ମୋହନଙ୍କ ଫୋକସରେ ହୀରାକୁଦ : ନବୀକରଣ ପାଇଁ ଖର୍ଚ୍ଚ ହେବ ୮୫୫ କୋଟି
by Argus News
Mon, Oct 07 | 5:25 p.m.

ଅର୍ଗସ ବ୍ୟୁରୋ: ମୋହନ ସରକାରଙ୍କ ଅମଳରେ ହୀରାକୁଦ ଡ୍ୟାମ ଓ ହୀରାକୁଦ ବନ୍ଧ ପ୍ରକଳ୍ପ କେନାର ହେବ ନବୀକରଣ । ୪ ବର୍ଷରେ ୮୫୫ କୋଟି ଟଙ୍କା ଖର୍ଚ୍ଚରେ ହୀରାକୁଦର ହେବ ବିକାଶ । ୬୫ ବର୍ଷ ପରେ ମୋହନ ସରକାର ଏହି ବଡ଼ ନିଷ୍ପତ୍ତି ନେଇଥିବାରୁ ଏବେ ପୁରା ରାଜ୍ୟରେ ଚର୍ଚ୍ଚା ଜୋର ।

ଯାହା କହିଥିଲା ବିଜେପି, ସେଇୟା କଲା । ଅର୍ଥାତ୍‌ ହୀରାକୁଦକୁ ନେଇ ଜାରି କରିଛି ସଂକଳ୍ପପତ୍ର । ପୂର୍ବରୁ ରାଜ୍ୟରେ ସ୍ଥିର ସରକାର ଥିବା ପରେ ବି କେମିତି ହୀରାକୁଦର ନବୀକରଣ ହେବ ? କେମିତି ଚାଷୀମାନେ ଭଲରେ ପାଣି ପାଇବେ କୌଣସି ବ୍ୟବସ୍ଥା କଲେନି । ହେଲେ ଏବେ ରାଜ୍ୟରେ ସରକାର ବଦଳିବା ପରେ ହୀରାକୁଦକୁ ଗୁରୁତ୍ଵ ଦେଉଛନ୍ତି ରାଜ୍ୟ ସରକାର । ସେଇଥି ଲାଗି ତ ମାତ୍ର ୪ ବର୍ଷରେ ପାଖାପାଖି ୮୫୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନେଇଛନ୍ତି ନିଷ୍ପତ୍ତି । ହୀରାକୁଦ ଜଳ ସେଚିତ ଅଂଚଳର ସମ୍ବଲପୁର, ବରଗଡ, ସୋନପୁର ଓ ବଲାଙ୍ଗିର ଚାଷୀ ଖରିବ ଓ ରବି ଋତୁରେ ଜଳସେଚନ ସୁବିଧା ପାଉଛନ୍ତି । ଡ୍ୟାମର ଜଳସେଚନ କେନାଲ ଯାହାକି ବରଗଡ ମୁଖ୍ୟ କେନାଲ, ଶାସନ ମୁଖ୍ୟ କେନାଲ ଓ ଅନ୍ୟାନ୍ନ ଡିଷ୍ଟ୍ରି ବ୍ୟୁଟାରୀ କେନାଳ ବହୁ ବର୍ଷ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ଏହାର ଫଲ୍ , ସିଡି, ଆଉଟ ଲେଟର ଆଦୀ ନବୀକରଣ ହେବ । ଏହା ସହ ସାଇଫନ, ଏଚଆର , ସିଆର ଏବ ଭିଆରବି ଆଦିର ମଧ୍ୟ ସ୍ଥିରୀକୃତ ପାଇଁ ଆର୍ଥିକ ବର୍ଷ ୨୦୨୪-୨୫ରେ ୩୦ କୋଟି, ୨୦୨୫-୨୬ରେ ୪୪ କୋଟି, ୨୦୨୬-୨୭ରେ  ୪୪ କୋଟି ଏବଂ ୨୦୨୭-୨୮ରେ ୪୫ କୋଟି ପରି ମୋଟ ୧୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବା ନେଇ ପ୍ଲାନ ରହିଛି ।

ଚାଷୀଙ୍କର କେମିତି ବିକାଶ ହେବ ସେନେଇ ପ୍ରତିମୁହୂର୍ତ୍ତରେ ଚିନ୍ତା କରନ୍ତି ରାଜ୍ୟ ସରକାର । ସେଇଥି ଲାଗି ତ ଧାନର ଏମଏସପି ବୃଦ୍ଧି ହେବାଠୁ ନେଇ ବୋନସ ଆଦିର ବ୍ୟବସ୍ଥା କରିଛନ୍ତି । ଏହାସହ ପଶ୍ଚିମଓଡ଼ିଶା ଚାଷୀଙ୍କ ଲାଇଫ୍‌ଲାଇନ କୁହାଯାଉଥିବା ହୀରାକୁଦ ଡ୍ୟାମର ବିକାଶ କଥାକୁ ସମପରିମାଣରେ ଦେଉଛନ୍ତି ଗୁରୁତ୍ଵ । 

ସୂଚନା ଅନୁସାରେ, ଦକ୍ଷିଣ ଓ ବାମ ସ୍ପିଲଓ୍ଵେ ଫାଉଣ୍ତେସନ ଗ୍ୟାଲେରୀ ମରାମତି ଏବଂ ଦକ୍ଷୀଣ ଆବ୍ୟୁଟ ମେଣ୍ଟ ଓ ଏହାର ସଲଗ୍ନ ହୀରାକୁଦ ବନ୍ଧ ପୁର୍ନ ସଂଯୋଜନା କରାଯିବ । ସେଚାଚଂଳ ନବୀକରଣ ପାଇଁ ମୋଟ ୪ ବର୍ଷ ଭିତରେ ଅର୍ଥାତ୍‌ ୨୦୨୪-୨୫ରେ ୬୫ କୋଟି , ୨୦୨୫-୨୬ରେ  ୧୮୮ କୋଟି , ୨୦୨୬-୨୭ରେ ୧୮୮ କୋଟି ଓ ୨୦୨୭-୨୮ରେ ୧୮୯ କୋଟି ମୋଟ ୬୩୦ କୋଟି ଟଙ୍କା ବିନିଯୋଗ ହେବ । ପ୍ରଥମ ପର୍ଯ୍ୟାୟରେ ବନ୍ଧରେ ଥିବା ୮୨ ଛିଦ୍ର ଓ ୨୨୮ ଟି ଡ୍ରିଲ ଛିତ୍ର ସଫା କରାଯିବା ସହ ମରାମତି ବି ହେବ । ଏହାଦ୍ଵାରା କେନାଲ ଶେଷ ଭାଗରେ ଥିବା ଚାଷ ଜମିକୁ ଶତ ପ୍ରତିଶତ ଜଳସେଚନ ହେବାକୁ ଥିବା ଉଭୟ ରବି ଓ ଖରିଫ ଫସଲ ଠିକ୍‌ ଭାବରେ କରିପାରିବେ । ମୋହନଙ୍କ ଏହି ଯୋଜନାରେ ଚାଷୀ ବି ବେଶ ଖୁସି । 

ମୋଟ୍‌ ଉପରେ, ୨୪ ବର୍ଷ ଧରି ରାଜ୍ୟରେ ସ୍ଥିର ସରକାର ପରେ ବି ଅନେକ ଥର ଦାବି ହୋଇଥିଲା ହୀରାକୁଦର ନବୀକରଣ ପାଇଁ । ହେଲେ ବିଜେଡି ସରକାର ସେନେଇ କୌଣସି କର୍ଣ୍ଣପାତ କରିନଥିଲା । ଏବେ ସରକାର ବଦଳିବା ପରେ ବିକାଶ ପଥରେ ଆଗେଇ ଚାଲିଛି ଓଡ଼ିଶା ।
 


 

ଗ୍ରାହକଙ୍କୁ ଝଟକା
5m ago
ଗ୍ରାହକଙ୍କୁ ଝଟକା ଦେଲା SBI, କ୍ରେଡିଟ୍ କାର୍ଡ଼ ନିୟମରେ ବଡ଼ ପରିବର୍ତ୍ତନ
ଅର୍ଗସ ବ୍ୟୁରୋ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI) ଗ୍ରାହକଙ୍କ ପାଇଁ ବଡ଼ ଖବର । ଅପଣ ବିଦ୍ୟୁତ , ଗ୍ୟାସ୍, ପାଣି ଭଳି ୟୁଟିଲିଟି ବିଲ୍ ପୈଠ କରିବା ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିଲ
ଉତ୍କଣ୍ଠା
29m ago
ଆକାଉଣ୍ଟକୁ ଆସିଲା ୧ ଟଙ୍କା, ବଢିଲା ସୁଭଦ୍ରା ଉତ୍କଣ୍ଠା
ଭୁବନେଶ୍ୱର: ଫାଇନାଲ୍ ଟ୍ରାନ୍ସଫର ପୂର୍ବରୁ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଆସିଲା 1 ଟଙ୍କା, ବଢ଼ିଲା ଉତ୍କଣ୍ଠା । ସମ୍ପୂର୍ଣ୍ଣ ହେଲାଣି 1 କୋଟିରୁ ଅଧି
ଖୋଲିଲା ଗୁମର
33m ago
ବିଜେଡି ରାଜ୍ୟସଭା ସାଂସଦଙ୍କ ବୟାନ ଖୋଲିଲା ଗୁମର
ଭୁବନେଶ୍ୱର: କ୍ଷମତାରୁ ଯିବା ପରେ ଦୋହଲୁଛି ବିଜେଡିର ମୂଳଦୁଆ । ସମଦୂରତା ଏବେ ସିଦ୍ଧାନ୍ତ ନୁହେଁ । ବିଜେଡି ରାଜ୍ୟସଭା ସାଂସଦଙ୍କ ବକ୍ତବ୍ୟ ଖୋଲିଲା ଗୁମର । ଏବେ ଇଣ୍ଡି ମେଣ୍ଟ ମୁହା