ଗତ ୫ ବର୍ଷରେ ଦେଶରେ ସର୍ବାଧିକ ଜୀବନ ଯାଇଛି ଓଡ଼ିଶାର
by Argus News
Thu, Sep 05 | 8:49 p.m.

ଅର୍ଗସ ବ୍ୟୁରୋ: ଚିନ୍ତା ବଢାଇଲାଣି ବଜ୍ରପାତ । ରାଜ୍ୟରେ ସର୍ବାଧିକ ମୁଣ୍ଡ ନେଉଛି ଏହି ପ୍ରାକୃତିକ ବିପର୍ଯ୍ୟୟ । କାରଣ ଗତ ୫ ବର୍ଷରେ ଦେଶରେ ସର୍ବାଧିକ ଜୀବନ ଯାଇଛି ଓଡ଼ିଶାର । ଶହେ କି ୨ ଶହ ନୁହେଁ ବରଂ ୧୧୦୩ ଜଣଙ୍କ ଜୀବନ ନେଇଛି ବଜ୍ରପାତ । ଆଉ ପ୍ରତିବର୍ଷ ଅଲୋଡା ରେକର୍ଡ କରୁଛି । ପୂର୍ବସୂଚନା ନଥିବା କାରଣରୁ ଅକାରଣେ ଲିଭିଯାଉଛି ଜୀବନ ଦୀପ । ଖାସ କରି ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ବରରେ ବଜ୍ରପାତ ମୃତ୍ୟୁ ଅନ୍ୟ ଜିଲ୍ଲା ଠାରୁ ଅଧିକ ରହିଛି । ଓଡ଼ିଶାରେ କାହିଁକି ଏତେ ବଜ୍ରପାତ ହେଉଛି ? ଗବେଷଣା କହୁଛି ଓଡ଼ିଶାରେ ଖଣିଜ ପଦାର୍ଥ ଭରପୂର ଥିବାରୁ ଏହା ଘଟୁଛି ।

ଯେଉଁ ରାଜ୍ୟରେ ଖଣିଜ ପଦାର୍ଥ ବେଶୀ ଥାଏ ସେଠି ବଜ୍ରପାତ ମୃତ୍ୟୁ ସଂଖ୍ୟା ବେଶୀ । ବଜ୍ରପାତର ସ୍ଥାୟୀ ନିରାକରଣ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । ବାଦଲ ଓ ବାଦଲ ଭିତରେ ସଂଘର୍ଷରେ ହୁଏ ବଜ୍ରପାତ । ଭାରତୀୟ ପାଣିପାଗ ଅନୁଷ୍ଠାନ ତରଫର ତଥ୍ୟ ଅନୁଯାଇ ମୋବାଇଲ ଆପରେ ଜନସାଧାରଣଙ୍କୁ ଅବଗତ କରାଯାଉଛି । କେଉଁ ଠାରେ ବଜ୍ରପାତ ହେବ ଜାଣିବା ପାଇଁ ବୈଜ୍ଞାନିକ ମାନେ ସଫଳ ହୋଇନାହାନ୍ତି, ଅନୁସନ୍ଧାନ ଚାଲିଛି । 

କ୍ଷେତ ଓ ସ୍କୁଲରେ ବହୁ ସଂଖ୍ୟକ ଲୋକେ ବଜ୍ରପାତର ଶିକାର ହେଉଛନ୍ତି । ତାଳ ଗଛ ଲଗାଇବା ପାଇଁ ଜଙ୍ଗଲ ବିଭାଗକୁ ରାଜସ୍ବ ବିଭାଗ 7 କୋଟି ଟଙ୍କା ପ୍ରଦାନ କରିଛନ୍ତି । ବଜ୍ରପାତରେ ମୃତ୍ୟୁବରଣ କଲେ 4 ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯାଉଛି । ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ଖଣିଜ ପଦାର୍ଥ ହେଲା ବିଦ୍ୟୁତର good conductor ବା ସୁପରିବାହୀ । ସେଥିଲାଗି ଏଭଳି ହେଉଛି । ଆଜିଯାଏ କୌଣସି ଜ୍ଞାନ କୌଶଳ ଆସି ନାହିଁ ଯେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ବଜ୍ରପାତ ହେବ ତାହା ଆକଳନ କରିହେବ । ଝାରସୁଗୁଡ଼ାରେ 72 ଓ ବଲାଙ୍ଗୀରରେ 55 ଜଣଙ୍କ ମୃତ୍ୟୁ ହୋଇଛି ଗତ 5 ବର୍ଷରେ । ବଜ୍ରପାତଜନିତ ମୃତ୍ୟୁ ପାଇଁ 4 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେଉଛନ୍ତି ସରକାର । ୨୩ ଶହ କୋଟି ଟଙ୍କା ବିପର୍ଯ୍ୟୟ ପରିଚାଳନା ବିଭାଗ ପାଖରେ ଅଛି । ସେଥିରୁ ୨୦୦ କୋଟି ଟଙ୍କା କ୍ଷତି ପୂରଣ ପାଇଁ ରଖିଛୁ । ପାଣ୍ଠି ଯଥେଷ୍ଠ ଅଛି । ରାଜ୍ୟ ବାହାରେ ବଜ୍ରପାତରେ ଓଡ଼ିଆଙ୍କ ମୃତ୍ୟୁ ହେଲେ ସେମାନଙ୍କୁ କ୍ଷତି ପୂରଣ ଦେବାକୁ ସରକାର ବିଚାର ବିମର୍ଶ କରିବେ ବୋଲି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ।

ଆହୁରି ପଢନ୍ତୁ ଓଡିଶା ଖବର...

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ