୨୪ ବର୍ଷ ସରକାରରେ ୪ଟା ଶୀତଳଭଣ୍ଡାର କରିଛି ବିଜେଡି ସରକାର !
by Argus News
Thu, Jul 25 | 9:17 p.m.

ଅର୍ଗସ ବ୍ୟୁରୋ : ରିପୋର୍ଟ ଦେଖିଲେ ହୋସ ଉଡିଯିବ । କାରଣ ପୂର୍ବ ସରକାର ଅର୍ଥାତ୍‌ ବିଜେଡି ୨୪ ବର୍ଷର ଶାସନ କାଳରେ ପୁରା ରାଜ୍ୟରେ କେବଳ ୪ଟି ଶୀତଳଭଣ୍ଡାର କରିବାରେ ସମର୍ଥ ହୋଇଛି । ପୂର୍ବ ସରକାରର ଏମିତି ଭୁଲ ପାଇଁ ଏବେ ହୁ ହୁ ହୋଇ ବଢିବାରେ ଲାଗିଛି ପରିବା ଦର । ଯାହା ସିଧାସଳଖ ଖାଉଟିଙ୍କ ଉପରେ ପ୍ରଭାବ ପକାଉଛି ।   

ସରକାରୀ ହିସାବରେ ରାଜ୍ୟରେ ବର୍ତ୍ତମାନ ସମବାୟ ସ୍ତରରେ ମାତ୍ର ୪ଟି ଶୀତଳଭଣ୍ଡାର ରହିଛି । ଏଗୁଡିକ ସର୍ବନିମ୍ନ ୨୫୦୦ ମେଟ୍ରିକ ଟନ୍‍ରୁ ସର୍ବାଧିକ ୫୦୦୦ ଟନ୍‍ ପର୍ଯ୍ୟନ୍ତ ରହିଛି । ପୁରୀ ଜିଲ୍ଲାର ନିମାପଡା ଠାରେ ଥିବା ବହୁମୁଖୀ ଶୀତଳଭଣ୍ଡାରର କ୍ଷମତା ୨୫୦୦ ଟନ୍‍ ହୋଇଥିବାବେଳେ କଟକ ଜିଲ୍ଲାର ଜଗତ୍‍ପୁର ଶୀତଳଭଣ୍ଡାରର କ୍ଷମତା ୪୦୦୦ମେଟ୍ରିକ ଟନ୍‍ ରହିଛି । ସେହିଭଳି ଖୋର୍ଦ୍ଧା ଭୁବନେଶ୍ୱର ଓ ରାୟଗଡା ଜିଲ୍ଲାରେ ଗୋଟିଏ କରି ଥିବା ଶୀତଳଭଣ୍ଡାରର କ୍ଷମତା

ରାଜ୍ୟରେ ପ୍ରତିବର୍ଷ ପରିବା ଦର ବେକାବୁ ହେବା ପରେ ଶୀତଳଭଣ୍ଡାରକୁ ନେଇ ଚର୍ଚ୍ଚା ବଢେ । କାରଣ ଯେଉଁ ମାତ୍ରାରେ ଶୀତଳଭଣ୍ଡାର ହେବା କଥା ସେହି ମାତ୍ରାରେ ହୋଇନି । ସେଇଥି ଲାଗି ତ ଏମିତି ଅବସ୍ଥା ହେଲାଣି ଯେ ଟମାଟୋ କିଲୋ ୧୦୦ ଛୁଇଁବ ଛୁଇଁବ ହେଉଛି । ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ନିୟନ୍ତ୍ରିତ ବଜାର କମିଟି ଜରିଆରେ ୪୧ଟି ଛୋଟ ଛୋଟ ଶୀତଳଭଣ୍ଡାର ନିର୍ମାଣ କରାଯାଇଛି । ଏଗୁଡିକର ମୋଟ୍‍ କ୍ଷମତା ୭୮୭ ଟନ୍‍ ହୋଇଥିବାବେଳେ ଏଥିରେ ସାଧାରଣତଃ ପନି ପରିବା ହିଁ ରହିପାରିବ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟି ଅଧିନରେ ୫ଟି, ହିଞ୍ଜୁଳିକାଟୁ ଆରଏମ୍‍ସି ଅଧିନରେ ୮ଟି ବୌଦ୍ଧ ଆରଏମ୍‍ସି ଅଧିନରେ ୩ଟି, ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ଆରଏମ୍‍ସି ଅଧିନରେ ୧୦ଟି, ବରଗଡ ଆରଏମସି ଅଧିନରେ ଦୁଇଟି, ସମ୍ବଲପୁର ଆରଏମ୍‍ସି ଅଧିନରେ ୭ଟି ଓ ସେହି ଜିଲ୍ଲାର କୁଚିଣ୍ଡା ଆରଏମ୍‍ସି ଅଧିନରେ ୮ଟି ଶୀତଳଭଣ୍ଡାର ନିର୍ମାଣ କରାଯାଇଛି ।

ଭୋଟ୍‌ ଆସିଲେ ବିଜେଡି ଅନେକ ଯୋଜନା କରୁଥିବାର ନଜର ଆସେ । ହେଲେ ଭୋଟ୍‌ ଯିବା ପରେ ସେ ସବୁ ଯୋଜନାରେ କେମିତି ପୂର୍ଣ୍ଣଚ୍ଛେଦ ପଡେ ତାହା ଏହି ଶୀତଳଭଣ୍ଡାର ଘଟଣାରୁ ହିଁ ସ୍ପଷ୍ଟ ହୋଇଛି । କାରଣ ପ୍ରତି ବ୍ଲକ୍‌ରେ ଶୀତଳଭଣ୍ଡାର ନିର୍ମାଣ ହେବା ନେଇ ପୂର୍ବ ସରକାର ପ୍ରତିଶ୍ରୁତି ଦେଇଥିଲେ । ହେଲେ ସେ ପ୍ରତିଶ୍ରୁତି କେମିତି ପାଣିର ଗାର ହେଲା ତାହା ଏବେ ଜଳଜଳ ହୋଇ ଦିଶୁଛି । 

କଥା ହେଲା, ରାଜ୍ୟରେ ପନିପରିବା ଦାମ୍‍ ଆକାଶଛୁଆଁ ହେବାପରେ ଚାଷୀଙ୍କ ଠାରୁ ଆରମ୍ଭ କରି ଗ୍ରାହକଙ୍କ ପର୍ଯ୍ୟନ୍ତ ସମସ୍ତେ ଶୀତଳଭଣ୍ଡାରର ଅଭାବ ଅନୁଭବ କରୁଛନ୍ତି । ଶୀତଳଭଣ୍ଡାର ନଥିବାରୁ ଉତ୍ପାଦିତ ପନିପରିବାକୁ ଚାଷୀମାନେ ସାଇତି ରଖିପାରୁ ନାହାନ୍ତି । ତେଣୁ ପୂର୍ବ ସରକାରର ପାପ ଧୋଇବାକୁ ନୂଆ ସରକାର ମାଷ୍ଟର ପ୍ଲାନ କରୁଥିବା ଜଣାପଡିଛି ।
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା