ଦିଲ୍ଲୀ ବିଜେପିର କାର୍ଯ୍ୟାଳୟରେ ଚାଲିଛି କୋର୍ କମିଟି ବୈଠକ
by Argus News
Thu, Mar 28 | 9:23 p.m.

ଅର୍ଗସ ବ୍ୟୁରୋ: ଦିଲ୍ଲୀ ବିଜେପିର କାର୍ଯ୍ୟାଳୟରେ କୋର୍ କମିଟି ବୈଠକ ଚାଲିଛି । ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଅମିତ ଶାହା ଯୋଗ ଦେଇଛନ୍ତି । ଓଡିଶା ଏବଂ ପଞ୍ଜାବ ନିର୍ବାଚନ ନେଇ ଆଲୋଚନା ଚାଲିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାରୀ ବିଜୟ ପାଲ ସିଂ ତୋମର, ରାଜ୍ୟ  ସଭାପତି ମନମୋହନ ସାମଲ, ମାନସ ମହାନ୍ତି, ସମ୍ବିତ ପାତ୍ର, ବୈଜୟନ୍ତ ପଣ୍ଡା, ଜୁଏଲ୍ ଓରାମ ପ୍ରମୁଖ ବୈଠକରେ ଉପସ୍ଥିତ ଅଛନ୍ତି ।

ଖୁବଶୀଘ୍ର ବିଜେପି ଘୋଷଣା କରିପାରେ ବିଧାନସଭା ପ୍ରାର୍ଥୀ ତାଲିକା । ଏହି ବୈଠକରେ ସାରା ଦେଶ ପାଇଁ ବିଜେପିର ସପ୍ତମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକାରେ  ମୋହର ବାଜିପାରେ। ଏହି ବୈଠକରେ କେନ୍ଦ୍ର ନେତୃତ୍ଵଙ୍କ ସହ ଆଲୋଚନା କରି ରାଜ୍ୟର କିଛି ବିଧାନସଭା ପାଇଁ ପ୍ରାର୍ଥୀ ଚୂଡାନ୍ତ କରିପାରେ ରାଜ୍ୟ ବିଜେପି । ଏହାସହ ବାକି ଥିବା ୩ ଲୋକସଭା ଯାଜପୁର, କଟକ ଓ କନ୍ଧମାଳ ଟିକେଟକୁ ନେଇ ବି ଆଲୋଚନା ହୋଇପାରେ ।

ଆହୁରି ପଢନ୍ତୁ ରାଜନୀତି ଖବର...
 

ମୁଖ୍ୟମନ୍ତ୍ରୀ
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ