ସ୍ବାମୀ ଲକ୍ଷ୍ଣଣାନନ୍ଦଙ୍କ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ
by Argus News
Tue, Jan 02 | 7:58 p.m.

ଅର୍ଗସ ବ୍ୟୁରୋ : ୨୦୦୮ ରୁ ୨୦୨୩ । ୧୫ ବର୍ଷ ବିତିଲାଣି । କନ୍ଧମାଳରେ ବହୁଚର୍ଚ୍ଚିତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାର ତଦନ୍ତ ନେଇ ଚୁପ୍ ବସିଛନ୍ତି ରାଜ୍ୟ ସରକାର । ନା ତଦନ୍ତ ନେଇ ମୁହଁ ଖୋଲିଲା ପୋଲିସ । ନା ତଦନ୍ତ ରିପୋର୍ଟ ସାର୍ବଜନୀନ କଲେ ରାଜ୍ୟ ସରକାର । ବର୍ଷ ବର୍ଷ ଧରି ସିବିଆଇ ତଦନ୍ତ ନେଇ ଉଠୁଥିବା ଦାବିକୁ ସରକାର ଏଡ଼ାଇ ଚାଲିଲେ । ଶେଷରେ ଏ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ଲକ୍ଷ୍ଣଣାନନ୍ଦଙ୍କ ହତ୍ୟା ମାମଲାର କାହିଁକି ହେବ ନାହିଁ ସିବିଆଇ ତଦନ୍ତ ସେ ନେଇ ଜବାବ ରଖିବାକୁ ଦେଇଛନ୍ତି ନିର୍ଦ୍ଦେଶ । 

ସ୍ବାମୀଜୀଙ୍କ ହତ୍ୟାକାରୀ କିଏ ଏବେ ବି ରହସ୍ୟ ଘେରରେ । କନ୍ଧମାଳରେ ରହି ଆଦିବାସୀଙ୍କ କଲ୍ୟାଣ ପାଇଁ କାମ କରୁଥିଲେ ସ୍ବାମୀ ଲକ୍ଷ୍ଣଣାନନ୍ଦ ସରସ୍ବତୀ । ତେବେ କାହିଁକି ତାଙ୍କୁ କରାଗଲା ଟାର୍ଗେଟ୍ । ଅଭିଯୋଗ ହୋଇଥିଲା ଚର୍ଚ୍ଚର ଭଡ଼ାଟିଆ ଗୁଣ୍ଡା ଭାବେ ମାଓବାଦୀ ସ୍ବାମୀଜୀଙ୍କୁ ହତ୍ୟା କରିଥିଲେ । କଥା ହେଲା ସ୍ଥାନୀୟ ଚର୍ଚ୍ଚ ପାଇଁ ବଡ଼ ଶତ୍ରୁ ଥିଲେ ଲକ୍ଷ୍ଣଣାନନ୍ଦ । ଜଳ ହଡ଼ପ, ଜମି ହଡ଼ପ, ଧର୍ମାନ୍ତରୀକରଣ ବିରୋଧରେ ଥିଲା ସ୍ବାମୀଜୀଙ୍କ ସଂଗ୍ରାମ । ତେଣୁ ସ୍ବାମୀଜୀଙ୍କୁ ରାସ୍ତାରୁ ସଫା କରିବାକୁ ମାଓବାଦୀଙ୍କୁ ବ୍ୟବହାର କରାଗଲା କି ? ୨୦୦୯ ଜାନୁଆରୀ ମାସରେ ମାମଲାରେ ମୋଟ ୭ ଜଣଙ୍କୁ ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ଗଣମାଧ୍ୟମରେ ହତ୍ୟା ଷଡ଼ଯନ୍ତ୍ର ବାବଦରେ କହିଥିଲେ ଅନ୍ୟତମ ଅଭିଯୁକ୍ତ ମାଓନେତା ସବ୍ୟସାଚୀ ଓ ଆଜାଦ । ତଥାପି କାହିଁକି ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ହେଲାନାହିଁ ଆକ୍ସନ୍ ତାହା ସବୁଠାରୁ ବଡ଼ ପ୍ରଶ୍ନ ? ହାଇକୋର୍ଟଙ୍କ ନୋଟିସ୍ ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଧର୍ମ ଏବଂ ଜନଜାତିଙ୍କ ସୁରକ୍ଷା ପାଇଁ କାମ କରୁଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଯୋଜନାବଦ୍ଧ ହତ୍ୟା କରାଗଲା । ଯଦି ସତ୍‌ ସାହସ ଅଛି, ତେବେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଯଥାର୍ଥ କହିଛନ୍ତି ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ । କହିଛନ୍ତି କୋର୍ଟ ନିରପେକ୍ଷ ଭାବେ ଠିକ୍ କଥା କହୁଛନ୍ତି, ତାକୁ ପାଳନ କରିବା ସମସ୍ତଙ୍କ ଧର୍ମ । ୨୦୦୮ ଅଗଷ୍ଟ ୨୩ ତାରିଖରେ କନ୍ଧମାଳ ଚକାପାଦରେ ଥିବା ଜଲେଶପଟ୍ଟା ଆଶ୍ରମରେ ସ୍ବାମୀ ଲକ୍ଷ୍ଣଣାନନ୍ଦ ସରସ୍ବତୀ ଓ ତାଙ୍କ ଚାରି ଜଣ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହାକୁ ନେଇ ଅଶାନ୍ତ ହୋଇଉଠିଥିଲା ସାରା ଓଡ଼ିଶା । ଶାନ୍ତିପ୍ରିୟ ଓଡ଼ିଶା ଦେହରେ ଲାଗିଥିଲା ସାମ୍ପ୍ରଦାୟିକ ଦଙ୍ଗାର କଳଙ୍କ । ପ୍ରାୟ ମାସେ ଧରି ଦଙ୍ଗାର ନିଆଁରେ ଛଟପଟ ହୋଇଥିଲା କନ୍ଧମାଳ । ତଦନ୍ତ ପାଇଁ ଦୁଇ ଦୁଇଟି କମିସନ ବସିଲା, ଶହ ଶହ ସତ୍ୟପାଠ ଓ ସାକ୍ଷ୍ୟ ସଂଗ୍ରହ କରାଗଲା । ସ୍ଥିତି ଅଣାୟତ୍ତ ହେବାରୁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ବି ଦିଆଯାଇଥିଲା । ତଦନ୍ତ ପାଇଁ ଜଷ୍ଟିସ୍ SC ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଶନ ବସିଥିଲା । କିନ୍ତୁ ଜଷ୍ଟିସ ମହାପାତ୍ରଙ୍କ ବିୟୋଗ ପରେ ଜଷ୍ଟିସ୍ ଏ ଏସ୍ ନାଇଡୁଙ୍କୁ ନିଯୁକ୍ତି ଦିଆଗଲା । ୨୦୧୫ରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ କମିଶନ । ୟା ଭିତରେ ୮ ବର୍ଷ ବିତିଲାଣି । କମିଶନଙ୍କ ରିପୋର୍ଟରେ କଣ ଅଛି ତାହା କେହି ଜାଣିନାହାନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଭୂମିକା ଓ ଉଦ୍ଦେଶ୍ୟ ନେଇ ଉଠିଛି ବଡ଼ ପ୍ରଶ୍ନ । 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ