କ୍ୟାପିଟାଲ ହସ୍ପିଟାଲ ବାହାରେ ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତିବାଦ
by Argus News
Sat, Apr 13 | 5:36 p.m.

ଅର୍ଗସ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲ ବାହାରେ ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତିବାଦ। ଦରମା ନମିଳିବାରୁ ଧାରଣାରେ ବସିଛନ୍ତି ହାଉସକିପିଂ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ। ଶୁକ୍ରବାର ଠାରୁ ମେଡ଼ିକାଲ ସଫେଇ କାମ ବନ୍ଦ ରଖିଛନ୍ତି ସଫେଇ କର୍ମଚାରୀ। ଆଉଟସୋର୍ସିଂ ସଂସ୍ଥା ଦରମା ଦେବାକୁ ବିଳମ୍ବ କରୁଥିବାରୁ ଧାରଣାରେ ବସିଛନ୍ତି ହାଉସକିପିଂ ଓ ସିକ୍ୟୁରିଟି ଗାର୍ଡ । 

ମେଡିକାଲରେ କାର୍ଯ୍ୟରତ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାନେ ଅନେକ ସମୟରେ ଆକ୍ରମଣ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଠିକା ସଂସ୍ଥା ନୁହେଁ ସିଧାସଳଖ ମେଡିକାଲ କତୃପକ୍ଷ ସଫେଇ କର୍ମଚାରୀଙ୍କ ଦାୟିତ୍ଵ ଗ୍ରହଣ କରନ୍ତୁ ଏବଂ ସିକ୍ୟୁରିଟି ଗାର୍ଡଙ୍କ ଉପରେ ଆକ୍ରମଣ ଘଟଣାର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି । ଉଭୟ ସଫେଇ କର୍ମଚାରୀ ଏବଂ ସିକ୍ୟୁରିଟି ଗାର୍ଡ ମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲର ସ୍ଵାସ୍ଥ୍ୟ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେପଟେ ଦରମା ପ୍ରଦାନ ସମସ୍ୟା ପ୍ରସଙ୍ଗରେ ଉଭୟ ମେଡିକାଲ କତୃପକ୍ଷ ଏବଂ ଠିକା ସଂସ୍ଥା ମଧ୍ୟରେ ଦୋଷ ଲଦାଲଦି ଆରମ୍ଭ ହୋଇଛି । ଠିକା ସଂସ୍ଥାର ଅବହେଳାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କ୍ୟାପିଟାଲ ହସ୍ପିଟାଲର ସୁପରିଟେଣ୍ଡେଟ୍ କହିଥିବା ବେଳେ ଓଲଟା କଥା କହିଛନ୍ତି ଠିକା ସଂସ୍ଥା କର୍ତୃପକ୍ଷ । ସଫେଇ ଓ ସିକ୍ୟୁରିଟି ଗାର୍ଡଙ୍କ ଆନ୍ଦୋଳନ ଜାରି ରହିଲେ କ୍ୟାପିଟାଲ ହସ୍ପିଟାଲରେ ସ୍ଵାସ୍ଥ୍ୟସେବାର ସ୍ଥିତି ବିଗିଡିବାର ଆଶଙ୍କା ରହିଛି। ଏନେଇ ଆଗକୁ ମେଡିକାଲ କତୃପକ୍ଷ କ'ଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ