ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚୁଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକମାନେ
by Argus News
Thu, Oct 17 | 7:02 p.m.

ଅର୍ଗସ ବ୍ୟୁରୋ:  ବାଜୁଛି ମାଦଳ ଆଉ ପାରମ୍ପରିକ ବାଦ୍ୟର ତାଳେ ନାଚୁଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକମାନେ। କରମା ପୂଜା ଅବସରରେ ମସଗୁଲ ହୋଇଛନ୍ତି ସମସ୍ତେ। ଆଦିବାସୀ ବିଶ୍ବାସ ଓ ପରମ୍ପରାର ପୂଜା କରମା ପୂଜା ଅବସରେ ନାଚ ଗୀତରେ ମସଗୁଲ ସମସ୍ତେ। ଏହି ହେଉଛି କୁଚିଣ୍ଡା ପଞ୍ଚମୁଖୀ ଛକର। ପ୍ରଥମେ କରମା ଗଛକୁ ରିତିନିତି ଅନୁସାରେ ପୂଜାକରି ସେଥିରୁ ଡାଳ ଆଣି ମାଁ କରମସାନୀ ଙ୍କ ପୂଜା ହେଉଥିବା ସ୍ଥାନରେ ସ୍ଥାପନ କରାଯାଇଥିଏ ।ପରେ ସେହି ସ୍ଥାନରେ ରିତିନିତି ଅନୁସାରେ ପୂଜକ ମାଁ କରମସାନୀଙ୍କୁ ପୁଜାର୍ଚ୍ଚନା କରାଯାଇଥଏ। ଆଦିବାସୀ ସମ୍ପ୍ରଦାୟର ଲୋକେ ରାତିସାରା ମାଦଳ ବଜାଇ ନାଚରେ ମସଗୁଲ ହେଇପଡନ୍ତି। ରାତିରେ ଉଜାଗର ରହି ମା ଙ୍କ ପୂଜାର୍ଚ୍ଚନା ପରେ ସକାଳୁ ନଗର ପରିକ୍ରମା କରାଯାଇଥଏ। 

ମାଙ୍କ ପୁଜାର୍ଚ୍ଚନାରେ ବିଭୋର ହୋଇ ପାରମ୍ପରିକ ବାଦ୍ୟ ମାଦଲ ବଜାଇ ଭକ୍ତିରେ ନାଚଗୀତରେ ମସଗୁଲ ହୋଇଥାନ୍ତି। ଏହା ସହିତ କଳାକାର ନିଜର କଳା ପରିବେଷଣ ପରେ ବେଶ ଉପଭୋଗ କରିଥାଏ। ଏଠାକୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରୁ ନୁହେଁ ଏହି ଅଂଚଳ ତଥା ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଶତାଧିକ ମାଦଲ ଧରି ଆଦିବାସୀ ସଂପ୍ରଦାୟର ଲୋକ ଆସି କଳା ପ୍ରଦର୍ଶନ କରିଥାନ୍ତି। ମାଁ ପାଖରେ ଯିଏ ଯାହା ମାଗିଥାଏ ତାହା ପୁରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ଚଳିତ ପୂଜାରେ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗ ଦେଇେଇ ଆଦିବାସୀଙ୍କ ସହ ପୂଜାର ମଜା ।

ଆଦିବାସୀଙ୍କ ବିଭିନ୍ନ ପୂଜା ମଧ୍ଯରେ ମୁଖ୍ୟ କରମସାନୀ ପୂଜା। ଏହି ପୂଜା ଆସିଲେ ଆଦିବାସୀ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ ଉତ୍ସାହର ମାହୋଲ। ପାରମ୍ପରିକ ନୀତିରେ ପୂଜା କରିବା ସହ କରମା ଠାକୁରଙ୍କୁ ଶୋଭାଯାତ୍ରାରେ ନେଇ ବିସର୍ଜନ କରିବାର ପ୍ରଥା ମଧ୍ୟ ରହିଛି। ଏହି ଐତିହାସକ କରମା ପୂଜା ଆଦିବାସୀ ସଂପ୍ରଦାୟର ଲୋକମାନଙ୍କ ମନରେ ଭକ୍ତି ଓ ଶ୍ରଦ୍ଧା ଆଣି ଦେଇଥାଏ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଉଚ୍ଚ ଜୁଆର
5m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
8m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ