କୁଚିଣ୍ଡା ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆଙ୍କୁ ବିରୋଧ
by Argus News
Sun, Apr 21 | 3:47 p.m.

ସମ୍ବଲପୁର:  କୁଚିଣ୍ଡା ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆଙ୍କୁ ବିରୋଧ । ବିରୋଧ କରିଛନ୍ତି ଖୋଦ୍ କୁଚିଣ୍ଡା ବିଜେଡି କର୍ମୀ । ଦଳ ଭିତରେ ଚାଲିଛି ଗୋଷ୍ଠୀ କନ୍ଦଳ । ଆମଦାନୀ ନେତାଙ୍କୁ ଭରସା କରୁଛି ବିଜୁ ଜନତା ଦଳ । ବିଜେଡ଼ି କର୍ମୀ ହେଉଛନ୍ତି ନିରାଶ । ଟିକେଟ ବଣ୍ଟନକୁ ନେଇ ଦେଖିବାକୁ ମିଳିଛି କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ଏଭଳି ବିରୋଧ । ରାଜେନ୍ଦ୍ର ଛତ୍ରିଆ ଗୋ ବ୍ୟାକ ନାରା ଦେଇ ବିରୋଧ କରିଥିଲେ କର୍ମୀ ।

ଗତକାଲି ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ କୁଚିଣ୍ଡାର ବିଜେଡି କର୍ମୀ ବିରୋଧ କରିଥିବା ବେଳେ ବିଧାୟକ କିଶୋର ନାୟକଙ୍କ ବଦଳରେ କଂଗ୍ରେସ ଛାଡ଼ି କିଛିଦିନ ତଳେ ଦଳରେ ସାମିଲ ହୋଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆଙ୍କୁ ବିଜେଡି ପ୍ରାର୍ଥୀ ଦେଇଥିଲା । ଯାହାକୁ ତୀବ୍ର ବିରୋଧ କରିଛନ୍ତି କୁଚିଣ୍ଡା ବିଜେଡି କର୍ମୀ । ଟିକେଟ ପରିବର୍ତ୍ତନ କରାଯାଉ ନଚେତ୍ କୁଚିଣ୍ଡାର ସମସ୍ତ ବିଜେଡ଼ି କର୍ମୀ ଇସ୍ତଫା ହେଉଛନ୍ତି ବୋଲି କହିଛନ୍ତି ବିଜେଡ଼ି କର୍ମୀ । 

ଆହୁରି ପଢନ୍ତୁ ଓଡିଶା ଖବର...
 

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021