ଭୈରବ କାର୍ତ୍ତିକେୟନଙ୍କ ଯୋଗୁଁ ଓଡ଼ିଶାରେ ଭୁଷୁଡ଼ିବ ବିଜେଡି ଦୁର୍ଗ !
by Argus News
Sat, Apr 20 | 7:14 p.m.

ଅର୍ଗସ ବ୍ୟୁରୋ : ଜାତୀୟ ଗଣମାଧ୍ୟମ ସଂସ୍ଥା ଲୋକ ପୋଲ ପକ୍ଷରୁ କରାଯାଇଥିବା ଜନମତ ସର୍ଭେରେ ଓଡ଼ିଶା ନେଇ ସାଂଘାତିକ ଖୁଲାସା । ସର୍ଭେ ରିପୋର୍ଟ କହୁଛି ୨୦୨୪ ନିର୍ବାଚନରେ ପାଣ୍ଡିଆନଙ୍କ ପାଇଁ ବୁଡ଼ିବ ବିଜେଡି ଡଙ୍ଗା । ଭୈରବ କାର୍ତ୍ତିକେୟନଙ୍କ ରାଜନୈତିକ ଏକଛତ୍ରବାଦ ଯୋଗୁଁ ବିଜେଡି ନେତାଙ୍କ ମଧ୍ୟରେ ତୀବ୍ର ହେଉଛି ଅସନ୍ତୋଷ । ଯାହାକି ଦଳର ଭୋଟକୁ କରିବ ପ୍ରଭାବିତ । ଖାଲିସେତିକି ନୁହେଁ ଦୁର୍ବଳ ପ୍ରାର୍ଥୀ ଚୟନ ବିଜେଡିକୁ ପଡ଼ିବ ମହଙ୍ଗା । ଏହାର ସିଧା ଫାଇଦା ମିଳିବ ବିଜେପିକୁ । ଏହାଛଡ଼ା ଓଡ଼ିଶାରେ ବଢୁଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ବିଜେପିକୁ ୨୦୧୯ ନିର୍ବାଚନ ତୁଳନାରେ ବଡ଼ ସଳଫତା ଆଣିଦେବ ବୋଲି ଲୋକ ପୋଲର ଜନମତ ସର୍ଭେରେ କୁହାଯାଇଛି । 

ସର୍ଭେ ରିପୋର୍ଟ ଅନୁଯାୟୀ ୨୦୨୪ରେ ଓଡ଼ିଶାରେ ବିଜେପି ସପକ୍ଷରେ ଯାଇପାରେ ୧୧ରୁ ୧୩ଟି ଆସନ । ସେହିପରି ୭ରୁ ୯ଟି ଆସନ ମଧ୍ୟରେ ସୀମିତ ରହିପାରେ ଶାସକ ଦଳର ଲୋକସଭା ଆସନ ସଂଖ୍ୟା । ଆଉ କଂଗ୍ରେସକୁ ଓଡ଼ିଶାରେ ଗୋଟିଏରୁ ଦୁଇଟି ଆସନ ମିଳିପାରେ ବୋଲି କହିଛି ଲୋକ ପୋଲ ସର୍ଭେ । କେବଳ ଲୋକ ପୋଲ ନୁହେଁ ଓଡ଼ିଶାକୁ ନେଇ ପୂର୍ବରୁ ଆସିଥିବା ସବୁ ଜନମତ ସର୍ଭେରେ ରାଜ୍ୟରେ ମୋଦି ଲହର ଜୋରଦାର ଥିବା ନେଇ ଆସିଛି ରିପୋର୍ଟ  । ଏବିପି ସି ଭୋଟର ସର୍ଭେରେ ବି ଓଡ଼ିଶାରେ ବିଜେପିର ବଡ଼ ବିଜୟ ନେଇ କରାଯାଇଛି ଆକଳନ। । 

ସର୍ଭେ ରିପୋର୍ଟ କହୁଛି ଓଡ଼ିଶାରେ ବିଜେପିକୁ ମିଳିପାରେ ୧୩ ଲୋକସଭା ଆସନ । ମାତ୍ର ୭ଟିରେ ସୀମିତ ରହିବ ବିଜେଡି, କଂଗ୍ରେସ ହାତକୁ ଯାଇପାରେ ଗୋଟିଏ ସିଟ୍ । ସେହିପରି ଟିଭି-୯ ଭାରତବର୍ଷ ଓପିନିଅନ୍ ପୋଲ୍ ବି କରିଛି ପୂର୍ବାନୁମାନ ଓଡ଼ିଶାରେ ବିଜେପି ହେବ ନମ୍ବର ୱାନ୍ । TV-9 ସର୍ଭେ ରିପୋର୍ଟ ଅନୁସାରେ ଓଡ଼ିଶାରେ ବିଜେପି ଜିତିବ ୧୪ଟି ଲୋକସଭା ସିଟ୍ ଓ ବିଜେଡି ଖାତାକୁ ଯିବ ମାତ୍ର ୬ଟି ଆସନ । ଗୋଟିଏରେ ବିଜୟୀ ହୋଇପାରେ କଂଗ୍ରେସ । ନ୍ୟୁଜ୍ ଏକ୍ସର ଓପିନିୟନ୍ ପୋଲରେ ବି ବିଜେପି ୧୪ଟି ଓ ବିଜେଡି ୭ଟି ଆସନରେ ଜିତିବା ନେଇ କରାଯାଇଛି ପୂର୍ବାନୁମାନ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସପ୍ତାହକ ତଳେ ବିଶିଷ୍ଟ ରାଜନୈତିକ ରଣନିତିକାର ପ୍ରଶାନ୍ତ କିଶୋର କହିଥିଲେ, ଓଡିଶାରେ ବିଜେପି ହେବ ନମ୍ବର ୧ ଦଳ । ପୂର୍ବରୁ ୧ କୋଟିରୁ ଅଧିକ ସବସ୍କ୍ରାଇବର ଥିବା ତାମିଲ ଚ୍ୟାନଲ ପୁଥିୟାଥାଲାଇମୁରାଇ-ଦି ଫେଡେରାଲ୍ କରିଥିବା ସର୍ଭେରେ ବିଜେପିକୁ ୫୪.୯୦ ପ୍ରତିଶତ ଭୋଟ ମିଳିପାରେ ବୋଲି ଆକଳନ କରାଯାଇଥିବା ବେଳେ ବିଜେଡିର ଭୋଟ ହାର ୧୯.୩୫ ଖସିଆସିପାରେ ବୋଲି ଆକଳନ କରାଥିଲା । ଓପିନିୟନ ପୋଲ ଅନୁସାରେ ବିଜେପିକୁ ୨୦ ଓ ବିଜେଡିକୁ ମିଳିପାରେ ଗୋଟିଏ ଆସନ ମିଳିବ ବୋଲି ଆକଳନ କରାଯାଇଥିଲା । ଏ ତମାମ ସର୍ଭେ ରିପୋର୍ଟକୁ ଦେଖିଲେ କୁହାଯାଇପାରେ ଏଥର ଓଡ଼ିଶାରୁ ବିଜେଡିକୁ ଧୋଇ ଦେବ ମୋଦି ସୁନାମି ?

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ