ନୋଟ୍ ଫର ଭୋଟ ପଲିଟିକ୍ସକୁ ନେଇ ବିବାଦ
by Argus News
Tue, Feb 20 | 8:26 p.m.

ଅର୍ଗସ ବ୍ୟୁରୋ : ଆଜିଠୁ ରାସନ୍ କାର୍ଡ ହିତାଧିକାରୀଙ୍କୁ ରାଜ୍ୟ ସରକାର ବାଣ୍ଟିଲେ ହଜାରେ ଟଙ୍କା । ୯୫ ଲକ୍ଷ ପରିବାର ହେବେ ଉପକୃତ । ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୧୨୩୭ କୋଟି । ଖାଲି ବ୍ୟାଗକୁ ନେଇ ଲୋକଙ୍କ ଅସନ୍ତୋଷ ଚରମ ସୀମାରେ ଥିବା ବେଳେ ଦରଦାମର ଆଳ ଦେଖାଇ  ହିତାଧିକାରୀଙ୍କୁ ହଜାରେ ଟଙ୍କା ଲେଖାଁଏ ବାଣ୍ଟିବା ପ୍ରକିୟା ଆରମ୍ଭ ହୋଇଛି । କେବଳ ରାସନ କାର୍ଡ ଧାରୀଙ୍କୁ ନୁହେଁ, ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଆରମ୍ଭ କରି ଛାତ୍ର ଛାତ୍ରୀଙ୍କ ମେଧା ବୃତ୍ତି, ବୁଣାକାର, କୃଷକ ସାଥି, ପାଚିକାଙ୍କ ଅର୍ଥରାଶି ବୃଦ୍ଧି, ମମତା ଯୋଜନା ସହାୟତା ୫ ହଜାର ରୁ ୧୦ ହଜାର ଟଙ୍କାକୁ ବଢ଼ା ଯାଇଛି । 

ଏହିଭଳି ଭାବେ ୧୦ ଦିନ ଭିତରେ ୧୩ ଟି ବଡ ଘୋଷଣା କରିଛନ୍ତି ସରକାର ।  ତେବେ ହଜାରେ ଟଙ୍କା ବଣ୍ଟା ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ବିଜେପି କହିଛି ୨୪ ବର୍ଷ ହେଲା କୁଆଡେ ଥିଲେ ସରକାର ? ହଜାରେ ଟଙ୍କାରେ ଗରିବ ଲୋକଙ୍କ ଅବସ୍ଥା ସୁଧୁରି ଯିବ କି ?  ଏ କେବଳ ନିର୍ବାଚନ ସର୍ବସ୍ବ ଘୋଷଣା । କଂଗ୍ରେସ କହିଛି ଏଭଳି ଘୋଷଣା ଦ୍ଵାରା ସରକାରଙ୍କ ଉପରେ ଆଗାମୀ ଦିନରେ ଆର୍ଥିକ ବୋଝ ପଡିପାରେ । ବିଜେଡ଼ି ର ଜବାବ୍ ବର୍ଦ୍ଧିତ ଦର ଦାମ ପାଇଁ ହଜାରେ ଟଙ୍କା ବେଶ୍ ସହାୟକ ହେବ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଷଷ୍ଠ ଥର ନିର୍ବାଚନ କୁ ଯାଉଥିବା ବିଜେଡ଼ି ସରକାର ବିରୋଧରେ ସୃଷ୍ଟି ହୋଇଛି ପ୍ରବଳ ଜନ ଅସନ୍ତୋଷ । ଏଭଳି ସ୍ଥିତିରେ ଭୋଟର୍ ଙ୍କୁ ଖୁସ କରି ନିର୍ବାଚନ ବୈତରଣୀ ପାର ହେବାକୁ ଶାସକ ଦଳର ଏହି ସ୍କିମ ପଲିଟିକ୍ସ ବୋଲି କୁହାଯାଉଛି । ତେବେ ଏଠାରେ ପ୍ରଶ୍ନ ସରକାର ବିରୋଧୀ ହୱା କୁ ପ୍ରଶମିତ କରିବାକୁ ଏପରି ସରକାର ସ୍କୀମ ବର୍ଷା କରାଯାଉନି ତ ? ନିର୍ବାଚନ ପୂର୍ବରୁ ରାଜ କୋଷ ଅର୍ଥରେ ମାଳ ମାଳ ଯୋଜନା ଘୋଷଣା ସରକାରୀ ତହବିଲ କୁ ପ୍ରଭାବିତ କରିବନି ତ ? ଭୋଟ ପାଇଁ ଭଣ୍ଡାର ଖାଲି କରି  ଘୋଷଣା ପରେ ଘୋଷଣା କରିବା କେତେ ସୁଦୂର ପ୍ରସାରି ହେବ ? ୨୦୧୯ ନିର୍ବାଚନ ପୂର୍ବରୁ ଘୋଷଣା ହୋଇଥିବା ଆମ ଗାଁ ଆମ ବିକାଶ, ବିଜୁ ଯୁବ ବାହିନୀ ଯୋଜନା ବନ୍ଦ ହୋଇ ସାରିଛି । ସେହିପରି କାଳିଆ ସହାୟତା ରାଶି ୧୦ ହଜାର ବଦଳରେ ୪ ହଜାର କୁ ଖସିଛି । ଏଭଳି ସ୍ଥିତିରେ ବର୍ତ୍ତମାନର ଘୋଷଣାର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ