'ନୁଆ ସରକାରଙ୍କ ପ୍ରଥମ ଅଧିବେଶନ ଭଣ୍ଡୁର କରିବା ପାଇଁ ଯୋଜନା' 
by Argus News
Thu, Jul 25 | 5:02 p.m.

ଭୁବନେଶ୍ୱର: ଗୃହ ଚଲାଇ ଦେଉନାହାନ୍ତି ବିରୋଧୀ । ଲଗାତାର ତୃତୀୟ ଦିନ ପାଇଁ ବିଧାନସଭାରେ ଅଚଳାବସ୍ଥା । ଗୃହ ବାରମ୍ବାର ମୁଲତବୀ । ଜିଦ୍‌ରେ ଅଟଳ ବିଜେଡି, ଆଉ କଂଗ୍ରେସ୍ । ପ୍ରସଙ୍ଗ ବଦଳାଇ କରୁଛନ୍ତି ଆଟାକ୍ । ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ବି ଫେଲ୍ । ବୁଧବାର ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ଆରମ୍ଭ ହୋଇଥିଲା ହଟ୍ଟଗୋଳ । ଏମିତିକି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ସାମିଲ ହେବନି କହି ଗୃହରୁ ୱାକ ଆଉଟ୍ କରିଥିଲେ ବିଜେଡି ବିଧାୟକ । ଏଘଟଣାକୁ ଗ୍ରହଣ କରିପାରୁ ନାହାଁନ୍ତି ବୁଦ୍ଧିଜୀବୀ । 

ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ

୨୪ବର୍ଷ ଶାସନ କରିବା ପରେ ବି ମୋହମାୟା ଛାଡି ପାରୁନାହିଁ ବିଜେଡି । ନୁଆ ସରକାରଙ୍କ ପ୍ରଥମ ଅଧିବେଶନ ଭଣ୍ଡୁର କରିବା ପାଇଁ ଯୋଜନା କରାଯାଇଛି । ଗୃହ ନଚାଲିବା ଫଳରେ ଅନେକ ବିଷୟରେ ଆଲୋଚନା ହୋଇପାରୁନାହିଁ । ଫଳରେ ରାଜ୍ୟବାସୀ ଅସନ୍ତୋଷ ରହୁଛନ୍ତି । ଯଥାଶୀଘ୍ର ଏପରି କାର୍ଯ୍ୟରୁ ବିରୋଧୀ କ୍ଷାନ୍ତ ରୁହନ୍ତୁ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । 
ବିଧାନସଭାରେ ବିଜେଡିର ହଟଗୋଳକୁ ସାଧାରଣ ଲୋକେ ନିନ୍ଦା କରିଛନ୍ତି । ବିଜେଡି ହାରିବାକୁ ସହଜେ ଗ୍ରହଣ କରିପାରୁନି । ବିଗତ 25 ବର୍ଷରେ କରିଥିବା ଦୁର୍ନୀତିର ପୋଲ ଖୋଲିଯିବା ଭୟରେ ବିଧାନସଭାରେ ହଟଗୋଳ କରୁଛି ବିଜେଡି । ବିଜେଡି ଭାବୁଛି ଏବେବି ସରକାରରେ ଅଛି । ଯାହା ସାଧାରଣରେ ଏକ ଆଲୋଚନାର ବିଷୟ ପାଲଟିଛି ।

ବିଜେପି ସରକାରକୁ ପ୍ରଶ୍ନ କରି ଫସିଗଲେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା