ବିଜେଡିରୁ ଇସ୍ତଫା ଦେଲେ ନୂଆପଡ଼ା ଜିଲ୍ଲା ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା
by Argus News
Tue, Apr 09 | 2:26 p.m.

ଅର୍ଗସ ବ୍ୟୁରୋ : ନୂଆପଡ଼ା ବିଜେଡିକୁ ଝଟକା । ଜିଲ୍ଲା ଯୁବ ବିଜେଡି ସଭାପତି ପଦ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ହରିଶ ଚନ୍ଦ୍ର ପଣ୍ଡା । ସୋସିଆଲ ମିଡ଼ିଆରେ ଏକ ଭିଡିଓ ଜାରି କରି ଇମେଲ ମାଧ୍ୟମରେ ଇସ୍ତଫା ଦେଇଥିବା ଦଳର ସୁପ୍ରିମୋଙ୍କୁ ଜଣାଇ ଥିବା କହିଛନ୍ତି ହରିଶ ଚନ୍ଦ୍ର ପଣ୍ଡା ।

ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଦୁର୍ନୀତି ଏବଂ ପିଶୀ କାରବାରରେ ଲିପ୍ତ ଥିବା ଅଭିଯୋଗ କରି ଚଳିତ ନିର୍ବାଚନରେ ନିକଟ ନଦେବାକୁ ଦଳକୁ ଅନୁରୋଧ କରିଥିଲେ ହରିଶ ଚନ୍ଦ୍ର ପଣ୍ଡା । ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରିବା ସହ ରାଜେନ୍ଦ୍ର ଢୋଲକିଆଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇ ଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ପୁଣି ଥରେ ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କୁ ନୂଆପଡ଼ା ବିଧାୟକ ଭାବେ ପ୍ରାର୍ଥୀ କରିଥିବାରୁ ଯୁବ ସଭାପତି ପଦରୁ ଇସ୍ତଫା ଦେଇଥିବା କହିଛନ୍ତି । ପୂର୍ବରୁ ହରିଶ ଚନ୍ଦ୍ର ପଣ୍ଡା ରାଜ୍ୟ ଶିବସେନା ସଭାପତି ଥିଲେ ପରେ ବିଜେଡିରେ ଯୋଗ ଦେଇ ଯୁବ ସଭାପତି ହୋଇ ସଂଗଠନକୁ ମଜବୁତ କରିଥିଲେ । ଏବେ ଶ୍ରୀ ଢୋଲକିଆଙ୍କୁ ବିରୋଧ କରି ବିଜେଡିରୁ ଇସ୍ତଫା ଦେଇଛନ୍ତି ଶ୍ରୀପଣ୍ଡାକୁ ।

TRIBAL
7m ago
ଦୁର୍ଗମରେ ସରୁନି ଦୁର୍ଦ୍ଦଶା, ସରକାରୀ ସୁବିଧାରୁ ବଞ୍ଚିତ ଆଦିବାସୀ
ଅର୍ଗସ ବ୍ୟୁରୋ: ପାହାଡିଆ ପଥୁରିଆ ବାଟଦେଇ ଟାଙ୍ଗିରିଆପାଳ ମୂଖ୍ୟ ରାସ୍ତା ଠାରୁ ପ୍ରାୟ ଆଠ କିଲୋମିଟର ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ପଡେ "ଅର୍ଜୁନଚୂଆ"ଗାଁ, ଯାହା ହରିଚନ୍ଦନପୁ
AMIT SHAH
45m ago
ଢେଙ୍କାନାଳ ପରଜଙ୍ଗ ସଭାରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ
ଅର୍ଗସ ବ୍ୟୁରୋ : ବିଜେଡି ସରକାରକୁ ଉପାଡ଼ି ଫୋପାଡ଼ି ଦିଅ । ଢେଙ୍କାନାଳ ପରଜଙ୍ଗ ସଭାରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ । ଓଡ଼ିଶାକୁ କୌଣସି ତାମିଲ ବାବୁ ଶାସନ କରିପାରିବେନି କହିଛନ୍ତି ଶା
କାନ୍ସ ଫିଲ୍ମ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହେଲେ `ପଞ୍ଚାୟତ'ର ବିନୋଦ
ଅର୍ଗସ ବ୍ୟୁରୋ: ଓ୍ବେବସିରିଜ `ପଞ୍ଚାୟତ' ରେ ବିନୋଦ ଭୂମିକାରେ ନଜର ଆସିଥିବା ଅଭିନେତା ଅଶୋକ ପାଠକ ରାତାରାତି ଲୋକପ୍ରିୟ ହାସଲ କରିଥିଲେ। ଆଉ ତାଙ୍କ ନାଁ ସୋସିଆଲ ମିଡିଆରେ ଖୁବଶୀଘ୍