୨ ଦିନିଆ ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
by Argus News
Sat, Nov 02 | 1:48 p.m.

ବଲାଙ୍ଗୀର: ୨ ଦିନିଆ ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତୁଷୁରା ଏୟାର ଷ୍ଟ୍ରିପ ୨B କାଟାଗୋରୀ ଉନ୍ନିତର ଭିତ୍ତିପ୍ରସ୍ଥର ସ୍ଥାପନ କଲେ ମୋହନ ମାଝୀ। ସେଠାରୁ ବେଲପଡା ବ୍ଲକ କ୍ରିକେଟ ପଡିଆରେ ଅପରଲାନ୍ଥ ଇରିଗେସନ ପ୍ରଜେକ୍ଟର ଭିତ୍ତିପ୍ରସ୍ତର ସ୍ଥାପନ ସହ ଇନଫ୍ରାଷ୍ଟକଚର କମ୍ପ୍ଲେକ୍ସ ଉଦଘାଟନ କରିବେ । ଏହାପରେ ପାଟଣାଗଡ SDH ହସ୍ପିଟାଲକୁ ଉଦଘାଟନ କରିବେ । 

ଏହାସହ ପାଟଣାଗଡ ବାଇପାସ୍ ୮ କିଲୋମିଟର ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ। ପାଟଣାଗଡ ରଜଖମାରରେ ମଧ୍ୟାହ୍ନ ଭୋଜନ କରିବେ ମୁଖ୍ୟମନ୍ତ୍ରୀ । ପୁଣି ହେଲିକେପ୍ଟରରେ ବଲାଙ୍ଗିର ରିଜର୍ଭ ପୋଲିସ ପଡିଆରେ ପହଞ୍ଚିବେ । ସେଠାରୁ ସର୍କିଟ ହାଉସ ଯାଇ ନୂତନ ସର୍କିଟ କୋଠାକୁ ଉଦଘାଟନ କରିବେ । ପରେ ଅପରାହ୍ନ ୪ଟା ୩୦ରେ ବଲାଙ୍ଗିର ଦିନ୍ ଉତ୍ସବରେ ଯୋଗ ଦେବେ । ଶେଷରେ ରେନବୋ ପ୍ୟାଲେସରେ ପ୍ରାଦେଶିକ ମାରଓ୍ବାଡି ସମାଜର ଦୀପାବଳୀ ଭେଟଘାଟ୍ କାର୍ଯ୍ୟକ୍ରମରେ ଯୋଗଦାନ କରି ସର୍କିଟ ହାଉସରେ ରାତ୍ରିଯାପନ କରିବେ ।

ବଲାଙ୍ଗୀର ଜିଲ୍ଲାକୁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କରି ଥିବାବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ତୁଷୁରା ଏୟାର ଷ୍ଟ୍ରିପରେ ପହଁଚି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 66 କୋଟି ଟଙ୍କା ତୁଷୁରା ଏୟାର ଷ୍ଟ୍ରିପ୍ ର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିଛନ୍ତି । ପ୍ରଥମେ ତୁଷୁରାକୁ ପହଞ୍ଚିବା ପରେ ଲୋକଙ୍କ ସହ ହାତ ମିଳାଇ ଫଟୋ ମଧ୍ୟ ଉଠାଉଥିବା ଦେଖିବାକୁ ମିଳିଥିଲା । 

66 କୋଟି ଟଙ୍କା ତୁଷୁରା ଏୟାର ଷ୍ଟ୍ରିପ୍ ର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବା ପରେ ସ୍ଥାନୀୟ ଲୋକ ବିଜେପି ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପରେ ହେଲିକପଟର ଯୋଗେ ବେଳପଡା ଯାଇ ଉପର ଲାନ୍ତ ପ୍ରକଳ୍ପର ଶିଳାନ୍ୟାସ କରିବେ  । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି 35 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ଥିବାବେଳେ 200 ଜଣ ଅଧିକାରୀ ଉପସ୍ଥିତ ରହିଛନ୍ତି  ।

ଅନ୍ୟପଟେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଏୟାର ଷ୍ଟ୍ରିପ୍ ରେ ଉପସ୍ଥିତ ରହିଛନ୍ତି । ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂହ ଦେଓ, ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ ପ୍ରମୁଖ ଉପସ୍ଥିତ ଥିଲେ । 
 

ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ
ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ । ଏହାକୁ ସୌଜନ୍ୟ ମୂଳକ ସାକ୍ଷାତ ବୋଲି ଏକ୍ସ ପୋଷ୍ଟରେ କହିଛନ୍ତି ପୱନ
ଦୁଷ୍କର୍ମ ଅଭିଯୋଗ
ବର୍ଷେ ୩ମାସର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ
ଅର୍ଗସ ବ୍ୟୁରୋ : ବର୍ଷେ ୩ମାସର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ସାନବଡ଼ବିଲ ଗାଁରେ ୧ ବର୍ଷ ୩ ମାସର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋ
ଚାଷୀ
ଚାଷୀଙ୍କ ପାଇଁ ଟୋଲ୍ ଫ୍ରି ନଂ - 1967 , ସରକାରଙ୍କୁ ସିଧାସଳଖ ଜଣାଇବେ ସମସ୍ୟା
ଅର୍ଗସ ବ୍ୟୁରୋ : ମଣ୍ଡିରେ ଅସୁବିଧା ନେଇ ସିଧାସଳଖ ସରକାରଙ୍କୁ ଅଭିଯୋଗ କରିପାରିବେ ଚାଷୀ। ୧୯୬୭ ନମ୍ବରରେ ଫୋନ କରି ସିଧାସଳଖ ମଣ୍ଡି ସମ୍ପର୍କିତ ନିଜ ସମସ୍ୟା ବିଷୟରେ ଜଣାଇ ପାରିବେ ଚାଷୀ
ନୌସେନା ଦିବସ
ଡିସେମ୍ବର 4 ନୌସେନା ଦିବସ ପାଇଁ ପୁରୀରେ ପ୍ରସ୍ତୁତି ଜୋରଦାର
ଅର୍ଗସ ବ୍ୟୁରୋ : ମଝିରେ ଆଉ ମାତ୍ର ଛଅ ଦିନ। ଡିସେମ୍ବର 4 ତାରିଖରେ ପୁରୀରେ ଦେଖିବାକୁ ମିଳିବ ଭାରତୀୟ ନୌସେନାର ସୁପର ସୋ। ଅଦ୍ଭୁତ ସାହସିକ ପ୍ରଦର୍ଶନ ମାଧ୍ୟମରେ ଲୋକଙ୍କୁ ରୋମାଞ୍ଚିତ କରିବ
ରାସନ ଚାଉଳ
ମୃତ ବ୍ୟକ୍ତିଙ୍କ ନାଁ ରେ ରାସନ ଚାଉଳ ଖାଉଥିଲେ ବିଜେଡି ସରକାର
ଅର୍ଗସ ବ୍ୟୁରୋ : ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଖିଥିବା ଏହି ତଥ୍ୟ ଉପରେ ନଜର ପକାନ୍ତୁ । ବିଧାୟକ ମାନସ ଦତ୍ତ ପଚାରିଥିବା ଏକ ଅଣତାରକା ପ୍ରଶ୍ନର ଉତ୍ତର ରଖ