ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କୁ କରାଯାଏ ଘୋଡ଼ ଲାଗି
by Argus News
Mon, Dec 18 | 9:56 a.m.

ଅର୍ଗସ ବ୍ୟୁରୋ:  ଆଜି ମାର୍ଗଶୀର ଶୁକ୍ଳ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ । ଶ୍ରୀମନ୍ଦିରରେ ଏହି ଅବସରରେ ଅନୁଷ୍ଠିତ ହୋଇଥାଏ ଓଢ଼ଣ ଷଷ୍ଠୀ ନୀତି । ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କୁ ଘୋଡ଼ ଲାଗି କରାଯାଏ । ଦରଜି ସର୍ଦ୍ଦାରଙ୍କ ଦ୍ୱାରା ପ୍ରସ୍ତୁତ ପତନି, ଗୀତଗୋବିନ୍ଦ ପାଟ ଓ ସୁତାପାଟ ଶୀତବସ୍ତ୍ର ବା ଘୋଡ଼ ପରିଧାନ କରିବେ ମହାପ୍ରଭୁ । ଏହି ଘୋଡ଼ଲାଗି ଆସନ୍ତା ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ପରିଧାନ କରିବେ ମହାପ୍ରଭୁ । ଠାକୁରଙ୍କୁ ଘୋଡ଼ଲାଗି କରାଯାଇ ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯିବ ।

ଓଢ଼ଣୀ ଷଷ୍ଠୀ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ । ଘୋଡ ଲାଗି ବେଶ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ହୋଇଥିବାରୁ ଏହି ବେଶ ଦର୍ଶନ ଦ୍ୱାରା କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଆଜି ମହାପ୍ରଭୁଙ୍କ ସକାଳ ଧୂପ ବଢିବା ପରେ ମଇଲମ କରାଯାଇଥିଲା । ଗତକାଲି ରାତିରୁ ଭୋଗମଣ୍ଡପ ପରେ ଅଧିବାସୀତ ହୋଇଥିବା ଘୋଡମାନଙ୍କୁ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ବଡଦେଉଳକୁ ତିନି ଘେରା ପ୍ରଦକ୍ଷିତ କରାଇ ରତ୍ନସିଂହାସନକୁ ବିଜେ କରାଯାଇଥିଲା । ପରେ ପ୍ରସାଦ ଲାଗି ସହ ତିନିବାଡ଼ରେ ବନ୍ଦାପନା କରାଯାଇଥିଲା । ଆଜି ସୋମବାର ହେତୁ ଷଷ୍ଠୀ ଅବସରରେ କଳାଛିଟା ମିଶା ଶୁକ୍ଳରଙ୍ଗର ଘୋଡ଼ ଲାଗି ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

ଗ୍ରହ
5m ago
ପୃଥିବୀ ଭିତରେ  ଆଉ ଏକ ଗ୍ରହ !
ନୂଆଦିଲ୍ଲୀ: ପୃଥିବୀ ଏକା ନୁହେଁ । ପୃଥିବୀ ଭିତରେ ଆଉ ଏକ ଗ୍ରହ ମଧ୍ୟ ଅଛି। ଏହି ଦ୍ୱିତୀୟ ଗ୍ରହର ଏଗ ଭାଗ ଆଫ୍ରୀକା ଏବଂ ପ୍ରଶାନ୍ତ ମହାସାଗରର ନିମ୍ନର
BJD
25m ago
ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ
ଅର୍ଗସ ବ୍ୟୁରୋ : ବିଜେଡି ଗୁଣ୍ଡାବାହିନୀର ଗୁଣ୍ଡାରାଜ । ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ । ଝରୀଗାଁ ଦେଉଳକଣା ୨୦୪ ନମ୍ବର ବୁଥଠାର
CAR
34m ago
କାରରୁ ବିପୁଳ ପରିମାଣର ଟଙ୍କା ଜବତ ସହ ୩ ଅଟକ
ଅର୍ଗସ ବ୍ୟୁରୋ : କରଡ଼ାକୋଠା ନିକଟରେ ଯାଞ୍ଚ ବେଳେ ଏକ କାରରୁ ବିପୁଳ ପରିମାଣର ଟଙ୍କା ଜବତ କଲା ପୁରୁଣାକଟକ ପୋଲିସ । ବୌଦ୍ଧ ନିର୍ବାଚନ ମଣ୍ଡଳୀ ୫୭ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନ