ଦେଶରେ ୨ ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ ଦର
by Argus News
Fri, Mar 15 | 9:36 a.m.

ଅର୍ଗସ ବ୍ୟୁରୋ : ଆଜିଠୁ କମିଲା ତେଲ ଦର । ଦୁଇ ଟଙ୍କା ଶସ୍ତା ହେଲା ପେଟ୍ରୋଲ ଡିଜେଲ ଦର । ଦେଶରେ ପେଟ୍ରୋଲ ଡିଜେଲ ଦର ଦୁଇ ଟଙ୍କା ହ୍ରାସ ପାଇଛି ।ଲିଟର ପିଛା ୨ ଟଙ୍କ। ଲେଖାଁଏ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି । ପାଖାପାଖି ୨ ବର୍ଷ ପରେ ତେଲ ଦର କମିଛି । ଯାହା ଅନେକଙ୍କୁ ଆଶ୍ୱସ୍ତି ଆଣିଦେବ ବୋଲି ଆଶା କରାଯାଉଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । 

ଅଧିକ ପଢନ୍ତୁ : ଦୁଇ ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ

ଏଥିରେ ସେ ଲେଖିଛନ୍ତି, ଦେଶର କୋଟି କୋଟି ପରିବାରର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନିଷ୍ପତ୍ତି ନେଇଛନ୍ତି । ଦେଶରେ ପ୍ରତିଦିନ ୫୮ ଲକ୍ଷ ଭାରିଯାନ, ୬ କୋଟି କାର ଏବଂ ୨୭ କୋଟି ଦୁଇ ଚକିଆ ଯାନ ଡିଜେଲ ଓ ପେଟ୍ରୋଲ ଉପରେ ନିର୍ଭରଶୀଳ । ତେଣୁ ଡିଜେଲ ଦର କମିବା ଫଳରେ ପରିବହନ ଗାଡିର ଭଡା ଦାମ୍ କମିବା ଆଶା କରାଯାଉଛି । ଖାଉଟିଙ୍କ ଖର୍ଚ୍ଚ ବି କମିବା ଆଶା କରାଯାଉଛି ।
 

ରତ୍ନଭଣ୍ଡାର
3m ago
ଭିତର ରତ୍ନଭଣ୍ଡାର ଭିତରେ ଗୁପ୍ତକୋଠରୀ, ଗୁପ୍ତସୁଡଙ୍ଗ ରହସ୍ୟ ଖୋଜିବ ଜିପିଆର ସର୍ଭେ
ପୁରୀ: ଆଜି ପୁଣି ଖୋଲିବ ଭିତର ରତ୍ନଭଣ୍ଡାର । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯାଇ ବୈଷୟିକ ସର୍ଭେ କରାଯିବ । ଭିତର ରତ୍ନଭଣ୍ଡାର ଭିତରେ ଗୁପ୍ତକୋଠରୀ
HOROSCOPE
30m ago
ଆଜି ଦିନଟି କେମିତି କଟିବ ଦେଖନ୍ତୁ...
ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ କହୁଛି ଆପଣଙ୍କ ରାଶିଫଳ ପଢନ୍ତୁ... ମେଷ- ଘର ପାଇଁ କିଛି ଆସବାବ କ୍ରୟ କରି ପାରନ୍ତି । ଆପଣଙ୍କ କଥାକୁ ଲୋକ
ଶପଥ ନେବେ ଅତିଶୀ
35m ago
ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ ଆଦମୀ ପାର୍ଟୀର ନେତ୍ରୀ ଅତିଶୀ
ଅର୍ଗସ ବ୍ୟୁରୋ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ ଆଦମୀ ପାର୍ଟୀର ନେତ୍ରୀ ଅତିଶୀ। ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ସରକାର ଗଢ଼ିବା ପ୍ରସ୍ତାବକୁ ସ୍ବୀକା