ଡାକ୍ତରଖାନାରେ ଅଜବ ଚିତ୍ର , ରୋଗୀଙ୍କ ସଂପର୍କୀୟ ସାଜି ଗାଡି ଚୋରି କରିନେଲେ
by Argus News
Tue, Dec 05 | 4:49 p.m.

ମୟୂରଭଞ୍ଜ:  ଡାକ୍ତରଖାନାରେ ଅଜବ ଚିତ୍ର । ରୋଗୀଙ୍କ ସଂପର୍କୀୟ ସାଜିବାର ଅଭିନୟ କଲେ । ପରିବାର ସଦସ୍ୟଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କଲେ । ଶେଷରେ ରୋଗୀଙ୍କ ସଂପର୍କୀୟଙ୍କ ଗାଡି ଚୋରି କରି ନେଇଗଲେ । ଏଭଳି ଘଟଣା ଘଟିଛି ଉଦଳା ଡାକ୍ତରଖାନାରେ । ଆଉ ପୁରା ଚୋରି ଘଟଣାର ଲାଇଭ ଭିଜୁଆଲ କଏଦ ହୋଇଛି ସିସିଟିଭିରେ । ସ୍କୁଟି ଚୋରି ହୋଇଥିବା ଜାଣିବା ପରେ ଜ୍ୟୋସ୍ନା ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଗତକାଲି ଅପରାହ୍ନରେ ଜ୍ୟୋସ୍ନା ନାୟକଙ୍କ ସଂପର୍କୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହି ସମୟରେ ସ୍ଥାନୀୟ ଅଞ୍ଚଳର ମହିଳା ଜ୍ୟୋସ୍ନା ନାୟକ ନିଜ ସଂପର୍କୀୟଙ୍କ ନିକଟକୁ ନିଜ ସ୍କୁଟିରେ ଯାଇଥିଲେ । ଡାକ୍ତରଖାନାରେ ନିଜ ସ୍କୁଟି ରଖି ସେ ରୋଗୀଙ୍କ ନିକଟକୁ ଯାଇଥିଲେ । ଜଣେ ଅଜଣା ବ୍ୟକ୍ତି ହଠାତ୍ ଆସି ରୋଗୀ ଆସିଥିବା ୧୦୮ ଆମ୍ବୁଲାନ୍ସରୁ ବାଲଟି ଆଣି ଜ୍ୟୋସ୍ନାଙ୍କ ସଂପର୍କୀୟଙ୍କୁ ଦେଇଥିଲେ । 

ଏହା ପରେ ମାତ୍ର ୧୫ ମିନିଟ୍ ଭିତରେ ଉକ୍ତ ଯୁବକ ଜଣକ ସ୍ପଷ୍ଟ ଦିବାଲୋକରେ ଜ୍ୟୋସ୍ନାଙ୍କ ସ୍କୁଟିକୁ ଡାକ୍ତରଖାନା ପରିସରରୁ ଲୁଟି ନେଇ ଚାଲିଯାଇଥିଲେ । ପରେ ସ୍କୁଟି ଚୋରି ହୋଇଥିବା ଜାଣିବା ପରେ ଏ ନେଇ ଜ୍ୟୋସ୍ନା ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ହେଲେ ଏହି ଲୁଟ୍ ଆଉ ଲୁଟ୍‌ର ବାହାନା ପୁରା ସିସିଟିଭିରେ କଏଦ ହୋଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

ଉଚ୍ଚ ଜୁଆର
27m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
30m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ