ଦିଲ୍ଲୀରେ ବସୁଛି ନୀତି ଆୟୋଗ ବୈଠକ : ଯୋଗ ଦେବେ ମୋହନ ମାଝୀ
by Argus News
Sat, Jul 27 | 9:48 a.m.

ଅର୍ଗସ ବ୍ୟୁରୋ : ଆଜି ନିତି ଆୟୋଗ ବୈଠକ । ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ରାଜ୍ୟପାଳ ଯୋଗଦେବେ । ପନଃଗଠିତ ନିତି ଆୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଅଧ୍ୟକ୍ଷ ରହିଥିବା ବେଳେ ୪ ଜଣ ସ୍ଥାୟୀ ସଦସ୍ୟଙ୍କ ସହିତ ୧୫ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଵତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ଦିଆଯାଇଛି । ନିତି ଆୟୋଗ ବୈଠକରେ ଯୋଗ ଦେବାକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରମୁଖ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ।

ସେପଟେ କେନ୍ଦ୍ର ବଜେଟକୁ ନେଇ ଇଣ୍ଡି ମେଣ୍ଟ ଶାସିତ କିଛି ରାଜ୍ୟ ସରକାର ନିତି ଆୟୋଗ ବୈଠକରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏପଟେ ମମତା ବାନାର୍ଜୀ ବୈଠକରେ ସାମିଲ ହେବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ସପ୍ତାହରେ କେନ୍ଦ୍ର ସରକାର ନିତି ଆୟୋଗକୁ ପୁନଃଗଠିତ କରିଥିଲେ । ସହଯୋଗୀ ଦଳର ବହୁ ବରିଷ୍ଠ ମନ୍ତ୍ରୀଙ୍କୁ ଆୟୋଗରେ ସ୍ଥାନ ଦିଆଯାଇଛି । ନବଗଠିତ ନିତି ଆୟୋଗରେ ଅର୍ଥନୀତିଜ୍ଞ ସୁମନ କେ. ବେରୀ ଉପାଧ୍ୟକ୍ଷ ଭାବେ ନିଜର କାର୍ଯ୍ୟକାଳ ଜାରି ରଖିବେ । ସେହିପରି ଡ.ଭିକେ ସାରସ୍ୱତ, ପ୍ରଫେସର ରମେଶ ଚନ୍ଦ୍ର, ଡ.ଭିକେ ପାଲ, ଅରବିନ୍ଦ ଭିରମାନି ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ସାମିଲ ଅଛନ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଜେ.ପି. ନଡ୍ଡା, ଜୁଏଲ ଓରାମ, ଏଚ.ଡି. କୁମାରସ୍ଵାମୀ, ଜିତନରାମ ମାଞ୍ଝି ପ୍ରମୁଖ ୧୫ ଜଣ ସ୍ଵତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରହିଛନ୍ତି ।

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା