ଘଞ୍ଚ ଜଙ୍ଗଲ ଭରା ଅଞ୍ଚଳ ପାଲଟିଛି କଂକ୍ରିଟ ସହର
by Argus News
Sat, Apr 13 | 8:29 p.m.

ଅର୍ଗସ ବ୍ୟୁରୋ : ରାଜଧାନୀ ଭୁବନେଶ୍ବର ପାଳିଛି ନିଜର ୭୬ତମ ପ୍ରତିଷ୍ଠା ଦିବସ । ବିଗତ 76ବର୍ଷ ଭିତରେ ଭୁବନେଶ୍ୱର ଦେଖିଛି ଅଭିବୃଦ୍ଧିର ବିବିଧତା । ଟେମ୍ପୁଲ ସିଟିରୁ ସ୍ମାର୍ଟସିଟିର ସୁଦୀର୍ଘ ଯାତ୍ରାରେ ଆଜି ବଦଳିଛି ରାଜଧାନୀର ଚେହେରା ଆଉ ରୂପରେଖ । ଚିର ବସନ୍ତର ସହର କହିଲେ ଭୁବନେଶ୍ୱର କୁ ବୁଝାଏ । ଭିଡ଼, ସୁଉଚ୍ଚ ଅଟ୍ଟାଳିକା ସାଙ୍ଗକୁ ଚକାଚକ ରାସ୍ତା ଆଉ ଦୋକାନ ବଜାରରେ ରାଜଧାନୀ ଭୁବନେଶ୍ବର ଆଜି ସ୍ମାର୍ଟସିଟିର ପରିଚୟରେ ପରିଚିତ। ତେବେ ବିତି ଯାଇଥିବା ୭୫ବର୍ଷରେ ସବୁ କିଛି ବଦଳି ଥିଲେ ବି ବଦଳିନି ରାଜଧାନୀକୁ ହାତରେ ତିଆରି କରିଥିବା ଶହ ଶହ ବିଶୁମହାରଣାଙ୍କ ଭାଗ୍ୟ । 

ନିଜ ମୁଣ୍ଡ ଝାଳ ତୁଣ୍ଡରେ ମାରି ମାଟି ଗୋଡିରେ ନିଜକୁ ହଜାଇ ରାଜଧାନୀକୁ ତିଆରି କରିଥିବା ବସ୍ତିବାସିନ୍ଦା ମାନେ ଆଜି ବି ଅବହେଳିତ ଅବସ୍ଥାରେ ଦିନ କାଟୁଛନ୍ତି । ଦିନେ ରାଜଧାନୀକୁ ଅଦିନିଆ କୁଣିଆ ହୋଇ ଆସିଥିବା ହାକିମ ମାନେ ଆଜି ସର୍ବେସର୍ବା ବୋଲାଉଥିବା ବେଳେ ବସ୍ତିବାସିନ୍ଦା ମାନେ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ । ୩୦ ସେପ୍ଟେମ୍ବର ୧୯୯୬ ମସିହାରେ ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଭୁବନେଶ୍ୱରକୁ ରାଜଧାନୀ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ପରବର୍ତ୍ତୀ ସମୟରେ ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହୁରଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । 

ପ୍ରଥମେ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଆରମ୍ଭ ହୋଇଥିଲା ଏହି ଯାତ୍ରା ଯାହାକି ୨୩ ଫେବୃଆରୀ ୨୦୧୬ରେ ସ୍ମାର୍ଟ ସିଟିରେ ପରିଣତ ହୋଇ ସାରିଛି । ୫ଟି ଥାନା, ଅଳ୍ପ କେଇ ଖଣ୍ଡ ଗାଁ, ୧୫ହଜାର ଲୋକଙ୍କୁ ନେଇ ଆରମ୍ଭ ହୋଇଥିବା ରାଜଧାନୀର କାୟାକଳ୍ପ ଏବେ ଦିଗବଳୟର ରୂପ ନେଇଥିବା ବେଳେ ଏହାର ଜନସଂଖ୍ୟା ୧୦ଲକ୍ଷ ପାର ହୋଇଛି । ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏମାନଙ୍କ ପାଇଁ ଯୋଜନା ପ୍ରଣୟନ ହେଉଛି ସତ ହେଲେ ସବୁ ବ୍ୟବସ୍ଥା କେବଳ ନାଲିଫିତା ତଳେ ଚାପିହୋଇ ରହିଯାଉଛି । ପ୍ରତିଷ୍ଠା ଦିବସ ପାଳନ ପାଇଁ ରାଜଧାନୀର ରାସ୍ତାକଡ ରଙ୍ଗରେ ରଙ୍ଗେଇ ହୋଇଥିବା ବେଳେ ବଡ଼ ବଡ଼ ଅଟ୍ଟାଳିକା ମାନ ସୁନେଲି ରୂପେଲି ଆଲୁଅରେ ଝକମକ କରୁଛନ୍ତି । ଠିକ ଏମିତି କେବେ ଚାକଚକ୍ୟ ପୂର୍ଣ୍ଣ ସହରରେ ସମ୍ମାନ ଆଉ ମୁଣ୍ଡ ଗୁଞ୍ଜିବାକୁ ଛାତ ଖଣ୍ଡେ ମିଳିବ ବସ୍ତିବାସିନ୍ଦା ଟିଏ ଚାତକ ଆଖିରେ ଚାହିଁ ବସିଛି ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ