ପୂର୍ବ ଶତ୍ରୁତାରୁ ଘଟିଛି ହତ୍ୟାକାଣ୍ଡ, ଚାଲିଗଲା ଜୀବନ
by Argus News
Wed, Mar 13 | 10:39 a.m.

ଅର୍ଗସ ବ୍ୟୁରୋ: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମରେ ଯୁବକଙ୍କୁ ନିର୍ମମ ହତ୍ୟା। ପୂର୍ବ ଶତ୍ରୁତାରୁ ଘଟିଛି ହତ୍ୟାକାଣ୍ଡ। ମୃତକ ଜଣକ ହେଲେ ଚନ୍ଦ୍ରଗିରି ଗ୍ରାମର ପ୍ରଶାନ୍ତ ପ୍ରଧାନ । ସାଙ୍ଗ ବାହାଘର ଶୋଭାଯାତ୍ରାରେ ଯୋଗଦେବାକୁ ପ୍ରଶାନ୍ତ ଏବଂ ତାଙ୍କ ସାଙ୍ଗ ଜଗନ୍ନାଥ ଜେନା ଯାଉଥିବା ସମୟରେ ଚନ୍ଦ୍ରଗିରି ଗ୍ରାମର ଶ୍ରୀହରି ପ୍ରଧାନ ଏବଂ ତାଙ୍କ ଭାଇ କୃଷ୍ଣ ପ୍ରଧାନ ମିଶି ଆତର୍କିତ ଭାବେ  ଏକ ଧାରୁଆ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ । ଏହି ସମୟରେ ସାଙ୍ଗରେ ଥିବା ଜଗନ୍ନାଥ ଜେନା ଛଡାଇବାକୁ ଉଦ୍ୟମ କରି ଆହାତ ହୋଇଥିବା ଅଭିଯୋଗ ହୋଇଛି ।

ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିବାବେଳେ ଡ଼ାକ୍ତର ପ୍ରଶାନ୍ତକୁ ମୃତ ଘୋଷଣା କରିଛନ୍ତି। ଫଳରେ ଉତ୍ୟକ୍ତ ଲୋକେ ଆକ୍ରମଣକାରୀଙ୍କ ଘରେ ନିଆଁ ଲଗାଇଦେଇଥିବା ଦେଖିବାକୁ ମିଳିଛି। ଖବର ପାଇ ମୋହନା ପୋଲିସ୍ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ନିଆଁକୁ ଆୟତ କରିଛନ୍ତି । ସେପଟେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଏବଂ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ପରିସ୍ଥିତି ଉତେଜନା ପୂର୍ଣ୍ଣ ରହିଥିବାବେଳେ, ପୋଲିସ୍ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ମଙ୍ଗଳବାର ମଧ୍ୟ ରାତ୍ରରୁ ରାସ୍ତା ଅବରୋଧ ଜାରି ରହିଛି ଏବଂ ସ୍ଥାନୀୟ ଲୋକେ ନିଜ ଜିଦିରେ ଅଟଳ ରହିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ମୁଖ୍ୟମନ୍ତ୍ରୀ
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ