ଅଜଣା ଡିଭାଇସ୍ ଦେଖି ଲୋକେ ଛାନିଆ, ଲେଖା ହୋଇଛି ମେଡ୍ ଇନ୍ କୋରିଆ
by Argus News
Fri, Feb 23 | 10:59 a.m.

ନୂଆପଡା: ନୂଆପଡା ଜିଲ୍ଲା କୋମନା ବ୍ଲକ ନାଏକପଡା ଠାରେ ଆକାଶରୁ ଏକ ଅଜଣା ଡ଼ିଭାଇସ ପଡ଼ିଥିବା ଜଣାପଡ଼ିଛି । ତେବେ ଡ଼ିଭାଇସ ପଡିବା ପରେ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଥିଲା । ରାତିରେ ବମ୍ ସ୍କୁଆଡ଼ ଟିମ୍ ପହଂଚି ଘଟଣାସ୍ଥଳରୁ ଡ଼ିଭାଇସ ଉଦ୍ଧାର କରିବା ସହ ତାକୁ ଡିଫ୍ୟୁଜ୍ କରିଛି । 

ଖବର ପାଇ କୋମନା ଓ ତରବୋଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ଭୟଭିତ ନହେବା ପାଇଁ କହିବା ସହ ସୁରକ୍ଷିତ ସେଠାରୁ ଡ଼ିଭାଇସକୁ ଉଦ୍ଧାର କରି ନୂଆପଡା ଶିଳଦା ସ୍ଥିତ ରିଜର୍ଭ ଅଫିସରେ ରଖାଯାଇଛି । ନୂଆପଡାରେ ଏହି ଡିଭାଇସ୍ କେଉଁଠୁ ଆସିଲା ତାହା ବିଷୟରେ କିଛି ଜଣା ପଡିନଥିବାବେଳେ ପାଣିପାଗ ରିସର୍ଚ୍ଚ ଡ଼ିଭାଇସ ହୋଇଥିବା ବୋଲି ଅନୁମାନ କରାଯାଉଛି । ଯେଉଁଥିରେ ମେଡ୍ ଇନ୍ କୋରିଆ ଲେଖାଯିବା ସହ ଜଳୁଥିବା ନାଲି ବତୀ ଓ ଏକ ଷ୍ଟାର୍ଟ ସ୍ୱିଚ୍ ମଧ୍ୟ ରହିଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

ଉଚ୍ଚ ଜୁଆର
18m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
22m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ