ବିଶୁଦ୍ଧ ପାଣି ପାଇଁ ଲୋକେ ଡହଳ ବିକଳ
by Argus News
Sun, Apr 21 | 6:47 p.m.

ଅର୍ଗସ ବ୍ୟୁରୋ: ବାଙ୍କୀରେ ଦେଖାଦେଇଛି ପାନୀୟ ଜଳର ଘୋର ସମସ୍ୟା। ଏହି ନିର୍ବାଚନ ମଣ୍ଡଳୀରେ ଅନେକ ସମସ୍ୟା ରହିଥିଲେ ମଧ୍ୟ ପାନୀୟ ଜଳ ଏବେ ମୁଖ୍ୟ ସମସ୍ୟା ପାଲଟିଛି। ମହାନଦୀର ଅବବାହିକାରେ ଏହି ଅଞ୍ଚଳଟି ଥିଲେ ମଧ୍ୟ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ବାଙ୍କୀ ବ୍ଲକର ବଳଭଦ୍ରପୁର, ବୈଦେଶ୍ଵର କାଳିପୋଇ, ପୁଇଁଚା, ଅନୁଆରୀ, ବାଉଁଶପୁଟ, ଓସ୍ତିଆ ଓ ରତାଗଡ଼ ଭଳି ଅନେକ ପଞ୍ଚାୟତରେ ଏବେବି ପାନୀୟ ଜଳ ସମସ୍ୟା ଲାଗି ରହିଛି। ଲୋକେ ବିଶୁଦ୍ଧ ପାଣି ବୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି। 

ସେହିପରି ଡମପଡା ବ୍ଲକର ହରିରାଜପୁର. ଢଂସର. ରଗଡି. ଡମପଡା. ତାଳବସ୍ତ ଭଳି ପଞ୍ଚାୟତ ମାନଙ୍କରେ ମଧ୍ୟ ସେହି ସମାନ ସ୍ଥିତି ଦେଖିବାକୁ ମିଳିଛି।ଲୋକେ ମାଇଲ ମାଇଲ ବାଟ ଗରା. ମାଠିଆ ଧରି ଯାଉଛନ୍ତି ପାଣି ପାଇଁ। ଏହି ନିର୍ବାଚନ ମଣ୍ଡଳୀରେ ୫ଥର ମଧ୍ୟରୁ ବିଜେଡିର ପ୍ରଭାତ କୁମାର ତ୍ରିପାଠୀ ଚାରି ଥର ବିଧାୟକ ଏବଂ ତାଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ ଗତ ଥର କ୍ଷମତାକୁ ଆସିଥିଲେ ମଧ୍ୟ ପାନୀୟ ଜଳ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛନ୍ତି। 
କେବଳ ଫଳକ ଉପରେ ଫଳକ ଏଠି ଉଦଘାଟନ କରି ନିଜର ଦାୟିତ୍ୱ ସାରି ଦେଇଛନ୍ତି। ଯାହାକୁ ନେଇ ବାଙ୍କୀର ବୁଦ୍ଧିଜୀବୀ ମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ବିଜେପି ବିଧାୟକ ପାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ଏହାକୁ ଦୃଢ଼ ନିନ୍ଦା କରିବା ସହିତ ଆଗାମୀ ଦିନରେ ସେ କ୍ଷମତାକୁ ଆସିଲେ ସର୍ବପ୍ରଥମେ ଏହି ମୁଖ୍ୟ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି। 

 ବାଙ୍କୀ ଡମପଡା ବ୍ଲକ ସଭାପତି ଅସିତ ବରଣ ପଟ୍ଟନାୟକ ମଧ୍ୟ ବାପ ପୁଅକୁ ବିଦେଶୀ ଲୋକ କହିବା ସହିତ ବାଙ୍କୀ ପାଇଁ ତାଙ୍କର କୌଣସି ଆନ୍ତରିକତା ନାହିଁ ବୋଲି କହିଛନ୍ତି। ଓଡିଶାର ବଡ଼ ନଦୀ ମହାନଦୀ କୂଳରେ ବାଙ୍କୀବାସୀ ଥାଇ ମଧ୍ୟ ବିଶୁଦ୍ଧ ପାଣିରୁ ବଞ୍ଚିତ ହେଉଛୁ। 25ବର୍ଷ ର ନବୀନ ବାବୁଙ୍କ ଶାସନ ଏବଂ ବାଙ୍କୀରେ ବାପାପୁଅଙ୍କ 25ବର୍ଷରେ ଏ ହେଉଛି ବାଙ୍କୀର ବାସ୍ତବ ଚିତ୍ର। ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗେଇବାରେ ବିଫଳ ହୋଇ ମିଛ ବିକାଶର ଡିଣ୍ଡିମ ପିଟୁଛନ୍ତି ସରକାର ବୋଲି କହିଛନ୍ତି କଂଗ୍ରେସ ନେତା। ଏଥର ସାଧାରଣ ନିର୍ବାଚନରେ ଲୋକେ ବାଲଟ ପେପରରେ ତାହାର ଜବାବ ଦେବେ ବୋଲି କହିଛନ୍ତି ବାଙ୍କୀର ବୁଦ୍ଧିଜୀବୀ, ବରିଷ୍ଠ ସାମ୍ବାଦିକ ଏବଂ ବିରୋଧୀ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ