ଓଡ଼ିଶାରେ ନବୀନ ଗ୍ୟାରେଣ୍ଟି ଫେଲ୍, ମୋଦି ଗ୍ୟାରେଣ୍ଟି ପାସ୍ 
by Argus News
Fri, Mar 29 | 1:28 p.m.

ଭୁବନେଶ୍ୱର: ଓଡ଼ିଶାରେ ନବୀନ ଗ୍ୟାରେଣ୍ଟି ଫେଲ୍, ମୋଦି ଗ୍ୟାରେଣ୍ଟି ପାସ୍ । ନବୀନ ବାବୁଙ୍କ କିଛି ଗ୍ୟାରେଣ୍ଟି କି ୱାରେଣ୍ଟି ନାହିଁ । ଓଡ଼ିଶାର ମୌଳିକ ସମସ୍ୟା ରାଜ୍ୟ ସରକାରଙ୍କ ପାଇଁ ପ୍ରାଥମିକତା ନୁହେଁ । ସାରା ଦେଶ ସମେତ ଓଡ଼ିଶାରେ ଲୋକଙ୍କର ମୋଦି ଗ୍ୟାରେଣ୍ଟି ଉପରେ ଭରସା ବଢିଛି । 

ଲୋକଙ୍କୁ ପକ୍କା ଘର ଯୋଗାଇବାରେ ବାଧକ ସାଜିଛନ୍ତି ରାଜ୍ୟ ସରକାର । ମୋଦି ସରକାର ଓଡ଼ିଶାକୁ 29 ଲକ୍ଷ 28 ହଜାର ପକ୍କା ଘର ପଠାଇଛନ୍ତି । ସେଥିରୁ 27 ଲକ୍ଷ  28  ହଜାର ଗ୍ରାମୀଣ ଏବଂ 2  ଲକ୍ଷରୁ ଅଧିକ ସହରାଞ୍ଚଳରେ ତିଆରି ହୋଇଛି ପକ୍କା ଘର । ମୋଦି ସରକାର ଏଥିପାଇଁ ଅର୍ଥ ଦେଇଛନ୍ତି । 

ନବୀନ ସରକାର ପକ୍କା ଘର ଯୋଜନା କ୍ରିୟାନ୍ୱୟନ କରିବାରେ ବିଫଳ ହୋଇଛନ୍ତି । 6 ଲକ୍ଷ 60 ହାଜର ପକ୍କା ଘର ତିଆରି କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଏଥିରେ sc-st ଙ୍କୁ 4 ଲକ୍ଷ ପକ୍କା ଘର ମିଳିନାହିଁ । ଭୂମି ହୀନ ମାନଙ୍କୁ ରାଜ୍ୟ ସରକାର ପଟ୍ଟା ଦେଇ ନଥିବାରୁ 15 ଲକ୍ଷ 78 ହାଜର ଲୋକ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । 

ନବୀନ ବାବୁଙ୍କ ଗ୍ୟାରେଣ୍ଟି ଥିଲା ବିଜୁ ପକ୍କା ଘର ବା ମୋ କୁଡିଆ । ଏଥିରେ ମାତ୍ର 3 ହାଜର 300 ବିଜୁ ପକ୍କା ଘର ହୋଇଛି । ମୋ ଘର ଯୋଜନାରେ ଘର ପାଇଁ ଋଣ ଦେବେ କହିଥିଲେ ରାଜ୍ୟ ସରକାର । 4 ଲକ୍ଷ ଲୋକଙ୍କୁ ଋଣ ଦେବେ ବୋଲି କହିଥିଲେ ସରକାର । କିନ୍ତୁ ମାତ୍ର 1037 ଜଣ ଲୋକଙ୍କୁ ବ୍ୟାଙ୍କରେ ଋଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଚାଉଳ କେନ୍ଦ୍ର ଦରକାର ଦେଉଛନ୍ତି । 3 କୋଟି 25 ଲକ୍ଷ ଲୋକଙ୍କୁ ମିଳୁଛି ମାଗଣା ରାସନ । 

ନବୀନ ସରକାର କହିଥିଲେ 32 ଲକ୍ଷ ଲୋକଙ୍କୁ ଦେବେ ଚାଉଳ । କିନ୍ତୁ ମାତ୍ର 8 ଲକ୍ଷ ଲୋକଙ୍କୁ ଦେଉଛନ୍ତି । ଏହି ସଂଖ୍ୟା 6 ଲକ୍ଷକୁ କମି ଗଲାଣି । ରାଜ୍ୟ ସରକାର ଲୋକଙ୍କୁ କେବଳ ଭୁଆଁ ବୁଲାନ୍ତି ବୋଲି ଅଭିଯୋଗ କରିଛି ବିଜେପି । ପିଇବା ପାଣି ମଧ୍ୟ ଏକ ବଡ଼ ସମସ୍ୟା । ମୋଦି ସରକାର ଜଳ ଜୀବନ ମିଶନ ଆରମ୍ଭ କଲେ । ତା ପୂର୍ବରୁ ମାତ୍ର 3 ପ୍ରତିଶତ ଲୋକଙ୍କ ପାଖରେ ଥିଲା ପାଣି ଟ୍ୟାପ୍ ସଂଯୋଗ । ଜଳ ଜୀବନ ମିଶନରେ 10 ହାଜର 200 କୋଟି ଓଡ଼ିଶାକୁ ମିଳିଛି । ଯେଉଁଥିପାଇଁ 60 ଲକ୍ଷ 75 ହାଜର ଲୋକଙ୍କ ପାଖରେ ଟ୍ୟାପ ଯୋଗେ ମିଳୁଛି । କିନ୍ତୁ ନବୀନ ସରକାରଙ୍କ ଡ୍ରିଙ୍କ ଗ୍ରାମ ଟ୍ୟାପ ଏବଂ ବସୁଧା ଯୋଜନା ଫେଲ୍ । 

ଜଳ ଜୀବନ ମିଶନ କ୍ରିୟାନ୍ଵୟନ କରିବାରେ ମଧ୍ୟ ରାଜ୍ୟ ସରକାର ଫେଲ୍ । ଜଳ ଜୀବନ ମିଶନର 207 ମେଗା ପାନୀୟ ପ୍ରକଳ୍ପ ହେବାର ଥିଲା । କିନ୍ତୁ ଏବେ ସୁଦ୍ଧା ମାତ୍ର 16 ଟି ପ୍ରକଳ୍ପର କାମ ସରିଛି । 189 ଟି ପ୍ରକଳ୍ପ ଏବେ ଯାଏଁ ସରିନି । ଯଦି ସରିଥାନ୍ତା ତେବେ 100 ପ୍ରତିଶତ ଲୋକଙ୍କ ପାଖରେ ଟ୍ୟାପ ପାଣି ପହଞ୍ଚି ପାରିଥାନ୍ତା । 189 ପ୍ରକଳ୍ପ ପାଇଁ ବାହାର ରାଜ୍ୟର ଠିକାଦାର କାମ କରୁଛନ୍ତି । ସେମାନେ ବିଲ୍ ନେଇ ସାରିଲେଣି । କିନ୍ତୁ କାମ ସରିନି । କେବଳ ବାହାର ଠିକାଦାରଙ୍କୁ ପୋଷିବା ପାଇଁ ନବୀନ ଗ୍ୟାରେଣ୍ଟି କାମ କରୁଛି । 

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମାନସ ଯୋଜନା । ଏହି ଯୋଜନାରେ ଗତ 5 ବର୍ଷ, 2018-2023 ମଧ୍ୟରେ 20,722 କିମି ରାସ୍ତା ଓଡ଼ିଶାରେ ତିଆରି ହୋଇଛି । କିନ୍ତୁ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କୁଆଡେ ଗଲା । 10 ହାଜର କିମି ରାସ୍ତା କରିବେ ବୋଲି କହିଥିଲେ । ମାତ୍ର 3 ହାଜର କିମି ରାସ୍ତା ତିଆରି କରିଛନ୍ତି ରାଜ୍ୟ ସରକାର । ସେଗୁଡିକ ମଧ୍ୟ ନିମ୍ନ ମାନର କାମ ହୋଇଛି । ଠିକାଦାର ପୋଷା ହେଉଛି ନବୀନ ବାବୁଙ୍କ ଗ୍ୟାରେଣ୍ଟି । 

ଦିନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରେ ଓଡ଼ିଶାରେ 24 ଲକ୍ଷ 52 ହାଜର ପରିବାରକୁ ମାଗଣା ବିଜୁଳି । ସବୁ ରାଜସ୍ବ ଗାଁକୁ ବିଜୁଳି ପହଞ୍ଚିଛି । ତେବେ ଅଣ ରାଜସ୍ୱ ଗାଁ ବା ପଡ଼ା ଗାଁ ଗୁଡ଼ିକୁ ବିଜୁଳି ପାଇଁ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା କରିଥିଲେ ରାଜ୍ୟ ସରକାର । କିନ୍ତୁ କେବଳ କାଗଜ ପତ୍ରରେ ସୀମିତ ରାଜ୍ୟ ସରକାରଙ୍କ ଯୋଜନା । ଏବେ ବି ଅନେକ ପଡ଼ା ଗାଁରେ ବିଜୁଳି ପହଞ୍ଚି ନାହିଁ ।  

2009ରେ ବର୍ଷକୁ 1 ଲକ୍ଷ ଚାକିରି ଦେବେ ବୋଲି କହିଥିଲେ ନବୀନ ସରକାର । 15 ବର୍ଷରେ 15 ଲକ୍ଷ ଚାକିରି କୁଆଡେ ଗଲା । 30 ଲକ୍ଷ ଲୋକ ଦାଦନ ଯାଉଛନ୍ତି । ମୋଦି ଗ୍ୟାରେଣ୍ଟିରେ କେନ୍ଦ୍ର ସରକାର ଓଡ଼ିଶାରେ 2ଟି କୌଶଳ ବିକାଶ ମେଣ୍ଟ ସେଣ୍ଟର୍ ଖୋଲିଛନ୍ତି । ପିଲାଙ୍କୁ ଟ୍ରେନିଂ ଦିଆଯାଉଛି । 

15 ଲକ୍ଷରୁ ଅଧିକ ବାଳିକାଙ୍କୁ ପ୍ରଧାନମନ୍ତ୍ରୀ ସୁକନ୍ୟା ସମୃଦ୍ଧି ଯୋଜନାରେ ମିଳୁଛି ସହାୟତା । କିନ୍ତୁ ରାଜ୍ୟ ସରକାରଙ୍କ ବିଜୁ କନ୍ୟା ରତ୍ନ ଯୋଜନା ହଜି ଗଲାଣି । ଓଡ଼ିଆରେ ଲୋକ ମନ ବଳାଇ ସାରିଲେଣି, ଡବଲ ଇଞ୍ଜିନ ସରକାର ହେବ । ବିଜେଡ଼ି ସରକାରର ଇଞ୍ଜିନ ପ୍ରଦୂଷଣ କରୁଛି । ଇଞ୍ଜିନ ଗତିଶୀଳ ନାହିଁ । 24 ବର୍ଷ ପୁରୁଣା ଇଞ୍ଜିନକୁ ଲୋକ ରିଜେକ୍ଟ କରିବେ ବୋଲି ପ୍ରେସ୍ ମିଟ୍ କରି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ । 

ଆହୁରି ପଢନ୍ତୁ ରାଜନୀତି ଖବର...

MIGRANT DEATH CASE
ବାହାରିନରେ ଦାଦନ ଖଟିବାକୁ ଯାଇ ଅକାଳରେ ଗଲା ଜୀବନ
ଅର୍ଗସ ବ୍ୟୁରୋ : ପୁଣି ଗଞ୍ଜାମରେ ଦାଦନ ଦୁଃଖ । ବାହାରିନକୁ ଦାଦନ ଖଟିବାକୁ ଯାଇ ଅକାଳରେ ଜୀବନ ଯାଇଛି । ଗଞ୍ଜାମ ଖଲ୍ଲିକୋଟ ବାଗଲପୁର ଗାଁରେ ଅଭାବନୀୟ ଘଟଣା । କିଛି ଦିନ ତଳେ ଗାଁ
BJD ISSUE
ଅଡୁଆରେ ଚାନ୍ଦବାଲି ବିଜେଡି, ରଞ୍ଜନ ପତ୍ନୀଙ୍କ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା
ଅର୍ଗସ ବ୍ୟୁରୋ : ଚର୍ଚ୍ଚାରେ ଚାନ୍ଦବାଲି ବିଜେଡି ରାଜନୀତି । ମହିଳା ଜଣକ କାନ୍ଦିକାନ୍ଦି କୋହୁଛନ୍ତି ମୋର ମୃତ୍ୟୁପାଇଁ କେବଳ ବାପି ବାବୁ ହିଁ ଦାୟୀ । କିନ୍ତୁ କାହିଁକି ବିଜେଡି ବିଧାୟ
TRIPLE MURDER
ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ
ଅର୍ଗସ ବ୍ୟୁରୋ : ଝାରସୁଗୁଡ଼ାରେ ଟ୍ରିପଲ୍ ମର୍ଡର । ଝାରସୁଗୁଡ଼ାରେ ୩ ଜଣଙ୍କୁ ହତ୍ୟା ଅଭିଯୋଗ । ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ବାଣୀପାହାଡ଼ ଜଙ୍ଗଲ ପାଖର