ଦୁର୍ଗମରେ ସରୁନି ଦୁର୍ଦ୍ଦଶା, ସରକାରୀ ସୁବିଧାରୁ ବଞ୍ଚିତ ଆଦିବାସୀ
by Argus News
Tue, May 21 | 6:07 p.m.

ଅର୍ଗସ ବ୍ୟୁରୋ: ପାହାଡିଆ ପଥୁରିଆ ବାଟଦେଇ ଟାଙ୍ଗିରିଆପାଳ ମୂଖ୍ୟ ରାସ୍ତା ଠାରୁ ପ୍ରାୟ ଆଠ କିଲୋମିଟର ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ପଡେ "ଅର୍ଜୁନଚୂଆ"ଗାଁ, ଯାହା ହରିଚନ୍ଦନପୁର କ ଗୈାଣିଘଷା ପଞ୍ଚାୟତର ଅନ୍ୟତମ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ । ଏଠାରେ ରହିଛି ଅର୍ଜୁନଚୂଆ ସମେତ ଆଠ ଗୋଟି ସାହି, ପାଖାପାଖି ଦୁଇଶହ ପରିବାର ସାହି ଗୁଡିକରେ ବସବାସ କରୁଥିବା ବେଳେ ଏଠାରେ କାହାର ବି ପଡିନି ପାଦ ଚିହ୍ନ ନା ପହଞ୍ଚିଛି ବିକାଶ।

ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଲୋକମାନେ ଏଠାକାର ସାହି ଗୁଡ଼ିକରେ ବସବାସ କରୁଥିଲେ ସୁଦ୍ଧା ସରକାରଙ୍କ ମୌଳିକ ସୁବିଧା ଏମାନଙ୍କ ପାଇଁ ପାଲଟିଛି ସ୍ୱପ୍ନ, ସାହି ଗୁଡ଼ିକରେ ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ, ପାନୀୟ ଜଳ ଭଳି ସରକାରୀ ସୁବିଧା ଅପହଞ୍ଚ। ଏହି ଆଠଗୋଟି ସାହିରେ ଗୋଟେ ଅଧେ ନଳକୂପ ଥିଲେ ମଧ୍ୟ କେଉଁଠି ଗୋଟିଏ  ବାଲ୍ଟି ରୁ ଅଧିକ ପାଣି ପବାହାରୁନି ତ କେଉଁଠି ଲୁହାଗୁଣ୍ଡ ଗୋଳିଆପାଣି ଯାହା ଫଳରେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଠାକାର । 

ଗମନାଗମନ କଥା ନକହିବା ଭଲ, ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଅର୍ଜୁନଚୂଆ ପର୍ଯ୍ୟନ୍ତ ପ୍ରାୟ ଦଶ କିଲୋମିଟର ପକ୍କା ରାସ୍ତା ହୋଇଥିଲେ ମଧ୍ୟ ସାହି ଗୁଡିକୁ ସଂଯୋଗ କରାଯାଇ ନାହଁ କେଉଁଠି ତିନି କିଲୋମିଟର ତ କେଉଁଠି ପାଞ୍ଚ କିଲୋମିଟର ପାହାଡିଆ ମାଟି ପଥୁରିଆ ବାଟ ଥିବା ବେଳେ ଅନେକ ସମୟରେ ଲୋକମାନେ ଅସୁବିଧାର ସମ୍ମୁଖିନ ହୋଇଥାନ୍ତ। ଏବେ ପର୍ଯ୍ୟନ୍ତ କିଛି ସାହିକୁ ବିଦ୍ୟୁତ୍ ସଂଯୋଗ କରାଯାଇ ପାରିନାହିଁ ଫଳରେ ସଞ୍ଜ ନଇଁବା କ୍ଷଣି ଜଙ୍ଗଲ ମଧ୍ୟରେ ଡିବିରି ଆଲୁଅ ହିଁ ସାହା ଭରଷା, ବିଦ୍ୟୁତ ବିଭାଗ ତରଫରୁ କିଛି ସାହିରେ ବିଦ୍ୟୁତ ଖୁଣ୍ଟ ସହିତ ବିଦ୍ୟୁତୋପକରଣ ମଧ୍ୟ ଦିଆ ଯାଇଥିଲେ ସୁଧା ବିଦ୍ୟୁତ କରଣ କରାଯାଇ ପାରି ନାହିଁ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ