ଯୁକ୍ତରାଷ୍ଟ୍ର ଆମେରିକାରେ ପାଳନ କରାଯିବ ଓଡ଼ିଶା ଦିବସ, ସରକାରୀ ଘୋଷଣାପତ୍ର ଜାରି 
by Argus News
Thu, Mar 28 | 11:47 a.m.

ୱାଶିଂଟନ /ଭୁବନେଶ୍ୱର: ଯୁକ୍ତରାଷ୍ଟ୍ର ଆମେରିକାର କିଙ୍ଗ କାଉଣ୍ଟି ପକ୍ଷରୁ ଆସନ୍ତା ଏପ୍ରିଲ ପହିଲାକୁ ଓଡ଼ିଶା ଦିବସ ଭାବରେ ପାଳନ କରିବା ପାଇଁ ସରକାରୀ ଘୋଷଣାପତ୍ର(ପ୍ରୋକ୍ଳାମେସନ୍‍) ଜାରି ହୋଇଛି । କିଙ୍ଗ କାଉଣ୍ଟିର ଏକଜିକ୍ୟୁଟିଭ ଡୋ କନ୍‍ଷ୍ଟାଣ୍ଟାଇନ୍‍ ଏହି ମର୍ମରେ ଜାରି କରିଥିବା ଏକ ଘୋଷଣାପତ୍ରରେ ଓଡ଼ିଶାର ଉତ୍କର୍ଷ କଳା, ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ମାଧ୍ୟମରେ ଦୁଇ ପ୍ରଦେଶ ମଧ୍ୟରେ ସଂହତି ସ୍ଥାପନରେ ଏହା ଅଧିକ ସହାୟକ ହେବ ବୋଲି ଉଲ୍ଲେଖ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ଆମେରିକାର ବେଲଭ୍ୟୁ ଓ ସିଆଟେଲ ସହରରେ ଅଢ଼େଇ ହଜାରରୁ ଊର୍ଦ୍ଧ୍ୱ ଓଡ଼ିଆ ଭାଷାଭାଷୀ ବସବାସ କରୁଛନ୍ତି । ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କ ପ୍ରେରଣା ଓ ମାର୍ଗଦର୍ଶନରେ ସେମାନେ ଏକତ୍ରିତ ହୋଇ ଓଡ଼ିଆ ଭାଷା ଏବଂ ସଂସ୍କୃତିର ପ୍ରଚାର ଓ ପ୍ରସାର ନିମିତ୍ତ ବଳିଷ୍ଠ ଭୂମିକା ଗ୍ରହଣ କରିଆସୁଛନ୍ତି । ଗତବର୍ଷ ଜୁଲାଇ ମାସରେ କିଙ୍ଗ କାଉଣ୍ଟି ପକ୍ଷରୁ ସରକାରୀ ଭାବରେ ଶ୍ରୀଗୁରୁ ଭାଗବତ ଦିବସ ପାଳନ କରାଯାଇଥିଲା । ଆମେରିକାରେ ସରକାରୀ ସ୍ତରରେ ଓଡ଼ିଆ ଭାଷା, ସଂସ୍କୃତିର ଏପରି ଆଦର ଓ ସ୍ୱୀକୃତିକୁ ପ୍ରବାସୀ ଓଡ଼ିଆମାନେ ଉଚ୍ଚ ପ୍ରଶଂସା କରି କିଙ୍ଗ କାଉଣ୍ଟି କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । 
ଅଧିକ ପଢନ୍ତୁ  ଓଡ଼ିଶା ଖବର 

MIGRANT DEATH CASE
56m ago
ବାହାରିନରେ ଦାଦନ ଖଟିବାକୁ ଯାଇ ଅକାଳରେ ଗଲା ଜୀବନ
ଅର୍ଗସ ବ୍ୟୁରୋ : ପୁଣି ଗଞ୍ଜାମରେ ଦାଦନ ଦୁଃଖ । ବାହାରିନକୁ ଦାଦନ ଖଟିବାକୁ ଯାଇ ଅକାଳରେ ଜୀବନ ଯାଇଛି । ଗଞ୍ଜାମ ଖଲ୍ଲିକୋଟ ବାଗଲପୁର ଗାଁରେ ଅଭାବନୀୟ ଘଟଣା । କିଛି ଦିନ ତଳେ ଗାଁ
BJD ISSUE
ଅଡୁଆରେ ଚାନ୍ଦବାଲି ବିଜେଡି, ରଞ୍ଜନ ପତ୍ନୀଙ୍କ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା
ଅର୍ଗସ ବ୍ୟୁରୋ : ଚର୍ଚ୍ଚାରେ ଚାନ୍ଦବାଲି ବିଜେଡି ରାଜନୀତି । ମହିଳା ଜଣକ କାନ୍ଦିକାନ୍ଦି କୋହୁଛନ୍ତି ମୋର ମୃତ୍ୟୁପାଇଁ କେବଳ ବାପି ବାବୁ ହିଁ ଦାୟୀ । କିନ୍ତୁ କାହିଁକି ବିଜେଡି ବିଧାୟ
TRIPLE MURDER
ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ
ଅର୍ଗସ ବ୍ୟୁରୋ : ଝାରସୁଗୁଡ଼ାରେ ଟ୍ରିପଲ୍ ମର୍ଡର । ଝାରସୁଗୁଡ଼ାରେ ୩ ଜଣଙ୍କୁ ହତ୍ୟା ଅଭିଯୋଗ । ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ବାଣୀପାହାଡ଼ ଜଙ୍ଗଲ ପାଖର