ଜାତୀୟ ରାଜପଥରୁ ୩ ଗୋରୁ ବୋଝେଇ ପିକଅପ ଜବତ
by Argus News
Wed, Feb 21 | 10:10 a.m.

ଅର୍ଗସ ବ୍ୟୁରୋ: ୪୯ ନମ୍ବର ଜାତୀୟ ରାଜପଥ ରେ ପେଟ୍ରୋଲିଙ୍ଗ ବେଳେ ତିନି ଗୋରୁ ବୋଝେଇ ପିକଅପ ଭ୍ୟାନ ସହ ଏକ ବୋଲେରୋ ଗାଡି କୁ ଗୋଡାଇ ଗୋଡାଇ ତେଲକୋଇ ପୁଲିସ ଧରିଛି।ବୋଲେରୋ ଗାଡିରେ ଥିବା ୪ ଗୋମାଫିଆ ଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ଗୋରୁ ଗୁଡିକୁ ଅମାନୁଷିକ ଭାବେ ଚାରି ଗୋଡକୁ ଏକାଠି ବାନ୍ଧି ଆଳୁ ବସ୍ତା ଭଳି ଲଦି ଗୋ ମାଫିଆ ମାନେ ନେଉଛନ୍ତି।

ଗତକାଲି ବିଳମ୍ବିତ ରାତିରେ ବଜରଙ୍ଗ ଦଳର କର୍ମୀ ଓ ପୁଲିସ ଜଗମୋହନପୁର ଛକରେ ଗୋରୁ ବୋଝେଇ ପିକଅପ ଗୁଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ।ହେଲେ ମାଫିଆ ମାନେ ଅଟକି ନଥିଲେ।ଫଳରେ ପୁଲିସ ଓ ବଜରଙ୍ଗ କର୍ମୀ ମାଫିଆଙ୍କୁ ଗୋଡାଇ ଥିଲେ। ବାରହାଦେବତା ଘାଟି ନିକଟରୁ ପିକଅପ ଭ୍ୟାନ ସହିତ ବୋଲେରୋକୁ ଧରି ଥାନାକୁ ଆଣିଥିଲେ ଏବଂ ତିନି ବୋଲେରୋରୁ ୨୨ ଟି ଗୋରୁ ଉଦ୍ଧାର କରାଯାଇଛି। ଆଉ କିଛି ଗୋରୁ ବୋଝେଇ ଗାଡି ଖସିଯାଇଥିବା ସୂଚନା ରହିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ