ବିଶ୍ୱ ଦେଖୁଛି ଓଡ଼ିଆ ପୋଥିଚିତ୍ର, ତାରକସୀ ଓ ତାଳପତ୍ର କାରୁକାର୍ଯ୍ୟ 
by Argus News
Sat, Jul 27 | 3:02 p.m.

ପୁରୀ:  ଚାଇନାରେ ଓଡ଼ିଆ ପୋଥିଚିତ୍ରର ଝଲକ । ସାରା ବିଶ୍ବ ଦେଖୁଛି ଓଡ଼ିଆ ପୋଥିଚିତ୍ର, ତାରକସୀ ଓ ତାଳପତ୍ର କାରୁକାର୍ଯ୍ୟ । ଭାରତୀୟ ହସ୍ତକଳାର ପ୍ରୋତ୍ସାହନ ପାଇଁ ଚାଇନାର କୁମିଙ୍ଗରେ ଏମଏସଏମଇ ସହଯୋଗରେ ଫେଡରେସନ ଅଫ୍ ଇଣ୍ଡିଆ ଏକ୍ସପର୍ଟ ଦ୍ଵାରା ଏକ ପ୍ରଦର୍ଶନୀ ଆୟୋଜିତ କରାଯାଇଛି । ଯେଉଁଥିରେ ଓଡ଼ିଶାରୁ ପ୍ରାୟ ୧୧ ଟି ଷ୍ଟଲ୍ ଭାଗ ନେଇଛନ୍ତି ।

ତେବେ ଓଡ଼ିଶାର ତାଳପତ୍ର କାମ , ପୋଥିଚିତ୍ର କାମ , ତାରକସୀ କାମ ଇତ୍ୟାଦି ଏହି ମେଳାରେ ପ୍ରଦର୍ଶିତ ହୋଇଛି । ଯାହାକୁ ଦେଖିବା ଓ କିଣିବାକୁ ଚାଇନାରେ ଅନେକ ଲୋକଙ୍କର ଭିଡ ଜମିଛି ।

ଓଡିଶାର ଡୋକ୍ରା, ପିପିଲିର ଚାନ୍ଦୁଆ କାମ, ତାରକସୀ, କାଠଶିଳ୍ପ, ଶିଙ୍ଗ ଶିଳ୍ପ, ଟସର ପେଣ୍ଟିଂ, ତାଳପତ୍ର ଖୋଦେଇ, ଜନଜାତି ଅଳଙ୍କାର, ସବାଇଘାସ ଆଦି ହସ୍ତଶିଳ୍ପ ସାମଗ୍ରୀର ବେଶ ଚାହିଦା ରହୁଛି । ଦେଶ ବିଦେଶରେ ଆୟୋଜିତ ହେଉଥିବା ପ୍ରଦର୍ଶନୀ ଗୁଡିକରେ ଓଡିଶାର ଏହି ସାମଗ୍ରୀ କିଣିବାକୁ ଲୋକଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳୁଛି । 

ଆହୁରି ପଢନ୍ତୁ ଓଡିଶା ଖବର...

ଯମୁନା ନଦୀ
34m ago
ପୁଣି ଯମୁନା ନଦୀରେ ବିଷାକ୍ତ ଫେଣ , ରାଜଧାନୀବାସୀଙ୍କ ସ୍ଥିତି ସଂଙ୍ଗୀନ
ଅର୍ଗସ ବ୍ୟୁରୋ : ପୁଣି ଯମୁନା ନଦୀରେ ବିଷାକ୍ତ ଫେଣ । ଆପଣ ଯେଉଁଠିକି ଦେଖିବେ ସେଠି ଫେଣ ହିଁ ଫେଣ । ଦିଲ୍ଲୀର କାଳନ୍ଦି କୁଞ୍ଜ ଅଞ୍ଚଳରେ ଯମୁନା ନଦୀର ଏ ସଙ୍ଗୀନ ସ୍ଥିତି ଦେଖିବାକୁ ମିଳିଛି
OSSSC
59m ago
OSSSC ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: OSSSC ପରିଚାଳିତ ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିର
ଦିନ ବେଳର
59m ago
ଦିନ ବେଳର ଖବର ସଂକ୍ଷେପରେ...
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020... ପୁନଃ ଗଠିତ ହେଲା ଟାସ୍କ ଫୋର୍ସ.. ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ ରାଜ୍