ଓଃ କି ଗରମ; ସକାଳ ୮ଟାରେ 34.4 ଡିଗ୍ରୀ ପାର୍ କଲାଣି ତାପମାତ୍ରା
by Argus News
Tue, Apr 16 | 9:01 a.m.

ଭୁବନେଶ୍ୱର: ଖରାରେ ସିଝୁଛି ଓଡ଼ିଶା । ସକାଳ ୮ ଟାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ସକାଳ 8ଟା 30 ସୁଦ୍ଧା 34.4 ଡିଗ୍ରୀ ରେକର୍ଡ ହୋଇଛି । ସର୍ବାଧିକ ବାଲେଶ୍ୱରରେ 34.4 ଡିଗ୍ରୀ, ଭୁବନେଶ୍ୱରରୁ 32.6 ଡିଗ୍ରୀ, ଚାନ୍ଦବାଲିରେ 32.6 ଡିଗ୍ରୀ, ପୁରୀରେ 32.4 ଡିଗ୍ରୀ, କେନ୍ଦୁଝରରେ 31.2 ଡିଗ୍ରୀ, ଝାରସୁଗୁଡାରେ 31.4 ଡିଗ୍ରୀ,ଗୋପାଳପୁରରେ 31.4 ଡିଗ୍ରୀ, ହିରାକୁଦରେ 31 ଡିଗ୍ରୀ, ପାରାଦୀପରେ 30.8 ଡିଗ୍ରୀ, ସମ୍ବଲପୁରରେ 30.4 ଡିଗ୍ରୀ, ରାଉରକେଲାଲେ 30 ଡିଗ୍ରୀ ସେଲସିୟସ ତାପମାତ୍ରା ରେକ୍ରଡ ହୋଇଛି ।   

ଆଗାମୀ 5 ଦିନ ମଧ୍ୟରେ ଦିନ ରାଜ୍ୟର ଅନେକ ସ୍ଥାନରେ ଆହୁରି ୨ରୁ  ୪ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ତେଣୁ ପ୍ରବଳ ଖରାରେ କାମ ନ କରିବାକୁ କଡ଼ା ଭାବେ ବାରଣ କରାଯାଇଛି। ଏ ନେଇ ସବୁ ଜିଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

ଦିନ ୧୧ଟାରୁ ୩ଟା ଭିତରେ ବାହାରେ କାମ ନ କରିବାକୁ କୁହାଯାଇଛି । ନିର୍ଦ୍ଦେଶ ଅବମାନନା ହେଲେ ସଂପୃକ୍ତ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ । ୧୭ ରୁ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ରୁ ୪୫ଡିଗ୍ରୀ ଯାଏ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଭଳି ପାଣିପାଗ ସ୍ଥିତିକୁ ଲକ୍ଷ୍ୟ କରି ବିଭାଗ ତରଫରୁ ଆଗାମୀ ୫ ଦିନ ଯାଏ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି । 

ଆହୁରି ପଢନ୍ତୁ ପାଣିପାଗ ଖବର

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ