ରାୟପୁରର ଜିତିଲେ ଓଡିଆ ପୁଅ ପୁରନ୍ଦର ମିଶ୍ର
by Argus News
Mon, Dec 04 | 5:58 p.m.

ଅର୍ଗସ ବ୍ୟୁରୋ:  ବହୁମତ ସହିତ ପୁରନ୍ଦର କଂଗ୍ରେସ ହାତରୁ ରାୟପୁର ଉତ୍ତର ଆସନ ଛଡେଇ ନେଇଛନ୍ତି । କଂଗ୍ରେସର କୁଲଦୀପ ଜୁନେଜାଙ୍କୁ 23,054 ଖଣ୍ଡ ଅଧିକ ଭୋଟ୍ ରେ ଜିତିଛନ୍ତି ପୁରନ୍ଦର । ପୁରନ୍ଦରଙ୍କ ବିଜୟ ପରେ ଛତିଶଗଡ ଓଡିଆ ସମାଜରେ ଖୁସିର ଲହରି ଖେଳିଯାଇଛି । ବିଜୟର ସମସ୍ତ ଶ୍ରେୟ ମହାପ୍ରଭୁ ଜଗନ୍ନାଥଙ୍କୁ ଦେଇଛନ୍ତି ପୁରନ୍ଦର । ଏହାସହ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । 

ଏହାସହ ଜଗନ୍ନାଥ ସଂସ୍କୃତି ଓଡିଆ ସଂସ୍କୃତି ବଞ୍ଚାଇ ରଖିବାକୁ ସମସ୍ତ ଚେଷ୍ଟା କରିବା ନେଇ କହିଛନ୍ତି ପୁରନ୍ଦର ମିଶ୍ର । 35 ଲକ୍ଷ ଜନସଂଖ୍ୟାକୁ ପ୍ରତିନିଧିତ୍ୱ କରୁଥିବା ଛତିଶଗଡ ସ୍ଥିତ ବୃହତ ଓଡିଆ ସମାଜର ସଭାପତି ଏବଂ ଜଣେ ବିଶିଷ୍ଟ ସମାଜସେବୀ ପୁରନ୍ଦର ମିଶ୍ର  । ଏହାସହ ରାୟପୁରରେ ଥିବା ଜଗନ୍ନାଥ ମନ୍ଦିର ସେବା ସମିତିର ସଂସ୍ଥାପକ ମଧ୍ୟ । ବର୍ତ୍ତମାନ ସେ ଛତିଶଗଡ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଏହାସହ ଆସାମ, ଝାଡଖଣ୍ଡ, ଓଡିଶା, ଗୁଜୁରାଟର ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ପର୍ଯ୍ୟବେକ୍ଷକ ରୂପେ କାର୍ଯ୍ୟ କରସାରିଛନ୍ତି । 

ପୁରନ୍ଦର ଗତ 25 ବର୍ଷ ଧରି ନିଶା ମୁକ୍ତ ଅଭିଯାନ ଚଳାଇ 22 ହଜାର 650 ଲୋକଙ୍କୁ ନିଶା ସେବନରୁ ନିବୃତ୍ତ କରିପାରିଛନ୍ତି । ସେ ଓଡିଶାର ମୂଳ ବାସିନ୍ଦା ହୋଇଥିବାବେଳେ ବର୍ତ୍ତମାନ ରାୟପୁରର ଶଙ୍କର ନଗର ଅଞ୍ଚଳରେ ରହୁଛନ୍ତି । 

ଏ ବିଜୟ ଅଭୂତପୂର୍ବ- ପ୍ରଧାନମନ୍ତ୍ରୀ

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ