ଅନ୍ୟ ରାଜ୍ୟରେ କମ୍, ଓଡ଼ିଶାରେ କାହିଁକି ଅଧିକ ଆଳୁ ଦର ?
by Argus News
Mon, Apr 15 | 7:18 p.m.

ଅର୍ଗସ ବ୍ୟୁରୋ: ରାଜ୍ୟରେ ନିୟନ୍ତ୍ରଣ ବାହାରେ ଆଳୁ ଦର । ଗତ ସପ୍ତାହକ ଭିତରେ ଆଳୁ କିଲୋ ପିଛା ପ୍ରାୟ ୧୦ଟଙ୍କା ବଢ଼ିଲାଣି । ଏବେ ଆଳୁ ଅମଳ ସମୟ । ଏଭଳି ସମୟରେ ଅହେତୁକ ଦରବୃଦ୍ଧି ଅସ୍ବାଭାବିକ । ଦିଲ୍ଲୀ ଓ ସୁରଟ ଭଳି ବଡ଼ ବଡ଼ ସହରରେ ବି ଆଳୁ କେଜି ପିଛା ସର୍ବାଧିକ 25 ଟଙ୍କା ହିଁ ରହିଛି । ଏପଟେ ଆମ ରାଜ୍ୟରେ ରୋଷେଇ ଘରର ଏହି ମୁଖ୍ୟ ପରିବା କେଜି ଦର ଏବେ 30 ଟଙ୍କା ଡେଇଁଲାଣି। ଯାହା ଖାଉଟିଙ୍କୁ ଖୁବ୍ ବାଧୁଛି । 

ରାଜ୍ୟରେ ହେଉଥିବା ଆଳୁ ଉତ୍ପାଦନ ଆବଶ୍ୟକତା ତୁଳନାରେ ସମୁଦ୍ରକୁ ଶଙ୍ଖେ। ଏଣୁ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରୁ ଆମଦାନୀ ଆଳୁ ହିଁ ମେଣ୍ଟାଏ ଆମ ଓଡ଼ିଶାର ଚାହିଦା । କୋରାପୁଟ ଜିଲ୍ଲାର ପଟାଙ୍ଗି ଓ ନନ୍ଦପୁରରେ ହୁଏ ଆଳୁ ଉତ୍ପାଦନ। କିନ୍ତୁ ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ସଂରକ୍ଷିତ କରିପାରନ୍ତି ନାହିଁ। ଅମଳ ଋତୁରେ ଖୁବ୍ କମ୍ ଦରରେ ବିକ୍ରି କରନ୍ତି । ଆଉ ପରେ ରାଜ୍ୟର ଖାଉଟିଙ୍କ ଉପରେ ପଡ଼େ ମହଙ୍ଗା ମାଡ଼ । ଗୋଟିଏ ପଟେ ଉତ୍ପାଦନ ବୃଦ୍ଧି ଓ ସଂରକ୍ଷଣ ପାଇଁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି, ଅନ୍ୟପଟେ ରାଜ୍ୟରେ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବଜାର । ଅଭିଯୋଗ ହେଉଛି ଆଳୁ ଦର ବୃଦ୍ଧି ପଛରେ ରହିଛି ବିଧିବଦ୍ଧ ଷଡ଼ଯନ୍ତ୍ର। ନିର୍ବାଚନୀ ଚାନ୍ଦା ଆଦାୟ ପାଇଁ ସପ୍ଲାଏ ଚେନକୁ ଫାଇଦା ଦେବାକୁ ଖାଉଟିଙ୍କ ଉପରେ ଲଦାଯାଉଛି ବୋଝ।

ଆଳୁ ଉତ୍ପାଦନ ବୃଦ୍ଧି କରି ଆତ୍ମନିର୍ଭର ହେବାକୁ ରାଜ୍ୟ ସରାକର ଆରମ୍ଭ କରିଥିଲେ ଆଳୁ ମିଶନ। ପୁଣି ସଂରକ୍ଷଣ ପାଇଁ ସବୁ ବ୍ଲକରେ ଶୀତଳ ଭଣ୍ଡାର କରିବେ ବୋଲି କହିଥିଲେ ସରକାର। ଅନ୍ୟପଟେ ବିଧାନସଭାରେ କୃଷିମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ଥିବା 133 ଶୀତଳ ଭଣ୍ଡାରରୁ 97ଟି ଅଚଳ। ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି। କହିଛନ୍ତି ରାଜ୍ୟ ସରକାରଙ୍କ ଅପାରଗତା ଓ ବିଫଳତାରୁ ହିଁ ରାଜ୍ୟବାସୀଙ୍କ ଉପରେ ପଡୁଛି ମହଙ୍ଗା ମାଡ଼। କୁଆଡ଼େ ଗଲା ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ଆଳୁ ମିଶନ ? ପ୍ରତି ବ୍ଲକରେ ଶୀତଳ ଭଣ୍ଡାର କରିବାକୁ ହୋଇଥିବା ଘୋଷଣା କେତେଦୂର ପୂରଣ କରିଛନ୍ତି ସରକାର । ଅଦା ଓ ରସୁଣ ପରେ ଆଳୁ ଦରରେ ବି ଅହେତୁକ ଦରବୃଦ୍ଧି ଖାଉଟିଙ୍କ ଉପରେ ବୋଝ ଭଳି । କିନ୍ତୁ ଜାଣିଶୁଣି ଲୋକଙ୍କୁ ଖର୍ଚ୍ଚାନ୍ତ କରାଉଛନ୍ତି ସରକାର।

ଆହୁରି ପଢନ୍ତୁ ଓଡିଶା ଖବର...

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ