୧୮ କୋଟି ପାଇଁ ଯୋଗ୍ୟ ନୁହଁନ୍ତି ପାଣ୍ଡ୍ୟା,ଏମିତି କାହିଁକି କହିଲେ ପୂର୍ବତନ କ୍ରିକେଟର..
by Argus News
Fri, Oct 04 | 8:14 p.m.

ଅର୍ଗସ ବ୍ୟୁରୋ: କ୍ରିକେଟର ଗୁଡ୍ ବଏ ପ୍ରେମରେ କିନ୍ତୁ ବ୍ୟାଡ୍ ବଏ। ପୁଣି ଚର୍ଚ୍ଚାରେ ଟିମ୍ ଇଣ୍ତିଆର ଷ୍ଟାର ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ତ୍ୟା। କେତେବେଳେ କ୍ରିକେଟକୁ ନେଇ ତ ଆଉ କେତେବେଳେ ନିଜର ବ୍ୟକ୍ତିଗତ ଲାଇଫ୍ ଲାଇନକୁ ନେଇ ବେଶ ଚର୍ଚ୍ଚାରେଥାନ୍ତି ହାର୍ଦ୍ଦିକ। ଏଥର କିନ୍ତୁ ହାର୍ଦ୍ଦିକଙ୍କୁକାଉଣ୍ଟର କରିଛନ୍ତି ଜଣେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଟମ୍ ମୁଡିଙ୍କ ଚକିତ କଳାଭଳି ବୟାନ । ସେ କହିଛନ୍ତି ଆପଣମାନଙ୍କୁ କଣ ଲାଗୁଛି ପାଣ୍ଡ୍ୟାଙ୍କୁ କଣ ୧୮ କୋଟି ମିଳିବା ଉଚିତ୍ କି ,ସେ ଅନେକ ସମୟରେ ଗୁରୁତର ଆହତ ସମସ୍ୟା ଦେଇ ଗତି କରୁଛନ୍ତି,ଏତେ କୋଟି ଟଙ୍କା ଖର୍ଚ୍ଚ କଲେ ଜଣେ ଭଲ ମ୍ୟାଚ୍ ବିଜେତା ଖେଳାଳି କିଣାଯାଇପାରିବ। ୧୮କୋଟି ଟଙ୍କାରେ ଦୁଇ ଖେଳାଳି,୧୪ କୋଟି ଟଙ୍କାରେ ମଧ୍ୟ ଦୁଇ ଖେଳାଳି କିଣାଯାଇ ପାରିବ,ମୋତେ ଲାଗୁଛି ବୁମରା ଏବଂ ସୂର୍ଯ୍ୟ କୁମାରଙ୍କୁ ମଧ୍ୟ ୧୮ କୋଟି ଲେଖାଏଁ ଦିଆଯିବା ଉଚିତ୍ ।

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୪ ଠିକ୍ ପୂର୍ବରୁ ରୋହିତ ଶର୍ମାକୁ ଅଧିନାୟକ ପଦରୁ ହଟାଯାଇ ତାଙ୍କ ସ୍ଥାନରେ ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ତ୍ୟାଙ୍କୁ ଅଧିନାୟକ ଦାୟିତ୍ହ ଦିଆଯାଇଥିଲା,ଫଳରେ ଆଇପିଏଲରେ ଅନେକ ବିବାଦ ମଧ୍ୟ ଦେଖାଦେଇଥିଲା ପାଣ୍ତ୍ୟାଙ୍କୁ ନେଇ,ସେ ମଧ୍ୟ ନିରାଶଜନକ ପ୍ରଦର୍ଶନ କରିଥିଲେ ଏଥିସହ  ଆଇପିଏଲରେ ମୁମ୍ବାଇ ମଧ୍ୟ ଛାପଛାଡିପାରିନଥିଲା,ହାର୍ଦ୍ଦିକ ପାଣ୍ତ୍ୟା ଆଇପିଏଲରେ ୧୩୭ ମ୍ୟାଚ ଖେଳି ୨୫୨୫ ରନ୍ କରିଛନ୍ତି। ଏଥିରେ ୧୦ଟି ଅର୍ଦ୍ଦଶତକ ସାମିଲ୍ ହେବା ସହ ୬୪ ୱିକେଟ୍ ମଧ୍ୟ ରହିଛି । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଟମ୍ ମୁଡିଙ୍କ ଏ ବୟାନ ଅନେକ କ୍ରିକେଟର ନାପସନ୍ଦ କରିଛନ୍ତି । ଏଥର ଆଇପିଏଲରେ କେମିତି ପାଣ୍ତ୍ୟା ପ୍ରଦର୍ଶନ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି

ଯୁବକ ଗିରଫ
14m ago
ଯୁବତୀଙ୍କ ଫୋଟୋ ଭାଇରାଲ୍ କରିବା ପଡିଲା ମହଙ୍ଗା, ଯୁବକ ଗିରଫ
ବଲାଙ୍ଗୀର: ଜଣେ ଯୁବତୀଙ୍କ ଫଟୋକୁ ଫେକ୍ ଫେସବୁକ ଆକାଉଣ୍ଟରେ ଭାଇରାଲ୍ କରିବା ପଡିଛି ମହଙ୍ଗା । ଭାଇରାଲ କରିଥିବା ଯୁବକ ଶମ୍ଭୁ ପ୍ରଧାନକୁ ପୁଲିସ ଗିରଫ କରିଛି । ଏଭଳି ଘଟଣ
CRIME BRANCH
27m ago
ଫୁଲବାଣୀ ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ଅର୍ଗସ ବ୍ୟୁରୋ: ଫୁଲବାଣୀ ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା। ହତ୍ୟା ଅଭିଯୋଗର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍
FIRE CRACKER
59m ago
କଟକରେ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, ଆଡଭୋକେଟ କମିଟିର ପ୍ରସ୍ତାବ
ଅର୍ଗସ ବ୍ୟୁରୋ: କଟକରେ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା। କେବଳ ପରିବେଶ ଅନୁକୂଳ ବାଣ ବ୍ୟବହାର ପାଇଁ ଆଡଭୋକେଟ କମିଟିର ପ୍ରସ୍ତାବ। ରାବଣ ପୋଡ଼ି ପାଇଁ ବାଲିଯାତ୍ର