ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ବରରେ ପୋଲିସ ଛାଉଣୀ
by Argus News
Mon, Sep 16 | 7:25 p.m.

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ଜନ୍ମ ଦିନ ପାଳିବା ସହ ଜନତା ମୈଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କୁ କଡା କଡୀ କରିଛି କମିଶନରେଟ ପୋଲିସ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିମାନବନ୍ଦରରୁ ଗାଡକଣ ପରେ ଜନତା ମୈଦାନ ପର୍ଯ୍ୟନ୍ତ କାରକେଡ ରିହଲସଲ ହୋଇଛି । ବ୍ଲୁ ବୁକ ଅନୁସାରେ ଉଚ୍ଚ ଅଟ୍ଟାଳିକା ରେ ସ୍ନାଇପର କୁ ସଜାଗ ରଖାଯିବ । ଜନତା ମୈଦାନ ରେ ଷ୍ଟେଜ ସାଙ୍ଗକୁ 4ଟି ସେଡ଼ସ ପ୍ରସ୍ତୁତ ହୋଇଛି । ଯେଉଁଥିରେ ସୁଭଦ୍ରା ଯୋଜନାର ହିତାଧିକାରୀ, ଭିଆଇପି, ଭିଭି ଆଇପି, ନେତା, ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମ ମାନେ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ସମସ୍ତଙ୍କ ପାଇଁ ନିର୍ଦ୍ଧାରଣ ହୋଇଛି ସ୍ଥାନ ।

ଆସନ୍ତା କାଲି ପ୍ରଧାନମନ୍ତ୍ରୀ ମୋଦି ଙ୍କ ଜନ୍ମଦିନ ଥିବାରୁ  ପିଏମ ଙ୍କ ରୁଟ ଉଭୟ ପାର୍ଶ୍ଵ ରେ ପ୍ରବଳ ଭିଡ଼ ହେବାର ଆଶଙ୍କା ରହିଛି । ଏଥିପାଇଁ ରାସ୍ତା ର ଉଭୟ ପାର୍ଶ୍ଵ ରେ ବ୍ୟାରିଗେଟ ର ବ୍ୟବସ୍ଥା କରାଯାଇଛି । ସେହିପରି ସୁରକ୍ଷା ଦୃଷ୍ଟି ରୁ ରାଜଧାନୀ ରେ ଟ୍ରାଫିକ କଟକଣା ବି ଲାଗୁ କରାଯାଇଛି।କମିଶନରେଟ୍ ପୁଲିସ ନିର୍ଦେଶ ନାମା ଅନୁସାରେ ଜୟଦେବ ବିହାର-ନାଲକୋ ଛକ ରାସ୍ତାର ଉଭୟ ପାର୍ଶ୍ଵରେ ବଳବତ୍ତର ରହିବ କଟକଣା । ଏହାକୁ ଯୋଗାଯୋଗ କରୁଥିବା ଗଳି ରାସ୍ତାରେ ଯାନବାହନ ଯାତାୟତ କରିପାରିବ ନାହିଁ । ନନ୍ଦନକାନନ ପଟୁ ଜୟଦେବ ବିହାର ଆଡକୁ ଯିବାକୁ ଚାହୁଁଥିବା ଯାନବାହନଗୁଡିକ ଡମଣା ଛକରୁ କେଳୁଚରଣ ପାର୍କ- ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟ ବିହାର ଯାଇପାରିବେ । ଜରୁରୀକାଳୀନ ସେବା ପାଇଁ ଏହି କଟକଣା ଲାଗୁ ହେବନାହିଁ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଆସିବାକୁ ଯାଉଥିବା ଲୋକେ ରିଜର୍ଭ ଗ୍ରାଉଣ୍ଡ, ସପ୍ତମ ବାଟାଲିୟନ, କଳିଙ୍ଗ ଷ୍ଟାଡିୟମ ପାଖରେ ଥିବା ନୟାପଲ୍ଲୀ ସ୍କୁଲରେ ଗାଡ଼ି ପାର୍କିଂ କରି ଚାଲିଚାଲି ଜନତା ମଇଦାନକୁ ଆସିବେ । 

କିଛି କିଛି ସମୟ ବ୍ୟବଧାନରେ ଡଗ ସ୍ୱାଡ ଓ ବମ୍ ଡିଫ୍ୟୁଜାଲ ମଧ୍ୟ ଆସି ଆଖପାଖ ଅଞ୍ଚଳ ଯାଞ୍ଚ କରୁଛନ୍ତି। ଏହା ସହ ହୋଟେଲ ଏବଂ ଲଜ ଗୁଡ଼ିକ ଯାଞ୍ଚ ହେଉଛି.. ଆସନ୍ତା କାଲି ସକାଳ 7.30 ରୁ ଦିନ 3 ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ