'ମୋଦି ଦେଉଥିବା ବହିରେ ନିଜ ନାଁ ର ମଲାଟ ପକାଉଛନ୍ତି ନବୀନ'
by Argus News
Fri, Mar 01 | 2:08 p.m.

ଅର୍ଗସ ବ୍ୟୁରୋ: କେନ୍ଦ୍ରୀୟ ଯୋଜନାକୁ ନିଜ ନାଁ ରେ କପି ପେଷ୍ଟ କରିବାରେ ଅପଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର ନାଁ ରେ ଭ୍ରମ ସୃଷ୍ଟି କରାଇଥିଲେ । କେନ୍ଦ୍ରର ମାଗଣା ଚାଉଳକୁ ବି ନବୀନ ପଟ୍ଟନାୟକ ଦେଉଛନ୍ତି ବୋଲି କହି ଲୋକଙ୍କୁ ଭ୍ରମିତ କରିଥିଲେ । ଆଉ ଏବେ ବ୍ୟାଗ ବାଣ୍ଟି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଠିକ ସେମିତି ଭାବେ ସ୍ୱୟଂ ସହାୟକ ଗୋଷ୍ଠୀ ବିଷୟ ହେଉଛି କେନ୍ଦ୍ର ସରକାରଙ୍କର । ମୋଦି ସରକାର ଟଙ୍କାକୁ ମହିଳାଙ୍କୁ ଦେଇ କହୁଛନ୍ତି ଆମେ ଦେଉଛୁ ବୋଲି । ସ୍କୁଟି ବି କେନ୍ଦ୍ର ସରକାର ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର କହୁଛନ୍ତି ଆମେ ଦେଉଛୁ ବୋଲି । ପ୍ରେସ୍ ମିଟ୍ କରି ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର । 

ରାଜ୍ୟର ୭୦ ଭାଗ ସ୍ୱୟଂ ସହାୟକ ଗୋଷ୍ଠୀ ରୋଜଗାର କ୍ଷମ ନୁହଁନ୍ତି । ରାଜ୍ୟ ସରକାର ତାଙ୍କୁ ଦଳୀୟ ଭୋଟ ବ୍ୟାଙ୍କରେ ବ୍ୟବହାର କରୁଥିବାରୁ ସେମାନେ କେବଳ ଭୋଟ ବ୍ୟାଙ୍କ ପଲିଟିକ୍ସ ହୋଇ ରହିଯାଇଛନ୍ତି । ଲୋନ୍ ଉପରେ ଯେଉଁ ୧୧ ପ୍ରତିଶତ ସୁଧ ଦିଆଯାଉଛି ସେଥିରୁ ୭ ପ୍ରତିଶତ ଦେଉଥିବାବେଳେ ବାକି ୪ ପ୍ରତିଶତ ରାଜ୍ୟ ସରକାର ଦେଉଛନ୍ତି । କିନ୍ତୁ ରାଜ୍ୟ ସରକାର ସେହି ୪ ପ୍ରତିଶତ ଠିକ ସମୟରେ ଦେଉ ନାହାନ୍ତି । ଯେଉଁଥିପାଇଁ ଗାଁ ଗହଳିରେ ବ୍ୟାଙ୍କ କର୍ମଚାରୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେଉଛି । 

ଫେବୃଆରୀ ୨୭ରେ ରାଜ୍ୟ ସରକାର କହିଲେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୨୫ କୋଟି ଟଙ୍କା ଋଣ ଦେବାର ବ୍ୟବସ୍ଥା କରିଛୁ । କିନ୍ତୁ ସେହି ଟଙ୍କାରୁ ୮୮ କୋଟି ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି ରାଜ୍ୟ ସରକାର ମାତ୍ର ୩୭ କୋଟି ଟଙ୍କା ଦେଇଛନ୍ତି । ହେଲେ ରାଜ୍ୟ ସରକାର କହୁଛନ୍ତି ଆମେ ଦେଇଛୁ । ଏମବିକେ ଓ ସିଆରପିମାନଙ୍କ ଦରମା ଶତ ପ୍ରତିଶତ କେନ୍ଦ୍ର ସରକାର ଦେଉଛନ୍ତି । ୮୪ ହଜାର ଏମବିକେ ଓ  ସିଆରପିମାନଙ୍କୁ ଦରମା ଦେଉଛନ୍ତି କେନ୍ଦ୍ର ସରକାର । କିନ୍ତୁ ରାଜ୍ୟ ସରକାର କହିଲେ ଆମେ ସବୁ କରୁଛୁ । ଦରମା ଦେଉଛୁ ସ୍କୁଟି ବି ଦେଉଛୁ । ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନାଁ ରେ ମିଛ ପ୍ରଚାର କରୁଛନ୍ତି ବୋଲି ପ୍ରେସ୍ ମିଟ୍ କରି କହିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । 

ଆହୁରି ପଢନ୍ତୁ ରାଜନୀତି ଖବର...
 

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021