ସାଂସଦଙ୍କୁ ପିଏମଙ୍କ ଅହ୍ବାନ୍- ଲୋକସେବା ପାଇଁ ଅବସରକୁ କର ଉପଯୋଗ
by Argus News
Mon, Jun 24 | 7:58 p.m.

ଅର୍ଗସ ବ୍ୟୁରୋ: ଦେଶ ସ୍ବୀଧନତା ପରେ ଦ୍ବିତୀୟ ଥର ପାଇଁ ଲଗାତାର କୌଣସି ସରକାର ତୃତୀୟ ଥର ସେବା କରିବାର ପାଇଛି ସୁଯୋଗ। ଆଉ 60 ବର୍ଷ ପରେ ମିଳିଛି ଏହି ଐତିହାସିକ ସୁଯୋଗର ହୋଇଛି ପୂନରାବୃତ୍ତି। ଜବାହାରଲାଲ ନେହେରୁଙ୍କ ପରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ହୋଇଛନ୍ତି ଏହି ବିରଳ ରେକର୍ଡର ଅଧିକାରୀ। ଅଷ୍ଟାଦଶ ଲୋକସଭାର ପ୍ରଥମ  ଅଧିବେଶନ ଆରମ୍ଭ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିବା ସହ 140 କୋଟି ଦେଶବାସୀଙ୍କ ଆକାଂକ୍ଷା କରିବୁ ପୂରଣ କରିବୁ ବୋଲି ଭରସା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ମୋଦି କହିଛନ୍ତି ତୃତୀୟ କାର୍ଯ୍ୟକାଳରେ କରିବୁ 3 ଗୁଣା ଅଧିକ ପରିଶ୍ରମ। 

ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଚଳାଇବା ପାଇଁ ବହୁମତ କିନ୍ତୁ ଦେଶ ଚଳାଇବା ପାଇଁ ସହମତି ଦରକାର। ଦେଶକୁ ଏକ ଦାୟିତ୍ବପୂର୍ଣ୍ଣ ବିରୋଧୀ ପକ୍ଷ ଦରକାର। ଆଶାକରୁଛୁ ବିରୋଧୀ ଗଣତନ୍ତ୍ରର ଗରିମା ବଜାୟ ରଖିବେ। ମିଳିତ ଭାବେ ବିକାଶିତ ଭାରତ ଲକ୍ଷ୍ୟ ପୂର୍ଣ୍ଣ କରିବା ପାଇଁ ଆହ୍ବାନ ଦେଇଛନ୍ତି ମୋଦି। 

ଆରମ୍ଭ ହୋଇଛି ଅଷ୍ଟାଦଶ ଲୋକସଭା। ତେଣୁ 18 ଅଙ୍କର ମହତ୍ବ ବୁଝାଇଥିଲେ ମୋଦି। ଭାରତୀୟ ପରମ୍ପରା ଓ ଶାସ୍ତ୍ରରେ କିପରି 18 ଅଙ୍କ ବଡ଼ ସାତ୍ତ୍ବିକ ମୂଲ୍ୟ ରହିଛି ଏହା ବୁଝାଇଥିଲେ ପିଏମ। କହିଛନ୍ତି 18ର ମୂଳ ଅଙ୍କ 9 ଏବଂ 9 ଦେଇଥାଏ ପୂର୍ଣ୍ଣତାର ଗ୍ୟାରେଣ୍ଟି। 

ପୂର୍ବ ଦୁଇ ଲୋକସଭା ତୁଳନାରେ ଚଳିତ ଲୋକସଭାରେ କଂଗ୍ରେସ ଅଧିକ ଶସକ୍ତ ହୋଇଛି। ତେବେ କଂଗ୍ରେସ ପ୍ରତି ନିଜ ଆଭିମୁଖ୍ୟରୁ ଓହରି ନାହାନ୍ତି ପ୍ରଧାନମନ୍ତ୍ରୀ। ଜରୁରୀକାଳିନ ପରିସ୍ଥିତି ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଦେଖାଇଛନ୍ତି ଆଇନା। 

ଅଷ୍ଟାଦଶ ଲୋକସଭାର ଆରମ୍ଭ ନୂଆ ସଂସଦ ଭବନରୁ ହୋଇଛି। ଆଉ ପ୍ରଥମ ଥର ପାଇଁ ନୂଆ ସଂସଦ ଭବନରୋ ହୋଇଛି ସାଂସଦମାନଙ୍କର ଶପଥ ସମାରୋହ। ଏହି 10 ଦିନିଆ ସତ୍ର 3 ଜୁଲାଇ ପର୍ଯ୍ୟନ୍ତ ଚାଲିବ। ଯେଉଁଥିରେ ରହିଛି 8ଟି କାର୍ଯ୍ୟଦିବସ। ଜୁଲାଇ ତୃତୀୟ ସପ୍ତାହରେ ବଜେଟ୍ ସତ୍ର ଆରମ୍ଭ ହେବା ନେଇ ମିଳିଛି ସୂଚନା।

ଆହୁରି ପଢନ୍ତୁ ରାଜନୀତି ଖବର...
 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ