କ୍ରସର୍ ରେ କାମ କରୁଥିବା ବଳେ ଜଣେ ଶ୍ରମିକଙ୍କ ମୁତ୍ୟୁ
by Argus News
Sun, Mar 17 | 2:38 p.m.

ଯାଜପୁର: କ୍ରସରରେ କାମ କରୁଥିବାବେଳେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ରହାଡପୁର ନିକଟରେ ଏକ କ୍ରସର୍ ରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କ ମୁତ୍ୟୁ ଘଟିଛି । ରହାଡପୁରରେ ଥିବା ଶିବଶକ୍ତି ମେଗା କ୍ରସରରେ ଆଜି ସକାଳୁ ଶ୍ରମିକ କାମ କରୁଥିବା ବେଳେ ଅସାବଧାନତା ବସତଃ ବେଲ୍ଟରେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । 

ତେବେ ଏହି ଦୁର୍ଘଟଣାରେ ଆଉ ଜଣେ ଶ୍ରମିକର ମୃତ୍ୟୁ କୁହାଯାଉଥିବା ବେଳେ ତାହା ସ୍ପଷ୍ଟ ହୋଇ ପାରି ନାହିଁ । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ବାଡ ପକାଇ ମୃତ ଦେହକୁ ଅଟକ ରଖି ସମ୍ପାରୁ ନିକଟରେ ରାସ୍ତା ରୋକ କରିଥିବାବେଳେ ଘଟଣା ସ୍ଥଳରେ ବଡ଼ଚଣା, ଧର୍ମଶାଳା, ଜେନାପୁର ଥାନାର ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ସେପଟେ ଦୁର୍ଘଟଣା ପରେ ଚାପା ଉତ୍ତେଜନା ଲାଗି ରହିଛି । ମୃତକଙ୍କ ପରିବାରକୁ 50 ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରାଯାଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

ଟର୍ଣ୍ଣିଂ ପଏଣ୍ଟ
ଭୁବନେଶ୍ୱରରେ ରୋଡ ସୋ' ପରେ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ
ଅର୍ଗସ ବ୍ୟୁରୋ: ଓଡିଶାରେ ବଡ ଟର୍ଣ୍ଣିଂ ପଏଣ୍ଟ ଆସୁଛି । ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତ
ROAD SHOW
ମୋଦିଙ୍କ ରୋଡ ସୋ'ରେ ବିପୁଳ ସମର୍ଥନ
ଭୁବନେଶ୍ୱର: ସରିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ ସୋ । ହାତ ହଲାଇ ପଦ୍ମ ଫୁଲ ଦେଖାଇଲେ, ଲୋକଙ୍କ ଆଶୀର୍ବାଦ ମାଗିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇ
ଗୋଲାପି ଛବି
ବିକାଶର ଗୋଲାପି ଛବି ଦେଖାଇ ରାଜ୍ୟବାସୀଙ୍କୁ ଧୋକ୍କା
ଭୁବନେଶ୍ୱର: 2024 ଇସ୍ତାହାରରେ ପୁରୁଣା ପ୍ରତିଶ୍ରୁତି ଦୋହରାଇଲେ ନବୀନ । ବିକାଶର ଗୋଲାପି ଛବି ଦେଖାଇ ପୁଣି ରାଜ୍ୟବାସୀଙ୍କୁ ଧୋକା ଦେବାକୁ ପ୍ରୟାସ । କୁଆଡେ ଗଲା ବିଜେଡିର 2014 ଓ 2019