ବିଭିନ୍ନ ପ୍ରସଙ୍ଗରେ ଜର୍ମାନ ଚାନସେଲର ଓଲାଫ ସ୍କୋଲ୍ଜଙ୍କ ସହ ଆଲୋଚନା କରିଛନ୍ତି ମୋଦି
by Argus News
Sat, Oct 26 | 9:10 a.m.

ଅର୍ଗସ ବ୍ୟୁରୋ:  ନୂଆଦିଲ୍ଲୀ ହାଇଦ୍ରାବାଦ ହାଉସରେ ମୋଦି-ଓଲାଫ ଆଲୋଚନା । ଯୁଦ୍ଧ ପ୍ରସଙ୍ଗ ସମେତ ବିଭିନ୍ନ ଆନ୍ତର୍ଜାତିକ ପ୍ରସଙ୍ଗରେ ଜର୍ମାନ ଚାନସେଲର ଓଲାଫ ସ୍କୋଲ୍ଜଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 3 ଦିନିଆ ଭାରତ ଗସ୍ତରେ ଆସିଥିବା ଜର୍ମାନ ଚାନସେଲର ମୋଦିଙ୍କୁ ଭେଟିଥିଲେ । ଉଭୟ ଦେଶର ସ୍ବର୍ଥ ସମ୍ପର୍କିତ ଦ୍ବିପାକ୍ଷିକ ଆଲୋଚନା ସହ ମିଳିତ ପ୍ରେସ ବିବୃତ୍ତିରେ ଉଭୟ ନେତା ବିଶ୍ବକୁ ଶାନ୍ତି ସନ୍ଦେଶ ଦେଇଥିଲେ । 18 ତମ ଏସିଆ ପାସିଫିକ କନଫରେନ୍ସ ଅଫ ଜର୍ମାନ ବିଜନେସକୁ ସମ୍ବୋଧନରେ ମୋଦି ବିକଶିତ ଭାରତ ଗଠନ ପାଇଁ ପ୍ରସ୍ତୁତ ବ୍ଲୁବ୍ରିଣ୍ଟ ଉପସ୍ଥାପନ କରିଥିଲେ ।

ଭାରତ- ଜର୍ମାନ ସମ୍ପର୍କକୁ ଅଧିକ ଦୃଢ଼ କରିବାକୁ ଜର୍ମାନ ଚାନସେଲର ଭାରତୀୟଙ୍କ ପାଇଁ ଭିସା ବୃଦ୍ଧି ଘୋଷଣା କରିଛନ୍ତି । ଭାରତୀୟଙ୍କ ପାଇଁ 20 ହଜାର ବଦଳରେ ଏଣିକି ମିଳିବ 90 ହଜାର ଜର୍ମାନ ଭିସା । ଭାରତ ସରକାରଙ୍କ ମେକ ଇନ ଇଣ୍ଡିଆ ଅଭିଯାନ ସହ ବିଶ୍ବ ଶାନ୍ତି ପାଇଁ ଭାରତର ପଦକ୍ଷେପ ଓ ସହାୟତାକୁ ପ୍ରଶଂସା କରିଛନ୍ତି ଓଲାଫ ।

ଅଧିକ ପଢ଼ନ୍ତୁ ଦେଶ ଖବର:

ରାମ ମନ୍ଦିରରୁ
8m ago
ରାମ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ
ଅର୍ଗସ ବ୍ୟୁରୋ: ଫତେଗଡ ରାମ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଫତେଗଡ ଭାପୁର ରାସ୍ତାର ପିଠାଖାଇ ଜଙ୍ଗଲ ନିକଟରେ ପ୍ରେମୀ ଯୁଗଳଙ୍କୁ ଅସଦାଚରଣ କରିବା ସହ ଯୁବତୀଙ୍କୁ ଗଣଦୁଷ୍କର୍
ଆପାର୍ଟମେଣ୍ଟ
10m ago
ଆପାର୍ଟମେଣ୍ଟରେ ଲାଗିବ ଅତ୍ୟାଧୁନିକ ଇଣ୍ଟରନେଟ୍ ପ୍ରୋଟକଲ୍ କ୍ୟାମେରା
ଅର୍ଗସ ବ୍ୟୁରୋ : ଆପାର୍ଟମେଣ୍ଟରେ ଲାଗିବ ଅତ୍ୟାଧୁନିକ କ୍ୟାମେରା । ରାଜଧାନୀରେ ଆପାର୍ଟମେଣ୍ଟରୁ ବାରମ୍ବାର ଚୋରି ପରେ କମିଶନରେଟ୍ ପୋଲିସର ତତ୍ପରତା । ଆପାର୍ଟମେଣ୍ଟରେ ଲାଗି
ଇତିହାସ
35m ago
ଇତିହାସ ରଚିଦେଲା ନ୍ୟୁଜିଲାଣ୍ଡ: ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ
ଅର୍ଗସ ବ୍ୟୁରୋ: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ ରଚିଛି। ପ୍ରଥମ ଥର ପାଇ