ସ୍ନାନ ମଣ୍ଡପରେ ଦର୍ଶନ ଦେଉଛନ୍ତି ।  ଭଦ୍ରକ ଜିଲ୍ଲା ବାସୁଦେବପୁରରେ ବି ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ । ଶ୍ରୀଜୀଉଙ୍କ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ।  ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଚତୁର୍ଧା ମୂର୍ତ୍ତିଙ୍କ ସ୍ନାନ ଯାତ୍ରା ନୀତି ସମ୍ପନ୍ନ ହୋଇଛି । ଠାକୁର ମାନଙ୍କ ନୀତିକାନ୍ତି ପରେ ୧୦୮ ଗରା ପାଣିରେ କରାଯାଇଥିଲା ମହାସ୍ନାନ । ଘଣ୍ଟ ଘଣ୍ଟା ଓ ଖୋଳ ତାଳ ଓ ହରିବୋଲ, ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ ।  କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ବି ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି । ନୂଆଦିଲ୍ଲୀ ସ୍ଥିତ ଖଜ୍‌ଖାସ ଜଗନ୍ନାଥ ମନ୍ଦିରରେ ବଡ଼ ଠାକୁରଙ୍କ ସ୍ନାନ ଯାତ୍ରା ନୀତି ସମ୍ପନ୍ନ ହୋଇଛି ।
 
ଅଧିକ ପଢନ୍ତୁ ଓଡ଼ିଶା ଖବର 

ବିଜେଡି
14m ago
କୌଣସି କମିଟିରେ ନଥାଇ ବି ଦଳର ସବୁ ବୈଠକରେ ଉପସ୍ଥିତ ବବି
ଭୁବନେଶ୍ୱର: ନିର୍ବାଚନରେ ହାରିବା ପରେ ବିଜେଡି ସ୍ଥିତି ଅସମ୍ଭାଳ। ପୂର୍ବରୁ ବିଜେଡିର କାର୍ପଟଦାର ଥିବା ବବି ଦାସ ଓ ପାଣ୍ଡିଆନଙ୍କ ବିରୋଧରେ ଦଳୀୟ ନେତା ଖୁଲମଖୁଲ୍ଲା ବିଷୋଦଗା
9 ଗିରଫ
ପୋଲିସ ଉପରେ ଆକ୍ରମଣ କରିଥିବା 9 ଗିରଫ
ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଶୁକ୍ରବାର ଭଦ୍ରକରେ ହୋଇଥିଲା ତୁମୂଳକାଣ୍ଡ। ଆକ୍ରମଣJS ଲହୁଲୁହାଣ ହୋଇଥିଲେ ପୋଲିସ ଅଫିସର। ଏଇ ଘଟଣା ପରେ ଭଦ୍ରକ ସହରରେ ପୋଲିସ ଛାଉଣୀ ।
ସରକାର
ପୂର୍ବ ସରକାରରେ ଦୁର୍ନୀତିଖୋର ଅଫିସରଙ୍କୁ କଡ଼ା ଚେତାବନୀ
ଅର୍ଗସ ବ୍ୟୁରୋ: ମହିଳା ବିରୋଧୀ ଅପରାଧ ଉପରେ ଶୂନ୍ୟ ସହନଶୀଳ ନୀତିରେ କାମ କର । ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉପରେ ହେଉଥିବା ଅପରାଧର ତୁରନ୍ତ ସମାଧାନ କର । ଅପରାଧୀ ଯେତ